ପ୍ରେମ ପାଇଁ ନିଜ ଛାତ୍ରକୁ ନେଇ ଟିଉସନ୍ ଦିଦି ଫେରାର ଘଟଣା । ପୁଅ ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା ମା’ । କାରଣ ୪ ଝିଅରେ ସେ ଥିଲା ଗୋଟିଏ ପୁଅ ।

ଛାତ୍ରକୁ ନେଇ ଫେରାର ହୋଇଗଲେ ଟ୍ୟୁସନ ଦିଦି । ଛାତ୍ରକୁ ନିଜ ପ୍ରେମ ଜାଲରେ ଫସାଇ ଫେରାର ହେବା ପରେ ଛାତ୍ରଙ୍କ ପରିବାର ପକ୍ଷରୁ ଏବେ ଅଭିଯୋଗ ହୋଇଛି । ପ୍ରେମରେ ପାଗଳ ଟ୍ୟୁସନ ଦିଦି । ଛାତ୍ରଙ୍କୁ ପ୍ରେମ କଲେ, ଟ୍ୟୁସନରୁ ଦୁହେଁ ଫେରାର ହେଲେ । ପ୍ରେମରେ ଦିଦି ଏମିତି ଉବୁଟୁବୁ ହେଉଥିଲେ ଯେ ସ୍ଥାନକାଳ ପାତ୍ର ସବୁକିଛି ଭୁଲିଗଲେ।

ଏମିତିକି ନିଜେ ଟ୍ୟୁସନ କରୁଥିବା ଛାତ୍ରଙ୍କ ସହ ପ୍ରେମ ସଂପର୍କ ରଖିଲେ । ଖାଲି ସଂପର୍କ ରଖିଲେ ତାହା ନୁହେଁ ବରଂ ଛାତ୍ରଙ୍କୁ ନେଇ ଫେରାର ହୋଇଯାଇଥିବା ପରି ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।ଛାତ୍ରକୁ ନେଇ ଫେରାର ହୋଇଗଲେ ଟ୍ୟୁସନ ଦିଦି । ଛାତ୍ରକୁ ନିଜ ପ୍ରେମ ଜାଲରେ ଫସାଇ ଫେରାର ହେବା ପରେ ଛାତ୍ରଙ୍କ ପରିବାର ପକ୍ଷରୁ ଏବେ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ନୟାଗଡ଼ ଦଶପଲ୍ଲା ଅଞ୍ଚଳର ନାହାକପଡା ଗାଆଁର ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା ସ୍ଥାନୀୟ ଅଂଚଳର ଜଣେ ଦିଦିଙ୍କ ସହିତ । ପାଠ ପଢିବା ପାଇଁ ୨୦୨୦ ମସିହାରେ ସଂପୃକ୍ତ ନାବାଳକଙ୍କର ସ୍ଥାନୀୟ ଏକ କଲେଜ୍‌ରେ ନାଁ ଲେଖାଇଥିଲେ ପରିବାର ଲୋକ ।

ଆଉ ସ୍କୁଲରେ ପାଠ ପଢିବା ସହିତ ଟ୍ୟୁସନ ପାଇଁ ଜଣେ ଶିକ୍ଷୟିତ୍ରଙ୍କ ପାଖକୁ ଯାଉଥିଲେ ସଂପୃକ୍ତ ନାବାଳକ । ବାଳକର ବୟସ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ଦିଦିଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡ଼ିଛି । ହେଲେ ଟ୍ୟୁସନ ଯାଉଯାଉ ଶିକ୍ଷୟିତ୍ରୀ ଓ ନାବାଳକଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସଂପର୍କ । ଖାଲି ସଂପର୍କ ଗଢିଉଠିଥିଲା ।

ଶିକ୍ଷୟିତ୍ରୀ ଓ ନାବାଳକଙ୍କ ପ୍ରେମ ସଂପର୍କ କଥା ଜଣାପଡିବା ପରେ ନାବାଳକ ପରିବାର ଲୋକ ଏହାକୁ ବାରଣ କରିଥିଲେ । ଖାଲି ବାରଣ କରିଥିଲେ ତାହା ନୁହେଁ ବରଂ ଶିକ୍ଷୟିତ୍ରୀ ଜଣକ କେମିତି ନାବାଳକଙ୍କ ସହ କୌଣସି ସଂପର୍କ ରଖିବେନି, ସେନେଇ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।

ହେଲେ ସବୁ ପରେ ବି ଉଭୟଙ୍କ ମଧ୍ୟରେ ଚାଲିଥିଲା ପ୍ରେମ । ଆଉ ପ୍ରେମ ଏତେ ଅଧିକ ହୋଇଥିଲା ଯେ ନାବାଳକଙ୍କ ସହ ଫେରାର ମାରିଛନ୍ତି ଶିକ୍ଷୟିତ୍ରୀ । ତେବେ ପୁଅ ଫେରାର ହେବା ପରେ ଶିକ୍ଷୟିତ୍ରୀଙ୍କୁ ଦୋଷ ଦେଇଛନ୍ତି ନାବାଳକଙ୍କ ପରିବାର ଲୋକ । ଖାଲି ଏତିକି ନୁହେଁ ବରଂ ଜଣେ ଶିକ୍ଷୟିତ୍ରୀ ହୋଇ କେମିତି ନିଜ ଛାତ୍ରଙ୍କ ସହ ପ୍ରେମ ସଂପର୍କ ରଖିଲେ, ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *