ବାପାର ମୃ-ତ୍ୟୁ ପରେ ପୁଅର ମଧ୍ୟ ଚାଲିଗଲା ଜୀବନ, ସେହି ପୁଅକୁ ପାଠ ପଢେଇବା ପାଇଁ ରାଣୀ ପଣ୍ଡା ଦେଇଥିଲେ ପ୍ରତିଶୃତି

କିଛିଦିନ ତଳେ ଆଠଗଡ ମୁଣ୍ଡୁଳୀ ରାସ୍ତାର ଏକ ମନ୍ଦିର ନିକଟରେ ରାତିରେ ହୋଇଥିବା ଭୟଙ୍କର ଦୁର୍ଘ-ଟଣା ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। ଯେଉଁଥିରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ସହ ଧ-କ୍କା ହୋଇଥିଲା ଏକ ବାଇକ। ତେବେ ବାଇକ ଆରୋହୀ ଜଣକ ଗୁରୁ-ତର ଆ-ହତ ହୋଇଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ସେତେବେଳେ ସେଠାରେ ତାଙ୍କର ମୃ-ତ୍ୟୁ ଘଟିଥିଲା।

ଯାହାପରେ ରାଣୀ ପଣ୍ଡା ନିଜ ଦୁଃ-ଖ ପ୍ରକାଶ କରି ସୁକାନ୍ତଙ୍କ ପରିବାରକୁ 50,000 ଟଙ୍କା ଦେବା ସହ ତାଙ୍କ ଦଶାହକୁ ପୁରା ଗାଁ ଲୋକଙ୍କ ପାଇଁ ଅଭଡ଼ା ପଠାଇଥିଲେ। ଏହାସହ ସେ ଆହୁରି ମଧ୍ୟ କହିଥିଲେ ଯେ ସୁକାନ୍ତଙ୍କ ପିଲାଟିକୁ ପାଠ ପଢ଼ାଇବାରେ ସମ୍ପୁର୍ଣ୍ଣ ସାହାଯ୍ୟ କରିବେ।

କିନ୍ତୁ ଆପଣ ଏବେ ଜାଣି ବହୁତ ଦୁଃଖ ଅନୁଭବ କରିବେ ଯେ ସୁକାନ୍ତଙ୍କ ମୃ-ତ୍ୟୁ ପରେ ପରେ ଏବେ ତାଙ୍କ ପୁଅ ମଧ୍ୟ ଦୁନିଆ ଛାଡି ଚାଲିଯାଇଛି। ସୁକାନ୍ତ ବେହେରାଙ୍କ ମୃ-ତ୍ୟୁକୁ ମାସେ ପୂରି ନଥିବା ବେଳେ ଏବେ ତାଙ୍କର 2 ବର୍ଷର ପୁଅର ମୃ-ତ୍ୟୁ ଘଟିଛି।

ଗତ 10 ତାରିଖ ଦିନ ପୁଅଟି ଘର ବାହାରେ ଖେଳୁଥିବା ସମୟରେ ଗରମ ପେଜ ତା ଉପରେ ପଡିଯାଇଥିଲା। ଯାହାପରେ ସଂଗେ ସଂଗେ ତାକୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡ଼ାକ୍ତରଖାନାରେ 14 ଦିନ ଚିକିତ୍ସିତ ହେବା ପରେ ଏବେ ପିଲାଟିର ମୃ-ତ୍ୟୁ ଘଟିଛି। ଏବେ ପରିବାରର ଦୁଃ-ଖ ବିଷୟରେ ଭାବିଲେ ଆପଣ ମଧ୍ୟ ଜାଣିପାରିବେ ଯେ ସୁକାନ୍ତଙ୍କ ସ୍ତ୍ରୀଙ୍କ ଉପରେ କଣ ବିତୁଥିବ।

ସ୍ୱାମୀଙ୍କ ପରେ ପୁଅର ମୃ-ତ୍ୟୁରେ ସମ୍ପୁର୍ଣ୍ଣ ଧୈ-ର୍ଯ୍ୟହ-ରା ହୋଇ ପଡ଼ିଛନ୍ତି ସୁକାନ୍ତଙ୍କ ସ୍ତ୍ରୀ। କାନ୍ଦି କାନ୍ଦି କହିଛନ୍ତି ଯେ,” ମୋ ସୁନାର ସଂସାର ଉପରେ କାହା ନଜର ଲାଗିଗଲା। ପ୍ରଥମେ ଭଗବାନ ମୋ ସ୍ୱାମୀକୁ ନେଇଗଲେ, ଏବେ ପୁଅକୁ ନେଇଗଲେ। ଭଗବାନ ବହୁତ ନିଷ୍ଠୁର।

ସବୁ ଦୁଃ-ଖ ମୋରି ଭାଗ୍ୟରେ ଲେଖି ଦେଇଛନ୍ତି। ମୁଁ କିପରି ବଞ୍ଚିବି? ଏ ଦୁନିଆରେ ମୋର ଆଉ କିଏ ଅଛି?” ସୁକାନ୍ତଙ୍କ ମୃ-ତ୍ୟୁ ପରେ ତାଙ୍କ ପୁଅକୁ ପାଠ ପଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ରାଣୀ ପଣ୍ଡା ଏବେ କାହାକୁ ପାଠ ପଢ଼ାଇବେ।

Leave a Reply

Your email address will not be published. Required fields are marked *