କିମିତି ଅଛନ୍ତି ଓଡ଼ିଶା ରୁ BF-7 ଚିହ୍ନଟ ମହିଳା।

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣାମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ପୁଣିଥରେ ଫେରିଛି ମହାମାରୀ। ଓଡ଼ିଶାରେ ପୁଣିଥରେ ଦେଖା ଦେଇଛି କରୋନା ଭୁତାଣୁ।ଓଡ଼ିଶାରେ କୋଭିଡର ନୂଆ ଭେରିଏଣ୍ଟ ଦେଖା ଦେବାପରେ ଏହାକୁ ନେଇ ସମସ୍ତଙ୍କ ମନରେ ଅନେ କ ପ୍ରଶ୍ନ। ଆତଙ୍କିତ ଓଡ଼ିଶା ବାସୀ। ଗତ ୨୨ ତାରିଖରେ ଚିହ୍ନଟ ହେଇଥିଲା କୋଭିଡ ର ନୂଆ ଭେରିଆଣ୍ଟ BF-7 ଭୁତାଣୁ ।

ଓଡ଼ିଶା ର ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହେଇଥିଲା କୋଭିଡ ର ନୂଆ ଭାରିଏଣ୍ଟ।BF-7 ଭାରିଏଣ୍ଟ ଏବେ ଚୀନ ରେ ଆତଙ୍କ ଖେଳାଉଥିବା ବେଳେ ଓଡ଼ିଶା ରେ ତାହାର ପ୍ରଥମ ମହିଳା ଚିହ୍ନଟ ହଇଛି।ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୨ ତାରିଖରେ ତାଙ୍କର ଅର୍ଟିଫିସିଆଲ୍ ଟେଷ୍ଟ କରା ଯାଇଥିଲା।RMC ରେ ଜେନମ୍ ସିକ୍ୱେନସ୍ ପରେ ଏହା ଜଣା ଯାଇଛି।

କୋଭିଡର ନୂଆ variant BF 7 ଚିହ୍ନଟ ହଇଛି ଯାହାକି ଚାଇନାରେ ହଇଚଇ ସୃଷ୍ଟି କରିଛି।ଏହି ଭାରିଆଣ୍ଟ ଏତେ ମାତ୍ରାରେ ସଙ୍କର୍ମିତ ହଇଛି ଯେ ସଂକ୍ରମିତଙ୍କ ପାଇଁ ନା ମିଳିଛି ବେଡ଼ ନା ମିଳିଛି ଡାକ୍ତର।ଏପରିକି ସଂକ୍ରମଣରେ ମାରିଥିବା ଲୋକମାନଙ୍କ ପାଇଁ ଶ୍ମଶାନ ମଧ୍ୟ ମିଳୁନାହିଁ।ସବୁଠି ଶୁଭୁଚି ଛାତି ଫଟା ଚିତ୍କାର।ସେ ମହିଳା ଜଣକ ଆମେରିକା ଯିବା ପୂର୍ବରୁ ଏହି ଟେଷ୍ଟ କରିଥିଲେ।ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଆଉ ଏକ କୋଭିଡ ୱେବ୍ କୁ ଏଡାଇ ଦିଆ ନଯାଇପାରେ।

ତେବେ ଟୀକାକରଣ ପାଇଁ ସ୍ଥିତି ସେତେଟା ଗମ୍ଭୀର ହେଇ ନପାରେ।କେବଳ ଓଡ଼ିଶା ନୁହଁ ଗୁଜୁରାଟରେ ମଧ୍ୟ ୨ଜଣ ଏହି ଭାଇରସରେ ସଂକ୍ରମିତ ହେଇଛନ୍ତି।ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରଚାର ପରେ ଓଡ଼ିଶାରେ ଖେଳୁଛି ଆତଙ୍କ ।ତେବେ ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦରରେ ଏବେ ସାମପଲ ଟେଷ୍ଟ ଆରମ୍ଭ ହେଇଛି।ରାଜ୍ୟବାସି ଏହାକୁ ନେଇ ଭୟଭୀତ ନହେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *