ହନିମୁନରେ କେଉଁଠି କୁ ଯିବେ ନିଉ କପଲ୍ ଅଶ୍ଵିନ ଓ ପ୍ରେରଣା । ଦେଖନ୍ତୁ ଏନେଇ କଣ କହିଲେ ଅଶ୍ୱିନୀ ।

ତେବେ ବନ୍ଧୁଗଣ ସୂଚନା ଅନୁସାରେ ଓଡିଶାର ବହୁ ଚର୍ଚିତ ଆଙ୍କର କପୁଲ୍ ଲଭଗୁରୁ ଅଶ୍ଵିନ୍ ଓ ସୁନ୍ଦରୀ ପ୍ରେରଣା ନିକଟ ଅତୀତରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ଏହି ଆଙ୍କର କପୁଲ୍ କେତେବେଳେ ନିଜ ବନ୍ଧୁତ୍ଵ, କେତେବେଳେ ପ୍ରେମ ଓ ତାପରେ ବିବାହ ପାଇଁ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବାହାଘର ପରେ  ଅଶ୍ଵିନ୍ ଓ ପ୍ରେରଣା ନିଜର ବାହାଘର ସମ୍ବଧିତ ଏକ୍ସପେରିଏନ୍ସ ଓ ମେମୋରିଜ ଦର୍ଶକଙ୍କ ସହିତ ଶେୟାର କରିଛନ୍ତି । ଅଶ୍ଵିନଙ୍କ କହିବା ଅନୁସାରେ ସେ ପ୍ରେରଣାଙ୍କୁ ତାଙ୍କର ଜୀବନସାଥି ରୂପରେ ପାଇ ସେ ବହୁତ ହିଁ ଖୁସିରେ ଅଛନ୍ତି ।

ଯେତେବେଳେ ଅଶ୍ଵିନ୍ ଓ ପ୍ରେରଣାଙ୍କ ବିବାହ ପାଇଁ ଯୋଜନା ଚାଲିଥିଲା । ସେତେବେଳେ ବିବାହର ପ୍ରସ୍ତୁତିରେ ନିଜକୁ ଏକଦମ୍ ହଜାଇ ଦେଇଥିଲେ । ତାପରେ ବାହାଘରଟି ଭଲ ଭାବରେ ହୋଇଗଲା ବୋଲି ସେ ନିଜର ମତାମତ ମିଡିଆ ଆଗରେ ବଖାଣିଛନ୍ତି । ଏହା ସହ ଷ୍ଟାଇଲିସ ଆଙ୍କର ପ୍ରେରଣା ମଧ୍ୟ ନିଜ ବାହାଘରକୁ ସେ ଏକ ସୁନ୍ଦର ଓ ମେମୋରିବଲ୍ ସ୍ମୃତି କରି ସବୁଦିନ ରଖିବେ ବୋଲି କହିଛନ୍ତି । ପ୍ରେରଣାଙ୍କ କହିବା ଅନୁସାରେ ସେ ନିଜ ବାପଘରକୁ ଛାଡି ନୂତନ ଭାବେ ଶାଶୁଘରେ ରହୁଥିବାରୁ ତାଙ୍କର ବାପଘର କଥା ବହୁତ ମନେପଡୁଛି ।

ଏହା ସତ୍ବେ ମଧ୍ୟ ଅଶ୍ଵିନ୍ ଙ୍କ ଘର ପରିବାର ଲୋକ ପ୍ରେରଣାଙ୍କୁ ନିଜ ଘରର ଝିଅ ଭଳି ଦେଖୁଥିବାରୁ ସେ ତାଙ୍କର ନୂଆ ପରିବାର ସହିତ ବହୁତ ହିଁ ଖୁସିରେ ଅଛନ୍ତି । ଦୀର୍ଘ ୭ ରୁ ୮ ବର୍ଷର ବନ୍ଧୁତ୍ଵ ପରେ ଏବେ ଅଶ୍ଵିନ୍ ଓ ପ୍ରେରଣା ପାରିମ୍ପରିକ ଦ୍ରୁଷ୍ଟି କୋଣରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଶ୍ଵିନ୍ ଙ୍କର କହିବା ଅନୁଯାଇ ଏବେ ବି ସେ ସେହି ବନ୍ଧୁତ୍ଵକୁ ଉଭୟ ସବୁବେଳେ ନିଜ ଭିତରେ ବାନ୍ଧି କରି ରଖିବେ ।

ଏହା ସହିତ ଅଶ୍ଵିନ୍ ସବୁବେଳେ ପ୍ରେରଣାଙ୍କ ଭିତରେ ନିଜକୁ ଦେଖିଛନ୍ତି । ସେଥିପାଇଁ ଏତେ ବର୍ଷ ବନ୍ଧୁତା ଭିତରେ କେତେବେଳେ ଉଭୟଙ୍କର ପ୍ରେମ ସମ୍ପର୍କ ହୋଇଗଲା ସେ ଜାଣି ମଧ୍ୟ ପାରିନଥିଲେ । ସବୁ ଦମ୍ପତିଙ୍କର ବିବାହ ପରେ ହନିମୁନ ପାଇଁ କୌଣସି ନା କୌଣସି ଜାଗାକୁ ବୁଲିଯିବାକୁ ଯୋଜନା ହୋଇଥାଏ ।

ଆଉ ଅଶ୍ଵିନ ଏଵଂ ପ୍ରେରଣାଙ୍କ ଫ୍ୟାନ୍ସ ଚାହିଁ ବସିଛନ୍ତି ସେମାନେ ହନିମୁନରେ କୁଆଡ଼େ ଯିବେ ବୋଲି । ସେହିପରି ନିକଟରେ ଏକ ସାକ୍ଷାତକାରରେ ଯେତେବେଳେ ଅଶ୍ଵିନଙ୍କୁ ତାଙ୍କର ହମିମୁନର ଲୋକେସନ ବିଷୟରେ ପଚରାଯାଇଥିଲା ଅଶ୍ଵିନ ସ୍ମିତ ହାସ୍ୟ କରି ନନ୍ଦନକାନନକୁ ପ୍ରେରଣାଙ୍କୁ ବୁଲିବାକୁ ନେଇ ସେଠି କିଛି ସମୟ ବିତାଇବାକୁ କହିଥିଲେ ।

Leave a Reply

Your email address will not be published. Required fields are marked *