‘ବେଶରମ ରଙ୍ଗ’ ଗୀତରେ ଦୀପିକା ଅଶ୍ଲୀଳତାର ସବୁ ସୀମା ପାର୍ କରିବା ପରେ ସୋସିଆଲମିଡ଼ିଆରେ ଏବେ ଲୋକ ଦେଉଛନ୍ତି ନିଜର ପ୍ରତିକ୍ରିୟା

ପଠାନ ଫିଲ୍ମର ରିଲିଜ ହୋଇଥିବା ‘ବେଶରମ ରଙ୍ଗ’ ଗୀତ କୁ ତ ଆପଣ ନିଶ୍ଚୟ ଦେଖିଥିବେ କିମ୍ବା ଶୁଣିଥିବେ। ଯେଉଁଥିରେ ଅଭିନେତ୍ରୀ ଦୀପିକା ଅଶ୍ଲୀଳତାର ସବୁ ସୀମା ପାର୍ କରିଦେଇଛନ୍ତି। ଏହି ଗୀତ ଏବେ ପୁରା ଦେଶରେ ବିବାଦର କାରଣ ପାଲଟିଯାଇଛି।

ଏହା ସହିତ ଫିଲ୍ମର ମୁଖ୍ୟ ଅଭିନେତା ଏବଂ ଅଭିନେତ୍ରୀ ଶାହରୁଖ- ଦୀପିକାଙ୍କ ବିରୋଧରେ ଅନେକ ସହରରେ ମାମଲା ମଧ୍ୟ ରୁଜୁ କରାଯାଇଛି। ତେବେ ଗୀତର କିଛି ଦୃଶ୍ୟ ଏବଂ ଦୀପିକାଙ୍କ ଗେରୁଆ ରଙ୍ଗର ବସ୍ତ୍ରକୁ ନେଇ ବିଭିନ୍ନ ନେତା ଏବଂ ହିନ୍ଦୁ ସଂଗଠନ ବିରୋଧ କରିଥିଲା। ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଥିଲେ।

ଦୀପିକା-ଶାହାରୁଖ ଏହି ଗୀତରେ ପିନ୍ଧିଥିବା ପୋଷାକକୁ ନେଇ ଉତ୍ତରପ୍ରଦେଶ, ଛତିଶଗଡ, ଗୁଜୁରାଟ, ମଧ୍ୟପ୍ରଦେଶ, ବିହାର, ଏବଂ ମହାରାଷ୍ଟ୍ର ପରି ଅନେକ ରାଜ୍ୟରେ ବିରୋଧ କରାଯାଉଛି। କେବଳ ଏତିକି ନୁହେଁ ବିହାରର ମୁଜାଫରପୁରରେ ଧାର୍ମିକ ଭାବନାକୁ ଏହି ଗୀତରେ ଆଘାତ ଦିଆଯାଇଛି ବୋଲି କହି ଶାହରୁଖ ଏବଂ ଦୀପିକାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

ତେବେ ଏହି ଗୀତକୁ ନେଇ ମିଡିଆ ମାଧ୍ୟମରେ ଲୋକମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଫିଲ୍ମ ନିର୍ମାତାଙ୍କ ଦ୍ୱାରା ଦେଶର ‘ସନାତନ’ ସଂସ୍କୃତିକୁ ଦୁର୍ବଳ କରିବା ପାଇଁ ଏହା ଏକ ଖରାପ ପ୍ରୟାସ। ଗେରୁଆ ରଙ୍ଗ ‘ସନାତନ’ ସଂସ୍କୃତିର ପ୍ରତୀକ ଅଟେ। ଅଭିନେତ୍ରୀ ଜଣକ ଛୋଟ ପୋଷାକ ପିନ୍ଧି ଅଶ୍ଳୀଳତାର ସବୁ ସୀମା ପାର୍ କରିଦେଇଛନ୍ତି।

ଏହି କାରଣରୁ ଅଧିକାଂଶ ଦେଶବାସୀ ଏହି ଫିଲ୍ମକୁ ବଏକଟ୍ କରିବାକୁ ଦାବି କରୁଛନ୍ତି। ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇ କୋଟି କୋଟି ଟଙ୍କା ରୋଜଗାର କରିବା କେତେ ଦୂରରୁ ଠିକ। ଆଉ ଏମିତିରେ ବି ଦେଖିବାକୁ ଗଲେ ଏପରି ବଡ ବଡ ଷ୍ଟାର ମାନଙ୍କର କୌଣସି ପାରିବାରିକ ସଂସ୍କାର ନାହିଁ।

ଏପରି ଅଶ୍ଲୀଳତା ଦୃଶ୍ୟ କରିବା ତାଙ୍କ ପାଇଁ ବଡ କଥା ନୁହେଁ। ଆଉ ଦୀପିକା ଜଣେ ବିବାହିତା ନାରୀ ହୋଇ ମଧ୍ୟ ଏପରି ଅଙ୍ଗ ପ୍ରଦର୍ଶନ କରି ଗୀତରେ ନାଚିବା ଚାରିତ୍ରହୀନତାର ଏକ ଜ୍ୱଳନ୍ତ ଉଦାହରଣ।

Leave a Reply

Your email address will not be published. Required fields are marked *