ମୋ ପେଟର ଭୋକ ପାଇଁ ମୋ ଦେହ ବିକିଦେଲି, କହିଲେ ଦେହଜୀବୀ।

ଏହି ଦୁନିଆରେ ବିଭିନ୍ନ ପ୍ରକାର ବୃତ୍ତି ରହିଛି।ହେଲେ କିଛି ବୃତ୍ତି କୁ ସମାଜ ଭଲ ବୃତ୍ତି ଭାବରେ ବିବେଚନା କରିଥାଏ ଏବଂ କିଛି ବୃତ୍ତି କୁ ଖରାପ ବୃତ୍ତି ଭାବରେ ବିବେଚନା କରିଥାଏ।ଏହି ଖରାପ ବୃତ୍ତି କରୁଥିବା ଲୋକ ମାନଙ୍କୁ ସମାଜ ଭଲ ଦୃଷ୍ଟି ରେ ଦେଖିନଥାଏ।ସେମିତି ଏକ ବୃତ୍ତି ହେଉଛି ଦେହ ବ୍ୟବସାୟ କରିବା।

ଏହି ବୃତ୍ତି କୁ କିଛି ସ୍ତ୍ରୀ ଲୋକ ନିଜର ଅସୁବିଧା ଯୋଗୁଁ ଇଚ୍ଛା ନଥିବା ସତ୍ତ୍ୱେ ବାଧ୍ୟ ହୋଇ ଆପଣେଇ ନେଇଥାନ୍ତି।ତେବେ ସେମିତି ଏକ ସ୍ତ୍ରୀ ଲୋକଙ୍କ ବିଷୟରେ ଆସନ୍ତୁ ଜାଣିବା।ସେହି ସ୍ତ୍ରୀ ଲୋକ ଜଣଙ୍କୁ ତାଙ୍କ ସ୍ବାମୀ ଛାଡ଼ି ଦେଇଥିଲେ।ସେତେବେଳେ ତାଙ୍କ ପାଖରେ କିଛି ବି ନଥିଲା ଖାଇବା ପାଇଁ ଏବଂ ସେତେବେଳେ ତାଙ୍କର ଗୋଟେ ଛୁଆ ଥିଲା।

ଜଣେ ସମାଜସେବୀ ତାଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ।ସେତେବେଳେ ସେ ଏହି ଲାଇନ ବିଷୟରେ ଏତେ କିଛି ଜାଣି ନଥିଲେ।ସେହି ସମାଜସେବୀ ଜଣଙ୍କ ତାଙ୍କୁ ଖୁସିରେ ୩୦ ଟଙ୍କା ଦେଇଥିଲେ।ସେତେବେଳେ ଏହି ସମାଜସେବୀଙ୍କ ହାବଭାବ ଭଲ ନ ଲାଗିବାରୁ ସେ ସେଠୁ ପଳାଇଆସିଥିଲେ।ତାପରେ ଆଉ ଜଣେ ଲୋକ ତାଙ୍କୁ ଜଣେ ମାଡ଼ାମଙ୍କ ପାଖକୁ ପଠାଇଥିଲେ ସେ ମଧ୍ୟ ତାଙ୍କୁ ଏହି ଦେହ ବ୍ୟବସାୟ କାମ କରିବାକୁ କହିଥିଲେ। କାରଣ ସେ ମଧ୍ୟ ସେହି କାମ କରୁଥିଲେ।

ସେହି ମାଡ଼ାମ ଜଣଙ୍କ ତାଙ୍କ ଡ୍ରେସ୍ ଦେଇଥିଲେ ପିନ୍ଧିବାକୁ।ଆଉ ତାଙ୍କୁ ଏବଂ ତାଙ୍କ ଛୁଆକୁ ପେଟ ଭରି ଖାଇବାକୁ ଦେଇଥିଲେ।ଏହି ସ୍ତ୍ରୀ ଲୋକ ଜଣଙ୍କୁ ଏହି କାମ କରିବାକୁ ଠିକ୍ ନ ଲାଗିବାରୁ ସେ ସେଠୁ ମଧ୍ୟ ପଳାଇ ଆସିଥିଲେ।ପରେ ତାଙ୍କ ଘର ପାଖରେ ଏକ ବ୍ୟାଙ୍କ୍ ମ୍ୟାନେଜର ଙ୍କୁ ୨୦୦ ଟଙ୍କା ସାହାଯ୍ୟ ମାଗିଥିଲେ,କାରଣ ସେ ସବୁବେଳେ ଆସୁଥିଲେ ୟାଙ୍କ ଘରକୁ କିଛି ନା କିଛି ଜିନିଷ ନେଇ।ସେହି ବ୍ୟାଙ୍କ୍ ମ୍ୟାନେଜର ଜଣଙ୍କ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ।ସେ ନ ମାନିବାରୁ ସେ ତାଙ୍କ ହାତରୁ ସଙ୍ଗେ ସଙ୍ଗେ ଟଙ୍କା ଛଡ଼ାଇ ନେଇଥିଲେ।

ପରେ ସେ ପଇସା କୋଉଠୁ ବି ନପାଇବାରୁ ସେହି ମ୍ୟାନେଜର ଙ୍କୁ ଡାକିଥିଲେ ଏବଂ ତାଙ୍କ ପାଖରେ ନିଜ ଶରୀର ଦେଇ ଦେଇଥିଲେ। ପାଞ୍ଚ ମିନିଟ୍ ର ସୁଖ ପରେ ସେ ସେହି ସ୍ତ୍ରୀ ଲୋକ ଙ୍କୁ ୨୦୦ ଟଙ୍କା ଦେଇଥିଲେ।ଏହା ପରେ ସେ ଏହି ବ୍ୟବସାୟ ଭିତରେ ପଶିଯାଇଥିଲେ, କାରଣ ତାଙ୍କୁ ତାଙ୍କ ଛୁଆଙ୍କୁ ମଣିଷ କରିବା ପାଇଁ ପଇସା ଦରକାର ଥିଲା।ସେ ଯାହା କଷ୍ଟ ପାଇଛନ୍ତି ତାଙ୍କ ପାଖକୁ ଆଉ କେହି ସ୍ତ୍ରୀ ଲୋକ ଏହି କାମ ପାଇଁ ଆସିଲେ ସେ ତାଙ୍କୁ ଏହି କାମ କରିବା ପାଇଁ ମନା କରନ୍ତି ବୋଲି ମଧ୍ୟ କହିଛନ୍ତି ସେ।

Leave a Reply

Your email address will not be published. Required fields are marked *