ଶ୍ରେଣୀ ଗୃହରୁ ଦଶମ ଶ୍ରେଣୀ ଛାତ୍ରୀର ଝୁଲନ୍ତା ମୃ-ତଦେହ ଉ-ଦ୍ଧାର, ହ-ତ୍ୟା ଅଭି-ଯୋଗ କଲେ ପରିବାର ଲୋକ

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥା-ନା ଅନ୍ତର୍ଗତ ବଡବାଲିକୁଦା ଗ୍ରାମରେ ପ୍ରେମକୁ ନେଇ ଘଟିଛି ଏକ ଅଭା-ବନୀୟ ଘ-ଟଣା। ଏଠାର ସରକାରୀ ଉଚ୍ଚ ବିଦ୍ୟାଳୟର ଏକ ଶ୍ରେଣୀଗୃହରୁ ମିଳିଛି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃ-ତଦେହ।

ଶୁଣିବାକୁ ମିଳୁଛି ଯେ ପରିବାର ଲୋକ ଝିଅଟିର ପ୍ରେମ ସମ୍ପର୍କ ବିଷୟରେ ଜାଣି ଏହାକୁ ବି-ରୋଧ କରିଥିବାରୁ ଶେଷକୁ ଆଉ କିଛି ଉପାୟ ନପାଇ ଆ-ତ୍ମହ-ତ୍ୟା କରିଛନ୍ତି ପ୍ରେମିକା। ତେବେ ଝିଅଟି ଆ-ତ୍ମହ-ତ୍ୟା କରିନାହିଁ ବରଂ ତାକୁ ହ-ତ୍ୟା କରାଯାଇଛି ବୋଲି ଝିଅର ପରିବାର ଲୋକ ଅଭି-ଯୋଗ ଆଣିଛନ୍ତି। ତେବେ ମୃ-ତ ଝିଅଟି ହେଉଛି ଏହି ଗ୍ରାମର ପଙ୍କଜ ରାଉତଙ୍କ ଝିଅ ସାଇ ସ୍ୱରୂପା ରାଉତ।

ସୂଚନା ଅନୁସାରେ ଝିଅଟି ସ୍କୁଲ ଯାଉଥିବା ସମୟରେ ଗତ 2 ମାସ ଧରି ସେହି ଅଞ୍ଚଳର ସାଗର ବିଶ୍ୱାଳ ନାମକ ଜଣେ ଯୁବକ ତାଙ୍କୁ ପିଛା କରୁଥିଲେ। ପିଛା କରି ଝିଅଟି ସହ ପ୍ରତିଦିନ ମିଠା ମିଠା କଥା ହୋଇ ତାକୁ ନିଜ ପ୍ରେମ ଜା-ଲରେ ଫସାଇ ଥିଲେ ଯୁବକ। ଏହାପରେ ଧୀରେ ଧୀରେ ଉଭୟ ମୋବାଇଲ୍‌ରେ କଥାବାର୍ତ୍ତା ହେବାକୁ ଲାଗିଲେ। ଝିଅର ପ୍ରେମ ସମ୍ପ-ର୍କ ବିଷୟରେ ବାପା ଜାଣିବା ପରେ ସେ ଝିଅକୁ ଏସବୁ କରିବାକୁ ମନା କରିଥିଲେ।

ତେବେ ଗତକାଲି ସନ୍ଧ୍ୟାରୁ ଝିଅଟି ଘରୁ କିଛି ଅଳଙ୍କାର ଏବଂ 30 ହଜାର ଟଙ୍କା ନେଇ ଚାଲି କୁଆଡେ ଯାଇଥିଲେ। ତେବେ ଖୋଳତାଡ଼ କଲା ବେଳେ ଜଣାପଡିଲା ଯେ ଉକ୍ତ ଯୁବକ ଜଣକ ମଧ୍ୟ ଘରୁ କୁଆଡେ ଚାଲି ଯାଇଛନ୍ତି। ସବୁ ସ୍ଥାନ ଖୋଜି ଖୋଜି ପରିବାର ଲୋକ ନି-ରାଶ ହୋଇ ଫେରିବା ପରେ ଆଜି ସ୍କୁଲ ଘରୁ ଝିଅର ମୃ-ତଦେ-ହ ମିଳିଛି। ଝିଅର ବେକରେ ରଶି ଲାଗିଥିବା ବେଳେ ସେ ତଳେ ବସିବା ଢଙ୍ଗରେ ଥିଲେ।

ସେପଟେ ଗାଁ ଲୋକଙ୍କ କହିବା ଅନୁସାରେ ପ୍ରେମ ସମ୍ପ-ର୍କକୁ ଦୁହିଁଙ୍କ ଘରେ ସ୍ୱୀକାର ନ କରିବାରୁ ଉଭୟ ପ୍ରେମିକ ଏବଂ ପ୍ରେମିକା ସରକାରୀ ସ୍କୁଲରେ ଆ-ତ୍ମହ-ତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ନାବାଳିକା ଜଣକ ପ୍ରଥମେ ଆ-ତ୍ମହ-ତ୍ୟା କରିଥିଲେ। କିନ୍ତୁ ତାଙ୍କୁ ଛଟପଟ ହୋଇ ମରୁ ଥିବାର ଦେଖି ପ୍ରେମିକ ଜଣକ ଆ-ତ୍ମହ-ତ୍ୟା କରିବାକୁ ପଛ ଘୁଞ୍ଚା ଦେଇଥିଲେ ଏବଂ ପୋଲି-ସକୁ ଫୋନ୍ କରି ରାତିରେ ସବୁ କଥା ଜଣାଇଥିଲେ।

ତେବେ ପୋ-ଲିସ ଘ-ଟଣା ସ୍ଥଳକୁ ଆସି ଯୁବକଙ୍କୁ ଅଟକ ରଖିବା ସହ ମୃ-ତଦେ-ହକୁ ପୋ-ଷ୍ଟମ-ର୍ଟମ ପାଇଁ ପଠାଇଛି। ଏହାସହ ପୋ-ଷ୍ଟମ-ର୍ଟମର ରି-ପୋର୍ଟ ଆସିଲା ପରେ ହିଁ ଘଟ-ଣାର ସତ୍ୟ ସାମ୍ନାକୁ ଆସିବ ବୋଲି ପୋ-ଲିସ କହିଛି। ତେବେ ଝିଅର ବାପା ଏସବୁ ଦେଖି ଅଭି-ଯୋଗ କରି କହିଛନ୍ତି ଯେ,” ଝିଅକୁ ନିଜ କଥାରେ ଫ-ସାଇ ଆଣିଥିବା ଯୁବକ ଏହି ଘ-ଟଣା ନିମନ୍ତେ ଦାୟୀ ଅଟେ। ଏହା ଏକ ହ-ତ୍ୟାକା-ଣ୍ଡ ଅଟେ। ପ୍ରେମିକ ଜଣକ ହିଁ ମୋ ଝିଅକୁ ମା-ରିଛି। ସେଥିପାଇଁ ତାକୁ ଦ-ଣ୍ଡ ଦିଆଯାଉ।”

Leave a Reply

Your email address will not be published. Required fields are marked *