ବହୁତ ଦିନ ପରେ ଆଜି କଳଙ୍କିନୀ ଅର୍ଚ୍ଚନା କୋର୍ଟକୁ ଗଲା ବେଳେ ହସି ହସି ଯାଉଥିବାର ଦେଖାଯାଇଛି।

ଏହି ବିଚିତ୍ର ସମାଜ ବିଭିନ୍ନ ପ୍ରକାର ମଣିଷ ମାନଙ୍କୁ ନେଇ ଗଠିତ।କିଛି ଲୋକଙ୍କର ଭଲ କାମ ସମାଜ କୁ ଭଲ ବାର୍ତ୍ତା ପ୍ରଦାନ କରିଥାଏ।ଆଉ କିଛି ଲୋକଙ୍କର ଖରାପ କାମ ସମାଜ କୁ ଖରାପ ବାର୍ତ୍ତା ପ୍ରଦାନ କରିଥାଏ।ଯାହା ଫଳ ରେ ସମାଜ କଳୁଷିତ ହୋଇପଡ଼େ।ଏମିତି କିଛି ଅତି ଖରାପ କାମ କରି ସମାଜକୁ କଳଙ୍କିତ କରିଛନ୍ତି ହନିଟ୍ରାପ କ୍ୱିନ ଅର୍ଚ୍ଚନା ଏବଂ ତା’ର ସ୍ବାମୀ ଜଗବନ୍ଧୁ।ପ୍ରଥମେ ପୋଲିସ୍ ଏହି ମାମଲା ରେ ଅର୍ଚ୍ଚନା କୁ ଗିରଫ କରିଥିଲା।ପରେ ଇଡି ଏହି କେସ ର ତଦନ୍ତ କରିବା ପରେ ଜଗବନ୍ଧୁ ମଧ୍ୟ ଜେଲ୍ ରେ ରହିଛି।

ତେବେ ଏହି କେସରେ ଅର୍ଚ୍ଚନାକୁ ଜେରା କରିବା ପାଇଁ ଇଡି ତାକୁ ରିମାଣ୍ଡରେ ନେଇଥିଲା।ରିମାଣ୍ଡରେ ଯିବା ପୂର୍ବରୁ ଜୋର୍ ରେ ପାଟି କରି ଗଣମାଧ୍ୟମକୁ କହିଥିଲା ଅର୍ଚ୍ଚନା କି ସେ ୩୦ ମିନିଟ୍ ମଧ୍ୟରେ ସାରା ଓଡ଼ିଶା ରାଜ୍ୟକୁ ଦୋହଲାଇ ରଖିଦେବ ବୋଲି।ତା ଉପରେ ଲାଗିଥିବା ସବୁ ଅଭିଯୋଗକୁ ଭୁଲ ପ୍ରମାଣ କରିବ ଏବଂ ସବୁ କଥାର ଏକ୍ସକ୍ଲୁସିଭ୍ ପ୍ରମାଣ ଦେଖାଇବ ବୋଲି।ହେଲେ ଆଜି ପର୍ଯ୍ୟନ୍ତ ମୁହଁ ଖୋଲୁନାହିଁ ଅର୍ଚ୍ଚନା।ପ୍ରଥମେ ୬ ଦିନିଆ ଏବଂ ପରେ ୭ ଦିନିଆ ରିମାଣ୍ଡରେ ଇଡି ନେଇଥିଲା ଅର୍ଚ୍ଚନାକୁ।

ହେଲେ ସେ ଏହି ୧୩ ଦିନ ଅବଧି ମଧ୍ୟରେ କିଛି ବି କହିନାହିଁ ।ଏବେ ନିୟମ ଅନୁସାରେ ଇଡି ଆଉ ମାତ୍ର ୨ ଦିନ ହିଁ ଅର୍ଚ୍ଚନାକୁ ରିମାଣ୍ଡରେ ନେଇପାରିବ।କିନ୍ତୁ ଏବେ କୋର୍ଟ ଏହି ୨ ଦିନିଆ ରିମାଣ୍ଡ ପାଇଁ ଇଡିକୁ ଅନୁମୋତି ଦେଇ ନାହାନ୍ତି। ତା’ପରେ ଆଇନ୍ କାନୁନ୍ ତା’ର କାମ କରିବ।ତେବେ ଆଜି ଭୁବନେଶ୍ୱର କୋର୍ଟରେ ହାଜର ହୋଇଥିଲା ଅର୍ଚ୍ଚନା।ସେହି ସମୟରେ ଦେଖାଯାଇଥିଲା କି ଅର୍ଚ୍ଚନା ମୁହଁରେ ଟିକେ ହେଲେ ବି ଚିନ୍ତା ନାହିଁ,ସେ ଆହୁରି ହସି ହସି କହୁଛି ଯେ ଶତ୍ରୁ ମାନଙ୍କର ବିନାଶ ହେବ ବୋଲି।

ତେବେ ସେ କେଉଁ ଶତ୍ରୁର ବିନାଶ ହେବ ବୋଲି କହୁଥିଲା ଶ୍ରଦ୍ଧାଞ୍ଜଳି ନା ଅକ୍ଷୟ ପରିଜା ନା ଆଉ କେହି ଅଛି ଯିଏ ଚାହୁଁଛି ଅର୍ଚ୍ଚନାର ବିନାଶ ହେଉ ବୋଲି।ଏହି ସବୁ ପ୍ରଶ୍ନ ଏବେ ସର୍ବସାଧାରଣରେ ଚର୍ଚ୍ଚା ଚାଲିଛି।ବିଶେଷ ସୂତ୍ରରୁ ସୂଚନା ମିଳିଛି କି ଶ୍ରଦ୍ଧାଞ୍ଜଳି ଇଡି ଆଗରେ ଅର୍ଚ୍ଚନାର ସବୁ କଳାକାରନାମାର ଗୁମର ଖୋଲି ଦେଇଛି।ଏବେ ଖାଲି ଇଡି ଲଗିପଡ଼ିଛି ଅର୍ଚ୍ଚନା ବିଷୟରେ ଶ୍ରଦ୍ଧାଞ୍ଜଳି ଯାହା କହିଛି ତାହା ସତ ନା ମିଛ ବୋଲି ଜାଣିବା ପାଇଁ।ସେଥି ପାଇଁ ଆଜି ଅର୍ଚ୍ଚନାକୁ କୋର୍ଟରେ ଇଡି ହାଜର କରିଥିଲା ତାକୁ ଆଉ ୨ ଦିନିଆ ରିମାଣ୍ଡରେ ନେବା ପାଇଁ।ତେବେ ଦେଖାଯାଉ ଆଗକୁ କୋର୍ଟ ଙ୍କ କ’ଣ ନିଷ୍ପତି ରହୁଛି।

Leave a Reply

Your email address will not be published. Required fields are marked *