ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳୀଙ୍କୁ ମୁହାଁମୁହିଁ ଜେରା ପରେ ସବୁ ଓଗାଳିଲେ ଶ୍ରଦ୍ଧାଞ୍ଜଳି, ଇଡିକୁ ମିଳିଛି ବଡ ବଡ ତଥ୍ୟ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କର ଗୁମରକୁ ଖୋଲିଛନ୍ତି ଶ୍ରଦ୍ଧାଞ୍ଜଳି। ଜେରା ପରେ ଶ୍ରଦ୍ଧାଞ୍ଜଳୀ ଇଡି ଆଗରେ ସବୁ ସତ କଥା କହିଦେଇଛନ୍ତି। ଶନିବାର ଦିନ ତୃତୀୟ ଥର ପାଇଁ ଶ୍ରଦ୍ଧାଞ୍ଜଳି ଇଡି ଅଫିସରେ ହାଜର ହୋଇଥିଲେ। ଏହି ସମୟରେ ଅର୍ଚ୍ଚନାଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲେ ଇଡି ଅଧିକାରୀ।

ଏହି ସମୟରେ ଅର୍ଚ୍ଚନାଙ୍କ ସବୁ ଗୁମର ଖୋଲି ଦେଇଛନ୍ତି ଶ୍ରଦ୍ଧା।ମୁହାଁମୁହିଁ ଜେରାକରିବା ବେଳେ ଉଭୟଙ୍କୁ ଅନେକ ପ୍ରଶ୍ନ ପଚାରିଥିଲା ଇଡି। ତେବେ ମୁହାଁମୁହିଁ ଜେରା କରିବା ପରେ ଏବେ ଇଡିକୁ ମିଳିଛି ସଫଳତା। ଶୁଣିବାକୁ ମିଳୁଛି ଯେ ଅର୍ଚ୍ଚନାଙ୍କୁ ଇଡି ଆଣି ପ୍ରଶ୍ନ ପଚାରି ଯାହା ସତ ଜାଣିବାକୁ ପାଇଥିଲା ତାହା ଆଧାରରେ ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ପ୍ରଶ୍ନ କରିଥିଲା।

କିନ୍ତୁ ଶ୍ରଦ୍ଧା ମଧ୍ୟ ପ୍ରଥମେ ପ୍ରଥମେ କିଛି କହିନଥିଲେ। ବାହାନା କରି କଥା ଆଡେଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଯେତେବେଳେ ଶ୍ରଦ୍ଧାଙ୍କୁ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା ସେତେବେଳେ ସେ ସବୁ ଗୁମର ଖୋଲିଥିଲେ।

ଅର୍ଚ୍ଚନା କେବେଠାରୁ ବ୍ଲାକମେଲିଂ ଖେଳ ଆରମ୍ଭ କରିଛନ୍ତି? ତାଙ୍କୁ କେବେଠାରୁ ଶ୍ରଦ୍ଧା ସହଯୋଗ କରିଛନ୍ତି? ଶେଷ ଥର ପାଇଁ ସେ ଆଉ କାହାକୁ ବ୍ଲାକମେଲିଂ କରିଥିଲେ ? ଦୁହେଁ ମିଶି ବଡବଡିଆଙ୍କୁ କିପରି ଫସାଉଥିଲେ ? କିପରି ଭିଡିଓ କରୁଥିଲେ, ସେ ଭିଡିଓ ଏବେ କେଉଁଠି ଅଛି ସେସବୁ ବିଷୟରେ ମଧ୍ୟ ଶ୍ରଦ୍ଧା ସବୁକିଛି କହିଛନ୍ତି।

Leave a Reply

Your email address will not be published. Required fields are marked *