ଦେଢ଼ ମାସ ହେବ ସ୍ତ୍ରୀ, ପିଲାକୁ ତାଲା ପକାଇ ଫେ-ରାର ହୋଇଯାଇଛି ସ୍ୱାମୀ।

ଆଜିକାଲି ସମାଜରେ ପର-କ୍ରିୟାପ୍ରୀତି ମାମ-ଲା ଏକ ସାଧାରଣ କଥା ହୋଇଗଲାଣି। ପୁରୁଷ କିମ୍ବା ନାରୀ ବିବାହିତ ହୋଇ ମଧ୍ୟ ପର ବ୍ୟକ୍ତି ସହ ସ-ମ୍ପର୍କ ରଖୁଛନ୍ତି। ସ୍ୱାର୍ଥ ହାସଲ କରିବା ପରେ ନିଜ ସାଥିକୁ ଧୋ-କ୍କା ଦେବା ଆଗରୁ ଏପରି ଲୋକ ଥରେ ମଧ୍ୟ ଭାବୁନାହାନ୍ତି। ସମାଜର ନିନ୍ଦାକୁ ଗୋଡ଼ରେ ଆଡେଇ ପର ମଣିଷ ସହ ଫେ-ରାର ହେଇଯାଉଛନ୍ତି। ଏପରି ଲୋକଙ୍କ ପାଇଁ ଆଜି ସମାଜ କଳୁଷିତ ହେବାରେ ଲାଗିଛି।

ତେବେ ଏହିପରି ଏକ ପର-କ୍ରିୟାପ୍ରୀତି ମା-ମଲା ଶୁଣିବାକୁ ମିଳୁଛି କଟକ ଜିଲ୍ଲା କିଶୋର ନଗର ଥା-ନା ବରଦା ପଞ୍ଚାୟତ ଦାମଦୋରପୁର ଗାଁରୁ। ଏଠାରେ ଜଣେ ଯୁବକଙ୍କର ସ୍ତ୍ରୀ,ପିଲା ଥାଇ ମଧ୍ୟ ସେ ନିଜ ଖୁଡି ପ୍ରେମରେ ପଡି ଖୁଡିକୁ ନେଇ ଫେ-ରାର ହୋଇଯାଇଛି।

ଏବେ ନ୍ୟା-ୟ ପାଇଁ ଭିକ ମାଗୁଛନ୍ତି ସ୍ତ୍ରୀ। ଉଭୟ ସ୍ତ୍ରୀ ଏବଂ ପିଲା ଜେଲ୍ ରେ ରହିବା ପରି ଘରେ ପଡିରହିଛନ୍ତି। ତେବେ ମହିଳାଙ୍କୁ ନ୍ୟା-ୟ ମିଳୁ ବୋଲି ଗାଁର ଲୋକମାନେ ମଧ୍ୟ ଚାହୁଁଛନ୍ତି। ଦେଢ଼ ମାସ ଧରି ଏହି ଘରେ ପିଲାକୁ ନେଇ ଏକା ରହୁଛନ୍ତି ମହିଳା। ଖାଇବା ପିଇବା ପାଇଁ କିଛି ନାହିଁ। ବାପଘର ଲୋକ ଯାହା ଅଳ୍ପକିଛି ଆଣୁଛନ୍ତି ସେହିଥିରେ ଉଭୟ ମାଆ-ପିଲା ଚଳୁଛନ୍ତି।

ତେବେ ସୂଚନା ଅନୁସାରେ କଟକ ଜିଲ୍ଲା କିଶୋର ନଗର ଥା-ନା ଅନ୍ତର୍ଗତ ବରଦା ପଞ୍ଚାୟତ ଦାମଦୋରପୁର ଗାଁର ବିଭୁ ରାୟ ନାମକ ଜଣେ ଯୁବକ ନେମାଳ ଅଞ୍ଚଳର ଧରିତ୍ରୀ ଦାସ ନାମକ ଜଣେ ଯୁବତୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଶଶୁର ଘର ଲୋକ ଦାବି ମୁତାବକ ଯୌ-ତୁକ ନେଇ ମହିଳା ଜଣକ ଘରେ ପ୍ରବେଶ କରିଥିଲେ।

କିନ୍ତୁ ସ୍ବାମୀଙ୍କର ଖୁଡି ଶାଶୁଙ୍କ ସହ ପରକ୍ରି-ୟାପ୍ରୀ-ତି ସମ୍ପ-ର୍କ ରହିଛି ବୋଲି ସେ ଆଗରୁ ଜାଣିନଥିଲେ। ବିବାହର ବର୍ଷେ ପରେ ଧରିତ୍ରୀଙ୍କ ଦୁଇ ବର୍ଷର ପୁଅଟିଏ ହେଲା। ଏହାପରେ ଧୀରେ ଧୀରେ ସମୟରେ ଗଡ଼ିବା ସହ ସ୍ୱାମୀ, ଶାଶୁ ଏବଂ ଶଶୁର ତାଙ୍କୁ ଅ-ତ୍ୟାଚା-ର କରିବା ଆରମ୍ଭ କଲେ।

ସ୍ବାମୀ ଙ୍କର ଖୁଡି ଙ୍କ ସହ ସଂ-ପର୍କ ଥିବା ଘ-ଟଣା ପରିବାରରେ ସମସ୍ତେ ଜାଣିଥିଲେ କିନ୍ତୁ କେହି ବି କିଛି ପ୍ରତି-ବାଦ କରିନଥିଲେ। ତେବେ ମହିଳା ଜଣକ ଏବେ କହିଛନ୍ତି ଯେ ନିଜ ସ୍ବାମୀଙ୍କୁ ଖୁଡିଙ୍କ ଠାରୁ ଦୂରେଇ ରହିବାକୁ କହିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଘରେ ବାହାରେ ତାଲା ପକାଇ କୁଆଡେ ଚାଲିଯାଇଛନ୍ତି। କାନ୍ଦି କାନ୍ଦି ମହିଳା ଜଣକ ସବୁ କଥା କହିଲେ ମଧ୍ୟ ଯେ ପର୍ଯ୍ୟନ୍ତ ସ୍ୱାମୀ ଫେରି ନାହାନ୍ତି କଥା ସମାଧାନ ହୋଇପାରିବ ନାହିଁ।

Leave a Reply

Your email address will not be published. Required fields are marked *