ଖୁଡି ମା ସମାନ । ମା କ୍ଷୀର ଖାଉଥିଲ ବୋଲି କଣ ଖୁଡିର ଛାତି ଦେଖିବ ? ଅଭିଯୋଗ ଆଣିଲେ ଜଣେ ସ୍ତ୍ରୀ ।

ପୁତୁରା ଖୁଡିଙ୍କ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ପୁତୁରା ଖୁଡିଙ୍କ ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ । ଯେଉଁ ସମ୍ପର୍କକୁ ମା ପୁଅର ସମ୍ପର୍କ କୁହାଯାଏ । ମା’ର ଅନୁପସ୍ଥିତକୁ ଖୁଡି ହିଁ ପୂରଣ କରି ପାରେ । ମା ନଥିଲେ ମାର ଜାଗା ଖୁଡି ହିଁ ନେଇପାରେ । ହେଲେ ସେହି ମା ପୁଅଙ୍କ,ସେହି ଖୁଡି ପୁତୁରାଙ୍କ ପବିତ୍ର ସମ୍ପର୍କ କୁଆଡେ ଅପବିତ୍ର ହେଇଥିବା ପୁତୁରାଙ୍କ ପତ୍ନୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ମୁତାବକ ଖୁଡି ପୁତୁରାଙ୍କ ଭିତରେ ଚାଲିଛି ଅନୈତିକ ସମ୍ପର୍କ । ମୁଁ କେମିତି ଏ ସବୁ ଦେଖି ସହି ପାରିବି । ମୁଁ କେମିତି ଏହି ସବୁ ଦେଖି ଚୁପ ରହି ପାରିଥାନ୍ତି ।

ମୁଁ ଜଣେ ମଣିଷ ମୁଁ ମୋ ସ୍ୱାମୀଙ୍କୁ ଭଗବାନ ଆଉ ମୋ ସ୍ୱାମୀଙ୍କ ଖୁଡିଙ୍କୁ ମାଙ୍କ ଆଖିରେ ଦେଖିଥିଲି । ଯେଉଁ ଆଖିରେ ମୁଁ ତାଙ୍କୁ ମା ପୁଅଙ୍କ ପବିତ୍ର ସମ୍ପର୍କ ଦେଖିଥିଲି ସେହି ଆଖିରେ ମୁଁ ଦେଖିଲି ସେମାନଙ୍କ ଭିତରେ ଥିବା ସେହି ପାପ ସମ୍ପର୍କକୁ । ଆଉ ମୁଁ ଏହା ଦେଖିବା ପରେ ମୋ ପାଦ ତଳୁ ମାଟି ଖସି ଯାଇଥିଲା । ହେଲେ ମୋ ସ୍ୱାମୀ ଆଉ ମୋ ଖୁଡି ଶାଶୁଙ୍କୁ ଏହା କିଛି ବି ଫରକ ପକାଇ ପାରିଲା ନାହିଁ । ଖୁଡିର କ୍ଷୀର ଖାଇ ବଡ଼ ହୋଇଥିଲ ବୋଲି କଣ ଖୁଡିର ଛାତିକୁ ଦେଖିବ ।

ଖୁଡି ସହ ଗୋଟିଏ ରୁମରେ ରହିବ, ଖୁଡି ସହ ପାପ ସମ୍ପର୍କ ରଖିବ। କେଉଁ ସ୍ତ୍ରୀ ଏହାକୁ ଦେଖି ସହି ପାରିଥାନ୍ତା କହିଲ । ମୁଁ ଯେତେବେଳେ ଏହାକୁ ବିରୋଧ କଲି ମୋ ସ୍ୱାମୀ କହିଲେ ପରକିୟାପ୍ରୀତି ଅପରାଧ ନୁହେଁ । ଆଉ କେତେ ସେମାନଙ୍କ ସହ ଯୁକ୍ତି କରିଥାନ୍ତି । ମତେ ଯାହା ଖରାପ ଲାଗୁଥିଲା ତାଙ୍କୁ ଏହା କିଛିବି ଖରାପ ଲାଗୁନଥିଲା । ଯେବେ ଯେବେ ମୁଁ ମୋ ସଙ୍ଖା ସିନ୍ଦୁର ପାଇଁ ପ୍ରତିବାଦ କଲି ସେବେ ସେବେ ଖୁଡି ଶାଶୁ ମଧ୍ୟ ସେହି ସମାନ କଥା କହିଲେ କି ।

ସୁପ୍ରିମକୋର୍ଟଙ୍କ ଅର୍ଡର ଅନୁଯାୟୀ ପରକ୍ରିୟା ପ୍ରୀତି ଆଦୌ ଅପରାଧ ନୁହେଁ । ମୁଁ ତାକୁ ରଖିଛି ଆଉ ରଖିବି ତୁ କଣ କରିବୁ କର । ସେପଟେ ଅନେକଥର ମୁଁ ମୋ ନିଜ ଆଖିରେ ଦେଖିଲି ମୋ ସ୍ୱାମୀ ଆଉ ତାଙ୍କ ଖୁଡି ଗୋଟିଏ ରୁମରେ କବାଟ ଦେଇ ଘଣ୍ଟା ଘଣ୍ଟା ସମୟ ବିତେଇ ବାର । ମୁଁ ଥାଉ ଥାଉ ମୋ ସ୍ୱାମୀଙ୍କର ବିପି ଚେକ ଖୁଡି କରିବା । ବେଡ଼ ଉପରେ ଦୁହେଁ ପାଖାପାଖି ଶୋଇବା । ପ୍ରଥମେ ତ ମୋ ଶାଶୁ ଘର ଲୋକେ ମି-ଛ କହି ବିବାହ କଲେ । ଦ୍ୱିତୀୟ ରେ ମୋ ସ୍ୱାମୀ ବିବାହ ପରେ କେବେ ସେ ମୋର ହେଇ ରହିଲେ ନାହିଁ । ଏଭଳି କଥା କୋହଭରା କଣ୍ଠରେ କହୁଛି ଜଣେ ପତ୍ନୀ ।

Leave a Reply

Your email address will not be published. Required fields are marked *