ଅର୍ଚ୍ଚନା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଲେ ସହଯୋଗୀ ଶ୍ରଦ୍ଧାଞ୍ଜଳୀ।

ତେବେ ବନ୍ଧୁଗଣ ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଆଗରେ ମୁହଁ ଖୋଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି । ଆଜି ଇଡି ଅଧିକାରୀମାନେ ଅର୍ଚ୍ଚନା ନାଗ, ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଓ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରାକୁ ଜେରା କରିଛନ୍ତି ।ଜେରା ସମୟରେ ୪ ଜଣ ଅଧିକାରୀ ଓ ୨ ଜଣ ସାକ୍ଷୀ ଥିଲେ । ଜେରା ସମୟରେ ଅର୍ଚ୍ଚନାଙ୍କ ବିଷୟରେ ଶ୍ରଦ୍ଧାଞ୍ଜଳି ବେହେରା ଅନେକ ତଥ୍ୟ ଅଧିକାରୀଙ୍କୁ ଦେଇଛନ୍ତି ।

ଲକ୍ଷାଧିକ ଟଙ୍କା ଆର୍ଥିକ କାରବାର ନେଇ ସେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ହନିଟ୍ରାପ ଅର୍ଥରୁ ଅର୍ଚ୍ଚନା ସିଂହଭାଗ ନେଉଥିଲେ । ଏଥି ସହିତ ଏହି ମାମଲାରେ ଆଉ କେଉଁମାନେ ସଂପୃକ୍ତ ଥିଲେ, ସେ ନେଇ ମଧ୍ୟ ଅଧିକାରୀମାନଙ୍କୁ କହିଛନ୍ତି । ଜେରା ସମୟରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଧିକ ତଥ୍ୟ ମିଳଥିବା ଆଶା କରାଯାଉଛି ।

ତେବେ ଏହି ମାମଲାରେ ଜେରା ବେଳେ ଅର୍ଚ୍ଚନା ନାଗ ଅସୁସ୍ଥ ଅନୁଭବ କରୁଥିବା କହିବାରୁ କ୍ୟାପିଟାଲ ହସ୍‌ପିଟାଲ ଡାକ୍ତର ଟିମ୍‌ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ ।ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳି- ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା ବେଳେ ଜେରା ଏଡ଼ାଇବାକୁ ଅର୍ଚ୍ଚନା ଅସୁସ୍ଥତା ବାହାନା କରିଥିବା ଚର୍ଚ୍ଚା ହେଉଛି ।

ତେବେ ଅର୍ଚ୍ଚନା ନାଗ ଗିରଫ ମାମଲାରେ ଶେଷରେ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ତୃତୀୟ ଥର ପାଇଁ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ହାଜର ହେବା ପାଇଁ ନୋଟିସ କରିଥିଲା ଇଡି । ଆଉ ତାଙ୍କୁ ୨୪ ଘଣ୍ଟା କାଳ ଇଡି ଜେରା କରିଥିବା ନେଇ ସୂଚନା ।

କାର୍ଯ୍ୟାଳୟ ବାହାରକୁ ଆସି ଇଡିକୁ ସମ୍ପୂର୍ଣ ସହଯୋଗ କରୁଥିବା କଥା ମିଡିଆ ସାମ୍ନାରେ କହିଲି ଶ୍ରଦ୍ଧାଞ୍ଜଳୀ । ଆଉ ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଆର୍ଥିକ କାରବାରର ତନାଘନା କରୁଛି ଇଡି । ଏହିକ୍ରମରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ହାଇକୋର୍ଟର ଅର୍ଚ୍ଚନା ଆଗୁଆ ଜାମିନ୍‌ ଆବେଦନ କରିଥିଲେ । ହେଲେ ମାନ୍ୟବର କୋର୍ଟ ମାମଲାର ଶୁଣାଣି କରି ଅର୍ଚ୍ଚନାଙ୍କ ଆଗୁଆ ଜାମିନ୍‌ ଆବେଦନକୁ ଖାରଜ କରିଥିଲେ । ଏହାସହିତ ତଦନ୍ତରେ ଇଡିକୁ ସହଯୋଗ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ହାଇକୋର୍ଟ । ଶେଷରେ ଶନିବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ପୂର୍ବରୁ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏବେ ଆଗକୁ କାହା ପାଳି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *