ହଁ ମୁଁ ପ୍ରେମ କରିଥିଲି,ଏବେ ମୁଁ ସେ ସବୁରୁ ଦୂରେଇ ରହୁଛି କହିଲେ ଗାୟିକା ଇପ୍ସିତା ପଣ୍ଡା ।

ବନ୍ଧୁଗଣ ଏ ଦୁନିଆର ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ।ଭଗବାନ ସମସ୍ତଙ୍କୁ କିଛି କିଛି ପ୍ରତିଭା ଦେଇଛନ୍ତି। କିଏ ସିଙ୍ଗର ହୁଏ ତ ପୁଣି କିଏ ଆକ୍ଟର।କିନ୍ତୁ ସମସ୍ତଙ୍କ ପାଇଁ ଶ୍ରୋତା ଓ ଦର୍ଶକଙ୍କ ଭଲ ପାଇବା ଜରୁରୀ ଥାଏ।ଦର୍ଶକ ମାନେ ହିଁ ଥାନ୍ତି ଯେଉଁମାନେ ଜନକୁ ସିଙ୍ଗର କିମ୍ବା ଅକ୍ଟର ଭାବରେ ଗ୍ରହଣ କରନ୍ତି।ଏମିତି ଜଣେ ସିଙ୍ଗରଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯିଏ ବହୁତ୍ ସଂଘର୍ଷ କରି ସଫଳତା ର ସିଢ଼ି ଚଢ଼ିଛନ୍ତି।ଏଥିରେ ତାଙ୍କର ପରିଶ୍ରମ ଓ ଶ୍ରୋତା ମାନକ୍ର ଭଲ ପାଇବା ମଧ୍ୟ ରହିଛି।

ସେହି ସିଙ୍ଗର ଯିଏ ନିଜ ଗୀତ ମାଧ୍ୟମରେ ଦର୍ଶକଙ୍କ ମନ ଜିଣି ପାରିଛନ୍ତି ସେ ହେଉଛନ୍ତି ଇପ୍ସିତା ପଣ୍ଡା।ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା।ଇପ୍ସିତା କହିଛନ୍ତି ସେ ତାଙ୍କ ଲାଇଫରେ ବହୁତ୍ ସଂଘର୍ଷ କରିଛନ୍ତି।ବହୁତ୍ ସଂଘର୍ଷ ପରେ ଯାଇ ସେ ଏହି ଜାଗାରେ ଆସି ପହଂଚିଛନ୍ତି।ସେ ସବୁବେଳେ ନିଜର ପୁରା ଦେବାକୁ ଚେଷ୍ଟା କରିଥାନ୍ତି।ସେ କହିଛନ୍ତି ଦର୍ଶକ ଓ ଶ୍ରୋତାଙ୍କୁ ଯଦି ଗୀତ ଭଲ ଲାଗିବ ସେ ତଳି ବଜେଇବେ ଆଉ ଖରାପ ଲାଗିଲେ ଗାଳି ଦେବେ।ତେଣୁ ସେ ବହୁତ୍ ଚେଷ୍ଟା କରନ୍ତି ଭଲ ଗୀତ ଗାଇବା ପାଇଁ।

ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ଇପ୍ସିତା ପଣ୍ଡାଙ୍କୁ ଆଉ କିପରି ଗୀତ ଗାଇବା ପାଇଁ ଭଲ ଲାଗେ।ଏଥିରେ ସେ କହିଛନ୍ତି ଯଦି ସେ ଖାଲି ଭଜନ ଗାଇବେ,ତେବେ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ ମିଳିବନି ତେଣୁ ସେ ସବୁ ପ୍ରକାରର ଗୀତ ଗାଆନ୍ତି।ସେ ‘ ମୁଁ ବି ନମିତା ହେବି ‘ ର ଫାଇନାଲିଷ୍ଟ୍ ଥିଲେ।ସେ ସମ୍ପର୍କ ସେ କହିଛନ୍ତି ଯେ ସେଠାରେ ସେ ଅନେକ କଥା ଶିଖିବାକୁ ପାଇଲେ।ବିଶେଷ କରି ନମିତା ଅଗ୍ରୱାଲଙ୍କ ଠାରୁ। ସେ କହିଛନ୍ତି ତାଙ୍କର ମୂଳ ହେଉଛି ଭଜନ ଗାଇବା,କିନ୍ତୁ ସେ ମେଲୋଡୀ, ଫିଲ୍ମ ଗୀତ ମଧ୍ୟ ଗାଇଛନ୍ତି ଯାହାକୁ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି।

ତାଙ୍କୁ ତାଙ୍କ ଲଭ୍ ଲାଇଫ ବିଷୟରେ ପଚାରିବାରୁ ସେ କହିଥିଲେ ଜୀବନରେ ଥରେ ପ୍ରେମ ହୋଇଥିଲା କିନ୍ତୁ ସେଥିରେ ତାଙ୍କୁ ସମ୍ମାନ ମିଳିନଥିଲା।ତେଣୁ ଏବେ ସେ ସବୁ ଠାରୁ ସେ ଦୁରେଇକି ଅଛନ୍ତି ଓ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି।ଶେଷରେ ସେ କହିଛନ୍ତି ସେ ଆହୁରି ଆଗକୁ ବଢ଼ିବାକୁ ଚାହାନ୍ତି।ଗୋଟେ ବଡ଼ ସିଙ୍ଗର ହୋଇ ଓଡ଼ିଶାକୁ ପ୍ରତିନିଧିତ୍ଵ କରିବାକୁ ଚାହାନ୍ତି। ସେଥିପାଇଁ ସେ ଦର୍ଶକ ବନ୍ଧୁ ମାନଙ୍କର ଭଲ ପାଇବା ଓ ସମର୍ଥନ ଦେବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *