ହକି ବିଶ୍ୱକପରେ ଗୀତ ଗାଇବାକୁ ଯାଉଛନ୍ତି ଓଡ଼ିଆ ଝିଅ ନମିତା, ଗର୍ଵରେ ଫୁଲି ଉଠିବ ଓଡିଶା।:-

ଓଡ଼ିଶାରେ ଆସନ୍ତା ମାସ 13 ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍।ହକି ମହାକୁମ୍ଭର ସମସ୍ତ ମ୍ୟାଚ ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜିତ ହେବ ଏହି ଅବସରରେ ଦେଶ ବିଦେଶରୁ ଅନେକ କ୍ରୀଡ଼ାପ୍ରେମୀ ଓଡିଶାକୁ ଆଗମନ କରିବେ। ଆପଣ ଆଉ ଏକ ଖବର ଶୁଣି ଅତ୍ୟନ୍ତ ଖୁସି ହେବେ ଯେ ହକି ବିଶ୍ବକପ୍‌ ପାଇଁ କୋରାପୁଟ ଜିଲା ବନ୍ଧୁଗାଁ ଅଞ୍ଚଳର ଚର୍ଚ୍ଚିତ କଣ୍ଠଶିଳ୍ପୀ ନମିତା ମେଲେକା ହକି ବିଶ୍ବକପ୍‌ର ପ୍ରାରମ୍ଭିକ ସଂଗୀତ ଗାଇବା ପାଇଁ ସୁଯୋଗ ପାଇଛନ୍ତି।

ମୁମ୍ବଇର ଏକ ଷ୍ଟୁଡିଓରେ ଶୁକ୍ରବାର ଦିନ ହକି ବିଶ୍ବକପ୍‌ର ଏକ ସଙ୍ଗୀତ ରେକର୍ଡିଂ ହୋଇଥିବାବେଳେ ଏଥିରେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ପାଇଛନ୍ତି। ମୁମ୍ବାଇ ଯାତ୍ରାରେ ନମିତା ନିଜ ବାପାଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ନମିତା କହିଛନ୍ତି ଯେ ମୁମ୍ବାଈକୁ ଯିବା ପାଇଁ ବିମାନରେ ପ୍ରଥମେ ପ୍ରଥମେ ବସିବା ବେଳେ ତାଙ୍କୁ ଭୟ ଲାଗୁଥିଲା କିନ୍ତୁ ଏହାପରେ ଧୀରେ ଧୀରେ ଯାତ୍ରା ଆନନ୍ଦପୂର୍ଣ୍ଣ ଲାଗିଲା।

ତେବେ କରୋନା ସମୟରେ ନିଜର ମଧୁର କଣ୍ଠସ୍ବର ପାଇଁ ରାଜ୍ୟବ୍ୟାପୀ ସଙ୍ଗୀତ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଏହି ନାବାଳିକା। ତେବେ ଦଶମ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ଏବେ ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ ଯୁକ୍ତ ଦୁଇରେ ପାଠ ପଢୁଛନ୍ତି।

ଆପଣ ଜାଣି ଦୁଃଖ ଅନୁଭବ କରିବେ ଯେ ତମନା ଏକ ପ୍ରସିଦ୍ଧ ଗାୟିକା ହେବା ପୂର୍ବରୁ ବହୁତ ଗରିବ ଥିଲେ। ପରିବାରର ଆର୍ଥିକ ଅବସ୍ଥା ଖରାପ ଥିବା ସହ ପରିବାରର 7 ଜଣ ସଦସ୍ୟଙ୍କୁ ପାଳିପୋଷି ବଡ଼ କରିବା ବାପାଙ୍କ ପକ୍ଷେ ଅସମ୍ଭବ ଥିଲା। ସେଥିପାଇଁ କରୋନା ସମୟରେ ନମିତା ହଷ୍ଟେଲ ଛାଡି ଚାଲିଆସିଥିଲେ। ଘରେ ବସି ନିଜ ମଧୁର କଣ୍ଠରେ ଗୀତ ଗାଉଥିବା ବେଳେ ତାଙ୍କର ଏହି ଗୀତ ଗାଇବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ନମିତାଙ୍କର ଏପରି ମଧୁର ସ୍ୱରକୁ ଦେଖି ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କୁ ଉତ୍ସାହିତ କରିଥିଲେ। ଏହାପରେ ଅଭିନେତ୍ରୀ ବର୍ଷା ତାଙ୍କୁ କଟକର ଏକ ଷ୍ଟୁଡିଓରେ ଭଜନ ଗାଇବା ପାଇଁ ସୁଯୋଗ ଦେଇଥିଲେ।

ସବୁଠାରୁ ପ୍ରସିଦ୍ଧ ଏବଂ ଚର୍ଚ୍ଚିତ ଗାୟକ ହ୍ୟୁମାନ ସାଗର ମଧ୍ୟ ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ଏହାସହ ଝିଅଟିର ଆର୍ଥିକ ଅବସ୍ଥା ଦେଖି କେରାପୁଟ ଜିଲା ପ୍ରଶାସନ ତାଙ୍କୁ ସହାୟତା ପ୍ରଦାନ କରିଥିଲେ। ଏବେ ପୁଣିଥରେ ନମିତାଙ୍କୁ ହକି ବିଶ୍ବକପ୍‌ ଭଳି ଏକ କାର୍ଯ୍ୟକ୍ରମର ସଙ୍ଗୀତ ଗାଇବାର ସୁଯୋଗ ମିଳିଥିବାରୁ ନମିତା ଏବଂ ତାଙ୍କ ପରିବାର ଲୋକଙ୍କର ଖୁସିର ସୀମା ନାହିଁ।

Leave a Reply

Your email address will not be published. Required fields are marked *