ଅନୁଭବଙ୍କ ବିବାହ ଫଟୋ ଭାଇରାଲ ହେବା ପରେ ନିଜର ପ୍ରତିକ୍ରିୟା ଦେଲେ ବର୍ଷା

ଅନୁଭବଙ୍କ ବିବାହର ଫଟୋ ଭାଇରାଲ ହେବା ପରେ ଏବେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଅନୁଭବଙ୍କ ସହ ଦ୍ଵିତୀୟ ବିବାହ ର ଫଟୋ ଭାଇରାଲ ହେବା ପରେ ଲୋକମାନେ ବର୍ଷାଙ୍କୁ ନେଇ ଅନେକ ପ୍ରଶ୍ନ କରିଥିଲେ।

ଶୁକ୍ରବାର ଦିନ ଅନୁଭବଙ୍କ ବର ବେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏପରିକି ଅନୁଭବ ଦ୍ୱିତୀୟ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାରେ ବର୍ଷାଙ୍କ ନାମ ମଧ୍ୟ ଯୋଡି ହୋଇ ରହିଥିଲା।

ତେବେ ନିଜ ନାମରେ ଚାରିଆଡେ ଚର୍ଚ୍ଚା ହେବା ଶୁଣି ଏବେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା। ତେବେ “varsha Priyadarshini Fans love” ରେ ସେୟାର ହୋଇଛି ବର୍ଷାଙ୍କ ଏହି ଟ୍ୱିଟ୍। ସେ ଏଥିରେ କହିଛନ୍ତି ଯେ ଦୁଇ ବର୍ଷ ହେଲାଣି ଜଣେ ନାରୀ ପଛରେ ଲାଗିଛନ୍ତି।

କେମିତି ଆଉ କେତେ ବଦନାମ କରିବ, କେତେ ତଳକୁ ଖସେଇବ, ବର୍ବାଦ କରିବାକୁ ସବୁ ପ୍ରକାର ପ୍ରୟାସ କରି ସାରିଲେଣି।ମୋର କଣ ଅଧିକାର ନାହିଁ ସମାଜରେ ମୁଣ୍ଡ ଉଠେଇକି ବଞ୍ଚିବାକୁ ସେ ନାରୀ ବୋଲି କଣ ମୁଣ୍ଡ ତଳକୁ କରି ସବୁ ଦୁଃଖ କଷ୍ଟ ସହିବ। କେବେ ବି ପ୍ରତିବାଦ କରିବନି।

ଏହା ସହ ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ ବର୍ଷା ଏବଂ ଅନୁଭବଙ୍କ ପାରିବାରିକ ବିବାଦ ମାମଲାରେ କଟକ ପାରିବାରିକ କୋର୍ଟରେ ହାଜର ହେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ବର୍ଷାଙ୍କୁ ହାଜର ହେବା ପାଇଁ ପରିବାର ଅଦାଲତ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା। ତେବେ ଗତ ଦୁଇ ବର୍ଷ ଧରି କୋର୍ଟରେ ଚାଲିଛି ଉଭୟଙ୍କ ପାରିବାରିକ ମାମଲା।ମାମଲା ଏବେ ବିଚରାଧୀନ ରହିଛି।

Leave a Reply

Your email address will not be published. Required fields are marked *