ଦ୍ଵିତୀୟ ବିବାହର ଫଟୋ ଭାଇରାଲ ହେବାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅନୁଭବ

ଏବେ କିଛିଦିନ ହେବ ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲେ ଅନୁଭବ ମହାନ୍ତି। ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା ତାଙ୍କ ବିବାହର ଫଟୋ।
ସମସ୍ତ କହୁଥିଲେ ପ୍ରଥମ ପତ୍ନୀ ବର୍ଷାଙ୍କୁ ଛାଡ଼ି ଦ୍ବିତୀୟ ବିବାହ କରିଛନ୍ତି ଅନୁଭବ।

କିନ୍ତୁ ଏହା ପଛର କାହାଣୀ କିଛି ଅଲଗା ଥିଲା।ପ୍ରକୃତ କଥା ହେଉଛି ସେ ବିବାହ କରିନାହାଁନ୍ତି ବରଂ ନିଜର ଆଗାମୀ ଫିଲ୍ମ ‘Love In London’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯାହାର ସୁଟିଂର କିଛି ଭିଡିଓ ଏବଂ ଫଟୋ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।

ଏହାସହ ଦ୍ଵିତୀୟ ବିବାହକୁ ନେଇ ଉଠୁଥିବା ଗୁଜବ ବିଷୟରେ ସେ କହିଛନ୍ତି ଯେ ଦ୍ଵିତୀୟ ବିବାହର ଫଟୋ ଏକ ଗୁଜବ ଅଟେ। ଗତ 3 ବର୍ଷ ଧରି ତାଙ୍କୁ ନେଇ ଲୋକ ଅନେକ କଥା କହୁଛନ୍ତି। ଆଉ ସବୁ କଥାକୁ ଧରି ବସିଲେ ମଣିଷ ଚଳିବ କିପରି। ସେଥିପାଇଁ ସେ ଏସବୁ କଥାରେ ମୁଣ୍ଡ ପୁରାଉନାହାନ୍ତି।

ତେବେ ନିଜ ଫିଲ୍ମକୁ ଅନୁଭବ କହିଛନ୍ତି ଯେ “love in london” ଏକ ଭଲ ଫିଲ୍ମ ହେବାକୁ ଯାଉଛି। ଏହି ଫିଲ୍ମର କାହାଣୀ ବହୁତ ସୁନ୍ଦର ଅଟେ। ଦର୍ଶକମାନଙ୍କୁ ଏହି ଫିଲ୍ମ ବହୁତ ଭଲ ଲାଗିବ।

ତେବେ ଅନୁଭବଙ୍କର ବିବାହର ଫଟୋ ଭାଇରାଲ କରିଥିବା ପ୍ରଶଂସକ ଜଣକ କହିଛନ୍ତି ଯେ ଏହି ବିବାହ ସତ ଅଟେ। ବିବାହକୁ ଅନେକ ଅତିଥି ଆସିବା ସହ ଅନୁଭବ ମଧ୍ୟ ଶଳା ବିଧା ଖାଇ ବିବାହ କରିସାରିଛନ୍ତି। ତେବେ ଆଗକୁ ଏହା ଦେଖିବାକୁ ବାକି ରହିଲା ଯେ ଘଟଣାଟିରେ ଅନୁଭବ ସତ କହୁଛନ୍ତି ନା ପ୍ରଶଂସକମାନେ ସତ କହୁଛନ୍ତି।

Leave a Reply

Your email address will not be published. Required fields are marked *