କୋର୍ଟରେ ଜେରା ବେଳେ ଇଂରାଜୀ ବୁଝିପାରିଲେ ନାହିଁ ବର୍ଷା, ସାକ୍ଷ୍ୟଗ୍ରହଣ ପାଇଁ ଦିଆଗଲା ଆଉ ଗୋଟେ ଦିନ

ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାକ୍ଷ୍ୟ ଗ୍ରହଣ ପାଇଁ ସୋମବାର ଦିନ କଟକ ପାରିବାରିକ ଅଦାଲତରେ ହାଜର ହୋଇଥିଲେ।ତେବେ କୋର୍ଟରେ ସାକ୍ଷ୍ୟଗ୍ରହଣ ସମୟରେ ବର୍ଷାଙ୍କୁ ଅନୁଭବଙ୍କ ଓକିଲ କିଛି ଆପତ୍ତିଜନକ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି।

ସେଥିପାଇଁ କୋର୍ଟ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ପାଇଁ ଆହୁରି ଗୋଟେ ଦିନ ଦେଇଛି। ଅଭିଯୋଗ ଅନୁସାରେ ସାକ୍ଷ୍ୟଗ୍ରହଣ ସମୟରେ ବର୍ଷାଙ୍କୁ ଅନୁଭବଙ୍କ ଓକିଲ ଇଂରାଜୀ ଭାଷାରେ ପ୍ରଶ୍ନ ପଚାରିଥିବାବେଳେ ବର୍ଷା କିନ୍ତୁ ଓଡ଼ିଆରେ ଉତ୍ତର ଦେଇଥିଲେ। ତେବେ ଅନରଗଳ ଇଂରାଜୀ କହୁଥିବା ବର୍ଷା କୋର୍ଟରେ କାହିଁକି ଓଡ଼ିଆରେ ଉତ୍ତର ଦେଲେ ତାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏହାପରେ ବର୍ଷାଙ୍କ ଓକିଲ କହିଥିଲେ ଯେ ନାରୀର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସିଲା ଭଳି କୌଣସି ପ୍ରଶ୍ନ ପଚାରିପାରିବେ ନାହିଁ। ଏପରି କିଛି ଯୁକ୍ତିତର୍କ ହେବା ଫଳରେ ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଗଲା। ତେବେ ବର୍ଷା ସାକ୍ଷ୍ୟ ଗ୍ରହଣ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି।

ଏହାପରେ ଅନୁଭବଙ୍କ ଓକିଲ କହିଥିଲେ ଯେ ପୂର୍ବରୁ ସେପ୍ଟେମ୍ବର 8 ତାରିଖରେ ବର୍ଷାଙ୍କୁ ପାରିବାରିକ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବର୍ଷା କୋର୍ଟରେ ହାଜର ହୋଇନଥିଲେ। ଯେଉଁ କାରଣରୁ ସେତେବେଳେ ମଧ୍ୟ ସାକ୍ଷ୍ୟଗ୍ରହଣ ହୋଇପାରିନଥିଲା ଏବଂ ନିଜ ପକ୍ଷ ରଖିବାକୁ ଅଦାଲତଙ୍କୁ ସମୟ ମାଗିଥିଲେ ବର୍ଷା।

ଆଜି ମଧ୍ୟ ଉଭୟଙ୍କୁ ପାରିବାରିକ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଆଜି ବି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇପାରିନଥିବାରୁ ପୁଣି ଥରେ ଗୋଟେ ଦିନ ବଢ଼ାଇ ମଙ୍ଗଳବାର ଦିନ ହାଜର ହେବାକୁ ବର୍ଷାଙ୍କୁ କୁହାଯାଇଛି।

Leave a Reply

Your email address will not be published. Required fields are marked *