ମୁଁ ଯଦି ତୁମ ପୁଅକୁ ମାରିଛି, ମୋ ନାଁରେ କେସ କରୁନ । ମୁଁ ପାଞ୍ଚ ମାସର ଗର୍ଭବତୀ, ମୋ ସ୍ୱାମୀକୁ ଲୁଚେଇଛନ୍ତି । ଏଭଳି ଅଭିଯୋଗ ଆଣିଲେ ଜଣେ ବୋହୂ ଜାଣନ୍ତୁ ।

ବନ୍ଧୁଗଣ ଗତ ସୋସିଆଲ ମିଡିଆରେ ଆଉ ଏକ ବୋହୂ ନିଜ ସ୍ଵାମୀଙ୍କ ନିଖୋଜ ହେବା ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । ସେ ହେଉଛନ୍ତି ଭୁବନେଶ୍ଵରର ଗାୟତ୍ରୀ ସାମଲ । ଦୀର୍ଘ ୧ ମାସ ହେବ ନିଜ ସ୍ବାମୀଙ୍କୁ ଖୋଜୁଛନ୍ତି । କାରଣ ସ୍ଵାମୀ ଗତ ମାସ ଠାରୁ କୁଆଡେ ଫେରାର ହୋଇ ଯାଇଛନ୍ତି । ଗାୟତ୍ରୀ ୫ ମାସର ଗର୍ଭବତୀ ଅଛନ୍ତି । ନିଜ ଶାଶୁଘରକୁ ଗତ କାଲି ଯାଇଥିଲେ କିନ୍ତୁ ସେଠାରୁ ନିରାଶ ହୋଇ ଫେରିଥିଲେ । ସେ ନେଇ ଗାୟତ୍ରୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି କି, “ମୋର ଓ ସୋମ୍ୟରଞ୍ଜନ ମଙ୍ଗରାଜଙ୍କ ବିବାହ ଏପ୍ରିଲ ୧୭ରେ ହୋଇଥିଲା।

ତାଙ୍କ ପରିବାର ସବୁ ଆସିଥିଲେ । ଆଉ ଭଡା ଘରେ ରହୁଥିବା ବେଳେ ଶାଶୁ, ଶ୍ଵଶୁର, ନଣନ୍ଦ ମାନେ ଯିବା ଆସିବା କରନ୍ତି । ଇଂଷ୍ଟାଗ୍ରାମରୁ ଆମେ ଚିହ୍ନା ହୋଇଥିଲୁ ତାପରେ ଦୁହେଁ କଥା ହୋଇଥିଲୁ । ପରେ ଦୁହେ ପରିବାରକୁ ଜଣାଇଥିଲୁ ଆଉ କୋର୍ଟ ମ୍ୟାରେଜ ପରେ ମନ୍ଦିରର ବାହାଘର ହୋଇଥିଲା । ଆମର ସବୁ ଠିକ ଠାକ ଥିଲା । ମୋର ଏବେ ସନ୍ଦେହ ହେଉଛି ତାଙ୍କ ପରିବାର ଲୁଚାଇଛନ୍ତି ମୋ ସ୍ଵାମୀଙ୍କୁ । ତାଙ୍କ ମା କହୁଛନ୍ତି ତୁ ମୋ ପୁଅକୁ ମାରି ଦେଇଛୁ ବୋଲି।

ତେବେ ଯଦି ମୁଁ ମାରିଛି ତେବେ ମୋ ନାଁରେ କେସ କାହିଁକି ଦେଉ ନାହାନ୍ତି ଥାନାରେ । ଏବେ ମୁଁ ଜାଣିବାକୁ ପାଇଲି ତାଙ୍କ ଘର ଲୋକ ତାଙ୍କୁ ଲୁଚାଇ ରଖିଛନ୍ତି ଏମିତି କଣ ପାଇଁ କରିଛନ୍ତି ସେମାନେ ଜାଣିଥିବେ । ମୋ ଶାଶୁଙ୍କର ହେଉଛି ଡବଲ ରୂପ । ଏଠିକି ଯେବେ ମୋ ପାଖକୁ ଆସିବେ କହିବେ ମୋ ଗୋଡ ହାତ ବିନ୍ଧୁଛି । ସେଠିକି ଗଲା ପରେ ମୁଁ ତାଙ୍କର ଏମିତି ରୂପ ଦେଖି ସକ ହୋଇଗଲି । ବାପରେ ମୋ ଶାଶୁ କି କାଣ୍ଡେଇ ମାନେ ଗେଟ ଭିତରେ ପୁରେଇବେ କଣ ମୋତେ ଗେଟ ଭିତରକୁ ଛାଡିଲେ ନାହି । ସବୁଥିରେ ମନା କରୁଥିଲେ କି ମୋତେ ଜାଣି ନାହାନ୍ତି ।

କିନ୍ତୁ ମୋ ପାଖରେ ଯାହା ବି ପ୍ରମାଣ ଥିଲା ମୁଁ ଗାଁ ଲୋକଙ୍କୁ ଦେଖାଇଲି।ଆଉ ଗାଁ ଲୋକେ ମୋତେ ବୋହୂ ଭାବେ ଗ୍ରହଣ କରିଲେ କିନ୍ତୁ ଶାଶୁଘର ଲୋକ କହୁଛନ୍ତି ମୋ ପୁଅ ଆସିଲେ ବୋହୂ ଆସିବ । ତାଙ୍କ ପୁଅ ନିଖୋଜ ହୋଇ ଯାଇଛି ତାଙ୍କର କିଛି ବି ଯାଏ ଆସ ନାହି ଏମିତି ବ୍ୟବହାର କରୁଛନ୍ତି । ମୋ ସାସୁ ଶ୍ଵଶୁର ପୁରା ଖେଳ କରିଛନ୍ତି । ମୋ ସ୍ଵାମୀ ପଇସାପତ୍ର, ସୁନା ଗହଣା ନେଇ ପଳାଇ ଯାଇଛନ୍ତି ଏଟା ମୁଁ ଜାଣିନାହିଁ । ଏଟା ଗୋଟେ ପ୍ରି-ପ୍ଳାନ ଥିଲା ସୋମ୍ୟଙ୍କ ପୁରା ପରିବାରର ।

Leave a Reply

Your email address will not be published. Required fields are marked *