ଛାତ୍ରକୁ ନେଇ ଟିଉସନ ଦିଦି ହୋଇଗଲେ ଫେ-ରାର, ପହଁଚିଲା ଥା-ନାରେ ଅଭି-ଯୋଗ

ନୟାଗଡ ଦଶପଲ୍ଲା ଥା-ନା ଅନ୍ତର୍ଗତ ନାହାକପଡା ଗ୍ରାମରୁ ଶୁଣିବାକୁ ମିଳିଛି ଏକ ଲ-ଜ୍ଜାଜନକ ଘ-ଟଣା। ଛାତ୍ରକୁ ନେଇ ଫେ-ରାର ହେଲେ ଟିଉସନ ଦିଦି। ପାଠ ପଢାଉ ପଢାଉ ହୋଇ ଗଲା ପ୍ରେମ। ସମାଜର ନିନ୍ଦାକୁ ଗୋଡ଼ରେ ଆଡେଇ 30 ବର୍ଷ ବୟସ୍କା ଏହି ଟିଉସନ ଦିଦି ନିଜର 17 ବର୍ଷୀୟ ଛାତ୍ରଙ୍କ ସହ ଫେ-ରାର ହୋଇଯାଇଛନ୍ତି। ଏବେ ପରିବାର ଲୋକ ଥା-ନାରେ ଅଭି-ଯୋଗ କରିଛନ୍ତି।

ତେବେ ସୂଚନା ଅନୁସାରେ ଛାତ୍ର ଜଣକ ହେଉଛନ୍ତି ନାହାକପଡା ଗ୍ରାମର 17 ବର୍ଷୀୟ ରାନୁ ନାହାକ। ଛାତ୍ରଟି ଦଶପଲ୍ଲା ଉଚ୍ଚ ବିଦ୍ୟାଳୟରେ ପଢୁଥିବା ବେଳେ ଗତ 3 ବର୍ଷ ଧରି ସେ ନରସିଂହପୁର ଗ୍ରାମର ନମିତା ନାଏକ ନାମକ ଜଣେ ଟିଉସନ ଦିଦିଙ୍କ ପାଖକୁ ଟିଉସନ ପାଇଁ ଯାଉଥିଲେ।

ଟିଉସନ ଦିଦି ନାବାଳକଙ୍କୁ ଇଂରାଜୀ ଏବଂ ଗଣିତ ପଢାଉଥିଲେ। ଏହି ସମୟରେ ଛାତ୍ରଟିକୁ ନିଜ ପ୍ରେମ ଜା-ଲରେ ଫସେ-ଇଥିଲେ ଟିଉସନ ଦିଦି। ଏହି କଥା ଛାତ୍ରଟିର ପରିବାର ଲୋକ ଜାଣିବା ପରେ ଦିଦିଙ୍କ ଠାରୁ ନିଜ ପୁଅକୁ ଦୂରେଇ ରଖିବା ପାଇଁ ନୟାଗଡ ସ୍ଥିତ ଏକ ଛାତ୍ରାବାସରେ ପୁଅକୁ ରଖି ଦର୍ପନାରାୟଣପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ପାଠ ପଢ଼ାଇଲେ।

କିନ୍ତୁ ଟିଉସନ ଦିଦି ସେହି ହଷ୍ଟେଲକୁ ମଧ୍ୟ ବାରମ୍ବାର ଆସିବାକୁ ଲାଗିଲେ। ଆଉ ଏବେ ଛାତ୍ରଟିକୁ ନେଇ ଫେ-ରାର ହୋଇଯାଇଥିବା ଅଭି-ଯୋଗ ହୋଇଛି। ଟିଉସନ ଦିଦି ଜଣକ ଛାତ୍ର ସହ ଫେ-ରାର ହେବାର ପ୍ରାୟ 15 ଦିନ ବିତିଗଲାଣି l କିନ୍ତୁ ଏହି ଘଟ-ଣାକୁ ନେଇ ଟିଉସନ ଦିଦିଙ୍କ ପରିବାର ଲୋକଙ୍କଠାରୁ କୌଣସି ଅଭି-ଯୋଗ ମିଳିନାହିଁ।

ପୁଅ ଫେ-ରାର ହୋଇଯାଇଥିବାରୁ ନାବାଳକଙ୍କ ବାପା ମାଆ ଲଜ୍ଜା ଏବଂ ଦୁଃ-ଖରେ ଭାଙ୍ଗି ପଡିଛନ୍ତିl ଏପଟେ ଅଭି-ଯୋଗ ହେବା ପରେ ପୋ-ଲିସ ତ-ଦନ୍ତ କରିବା ଆରମ୍ଭ କରିଛି। ପ୍ରକୃତରେ ଦିଦିଙ୍କ ସହ ଛାତ୍ରଟିର ପ୍ରେମ ସ-ମ୍ପର୍କ ରହିଥିଲା ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ପୋ-ଲିସ ଜାଣିବାକୁ ଚେଷ୍ଟା କରୁଛି।

Leave a Reply

Your email address will not be published. Required fields are marked *