ଇନ୍ସଟାରୁ ପ୍ରେମ କରି ବିବାହ କଲେ ଯୁବତୀ, ଏବେ ଯୁବତୀଙ୍କୁ ଗର୍ଭ-ବତୀ କରାଇ ଫେ-ରାର ହୋଇଯାଇଛି ସ୍ୱାମୀ।:-

ଇନ୍ସଟାରୁ ହେଲା ପ୍ରେମ। ପ୍ରେମରୁ ହେଲା ବିବାହ। ବିବାହ ପରେ ସ୍ତ୍ରୀ ହେଲେ ଗର୍ଭ-ବତୀ। କିନ୍ତୁ ଏବେ ସ୍ତ୍ରୀକୁ ଛାଡି କୁଆଡେ ଚାଲିଗଲା ସ୍ୱାମୀ। ତେବେ ଭରତପୁର ଥା-ନା ନିକଟରେ ସ୍ୱାମୀ ନି-ଖୋଜ ଥିବାର ଅଭି-ଯୋଗ କରି ବସିରହିଛନ୍ତି ଜଣେ ମହିଳା। ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲି-ସକୁ ବାରମ୍ବାର ଗୁହାରି କରୁଛନ୍ତି ମହିଳା।

ତେବେ ମହିଳା ଜଣକ ମିଡିଆ ମାଧ୍ୟମରେ କହିଛନ୍ତି ଯେ ସେ 16 ଏପ୍ରିଲ 2022 ରେ ଵିଵାହ କରିଥିଲେ। ସବୁକିଛି ଠିକଠାକ ଚାଲିଥିଲା। ନଭେମ୍ବର 30 ତାରିଖ ଦିନ ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ବାହାରକୁ ଖାଇବାକୁ ଆସିଥିଲେ ଏବଂ ସକାଳ ଖାଇବା ଖାଇ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ନେଇ ଘରେ ଛାଡିଥିଲେ।

କିନ୍ତୁ ହଠାତ ଘର ଦୁଆର ମୁହଁରୁ ହିଁ ସ୍ୱାମୀ କୁଆଡେ ଚାଲିଯାଇଥିଲେ। ସ୍ତ୍ରୀ ଜଣକ ଯେତେ ଖୋଜିଲେ ମଧ୍ୟ ସ୍ୱାମୀଙ୍କୁ ପାଇଲେ ନାହିଁ। ଏହାପରେ ମହିଳା ଜଣକ ଭରତପୁର ଥା-ନାର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୋ-ଲିସ ମହିଳାଙ୍କୁ ଅପେକ୍ଷା କରିବାକୁ କହିଥିଲା। ଆଜିକୁ 24 ଦିନ ହୋଇଗଲାଣି କିନ୍ତୁ ସ୍ୱାମୀଙ୍କ ବିଷୟରେ ପୋ-ଲିସ କିଛି ଜାଣିପାରିଲା ନାହିଁ।

ମହିଳା ଜଣକ କହିଛନ୍ତି ଯେ ସେ 5 ମାସର ଗର୍ଭ-ବତୀ ଅଟନ୍ତି। ଏପରି ପରିସ୍ଥିତିରେ ମଧ୍ୟ ସେ ସ୍ୱାମୀଙ୍କୁ ଖୋଜିବା ପାଇଁ ଡିସିପି ଅଫିସରୁ ଭରତପୁର ଥା-ନା ବାର୍ ବାର୍ ଯିବା ଆସିବା କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ଶାଶୂଘର ଲୋକଙ୍କ ହିଁ ଲୁଚାଇ ରଖିଛନ୍ତି। କାରଣ ସ୍ୱାମୀ ନି-ଖୋଜ ଅଛନ୍ତି ବୋଲି ଶାଶୂଘର ପକ୍ଷରୁ କୌଣସି ଅଭି-ଯୋଗ ହୋଇନାହିଁ।

ଏହାସହ ଯେତେବେଳେ ଶାଶୂଘର ଲୋକଙ୍କୁ ସେ ବିଷୟରେ ପଚାରାଗଲା ସେତେବେଳେ କୌଣସି ସଦସ୍ୟ ଏଥିପ୍ରତି ପ୍ରତିକ୍ରିୟା ଦେଇନଥିଲେ। କେବଳ ମହିଳା ଜଣଙ୍କୁ ହିଁ ହ-ତ୍ୟାକା-ରୀ ବୋଲି କହି ଚାଲିଲେ। ସେଥିରେ ମହିଳା ଜଣକ ପ୍ରତି-କ୍ରିୟା ଦେଇ କହିଥିଲେ ଯେ ଯଦି ସେ ନିଜ ସ୍ୱାମୀଙ୍କୁ ହ-ତ୍ୟା କରିଛନ୍ତି ତେବେ ତାଙ୍କ ନାମରେ କୌଣସି ଏଫଆ-ଇଆର ପଞ୍ଜିକୃତ କାହିଁକି ହୋଇନାହିଁ।

Leave a Reply

Your email address will not be published. Required fields are marked *