ଉଜୁଡି ଗଲା ପୁରା ସଂସାର, ବାପା ମୃ-ତ୍ୟୁକୁ ମାସେ ନପୁରୁଣୁ ପେଜରେ ପଡି ପୁଅର ହୋଇଗଲା ମୃ-ତ୍ୟୁ

ଗତ କିଛି ଦିନ ତଳେ ରାନୀ ପଣ୍ଡାଙ୍କ କାର୍ ଦୁର୍ଘ-ଟଣାରେ ମୃ-ତ୍ୟୁ ହୋଇଥିବା ସୁକାନ୍ତ ବେହେରାଙ୍କ ଖବର ତ ଆପଣ ନିଶ୍ଚୟ ଶୁଣିଥିବେ। ଯେଉଁଥିରେ ଆଠଗଡ ମୁଣ୍ଡୁଳୀ ରାସ୍ତାରେ ଥିବା ଏକ ମନ୍ଦିର ନିକଟରେ ରାତି ପ୍ରାୟ 10.30ରେ ରାନୀଙ୍କ କାର ଏକ ବାଇକକୁ ଧକ୍କା ଦେଇଥିଲା।

ଏଥିରେ ଉଭୟ କାର ଏବଂ ବାଇକ ଆରୋହୀ ଗୁରୁ-ତର ଆ-ହତ ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ବାଇକ ଆରୋହୀ ସୁକାନ୍ତଙ୍କୁ ଆଠଗଡ ମେଡିକାଲ ନିଆଯାଇଥିଲା। ଏହାପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ। ଏହାପରେ ପରିବାରରେ ଶୋ-କର ଛାୟା ଖେଳିଯାଇଥିଲା।

ତେବେ ଆଜିର ଖବର ଶୁଣି ଆପଣଙ୍କୁ ଆହୁରି ଦୁଃଖ ଲାଗିବ। ବାପା ମରିବାର ମାସେ ନପୁରୁଣୁ ତାଙ୍କ 2 ବର୍ଷର ପୁଅର ଆଜି ମୃ-ତ୍ୟୁ ହୋଇଯାଇଛି। ତେବେ ଆଜି ସକାଳେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ମୃ-ତ୍ୟୁ ଘଟିଛି।

ସୂଚନା ଅନୁସାରେ କିଛି ଦିନ ତଳେ ଘରେ ଖେଳୁଥିବା ସମୟରେ ପିଲାଟି ଉପରେ ଗରମ ପେଜ ପଡିଯାଇଥିଲା। ଫଳରେ ଶରୀରର ଅଧିକାଂଶ ଅଂଶ ପୋଡି ଯାଇଥିଲା। ସଙ୍ଗେ ସଙ୍ଗେ ପିଲାଟିକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଏହାପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ପିଲାଟି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ 14 ଦିନ ରହିବା ପରେ ଆଜି ସକାଳେ ତାର ମୃ-ତ୍ୟୁ ଘଟିଛି। ତେବେ ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଲରେ ଶୋ-କର ଛାୟା ଖେଳିଯାଇଛି । ସ୍ୱାମୀଙ୍କ ପରେ ପୁଅର ମୃ-ତ୍ୟୁରେ ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି ସୁକାନ୍ତଙ୍କ ସ୍ତ୍ରୀ। ଯାହାଫଳରେ ସେ କାନ୍ଦି କାନ୍ଦି ପାଗଳ ପରି ବ୍ୟବହାର ଦେଖାଉଛନ୍ତି।

Leave a Reply

Your email address will not be published. Required fields are marked *