ଇଡି ଅଫିସଙ୍କୁ ଆସିଛନ୍ତି ଇଣ୍ଡିଆନ ବ୍ୟାଙ୍କର ଦୁଇ ଅଫିସର, ବାହାରିବ ସତ୍ୟ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ଇଣ୍ଡିଆନ ବ୍ୟାଙ୍କର ଦୁଇ ଅଫିସରଙ୍କୁ ଡକାଇଛି ଇଡି। ଗତ କାଲି ରାତିରେ ସେହି ଦୁଇ ଅଫିସର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଶୁଣିବାକୁ ମିଳୁଛି ଯେ ଏହି ଅଫିସରଙ୍କୁ ପଚରାଉଚରା କରିବା ପରେ ହିଁ ଅର୍ଚ୍ଚନାଙ୍କ କଳା ଟଙ୍କାର ରହସ୍ୟ ସମ୍ନାକୁ ଆସିବ।

ଏହା ସହ ଆଉ ଏକ ଖବର ମଧ୍ୟ ପ୍ରକାଶ ପାଇଛି ଯେ ଅର୍ଚ୍ଚନା ଇଡିରେ ତୃତୀୟ ଥର ପାଇଁ ହାଜର ହେଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଚଳି। ଶ୍ରଦ୍ଧାଞ୍ଜଳି,ଅର୍ଚ୍ଚନା ଏବଂ ଜଗବନ୍ଧୁ ଚାନ୍ଦଙ୍କୁ ଆଜି ଇଡି ମୁହାଁମୁହିଁ ଜେରା କରିଛି। ଇଡି ତଦନ୍ତରେ ସାମିଲ ଥିବା ସମସ୍ତ ଅଧିକାରୀ ଆଜିର ଜେରାବେଳେ ଉପସ୍ଥିତଥିଲେ।

ଜେରା ପରେ ଇଡିକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଶୁଣିବାକୁ ମିଳିଛି। ଏକାଠି ଜେରା ପରେ ଇଡି ଅଧିକାରୀମାନେ ସମସ୍ତଙ୍କୁ ଅଲଗା ଅଲଗା ମଧ୍ୟ ଜେରା କରିଥିଲେ। ଇଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳିଙ୍କୁ ଦେଖି ଅର୍ଚ୍ଚନା ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେ ରାଗ ଲାଗୁଥିଲେ ମଧ୍ୟ କାର୍ଯ୍ୟାଳୟରେ ଶ୍ରଦ୍ଧାଙ୍କୁ ଦେଖି ଅର୍ଚ୍ଚନା ସେତିକି ଭୟ ମଧ୍ୟ କରୁଥିଲେ।

ଜେରାକୁ ଏଡ଼ାଇବାକୁ ପାଇଁ ଅର୍ଚ୍ଚନା ବାହାନା ପରେ ବାହାନା କରି ଚାଲିଥିଲେ।ମଝିରେ ମଝିରେ ଅସୁସ୍ଥ ହେବାର ମଧ୍ୟ ବାହାନା କରିଥିଲେ। ଶ୍ରଦ୍ଧାଙ୍କ ସହ ସାମ୍ନା ସାମ୍ନୀ ଜେରା ନ ହେବାକୁ ବହୁ ଚେଷ୍ଟା କରିବା ପରେ ମଧ୍ୟ ଅର୍ଚ୍ଚନା ଶେଷରେ ବିଫଳ ହୋଇଥିଲେ। ଦୀର୍ଘ ଦିନ ଧରି ଚୁପ୍ ଥିବା ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ଦେଖି ମୁହଁ ଖୋଲିଛନ୍ତି ବୋଲି ଖବର ମିଳିଛି ।

Leave a Reply

Your email address will not be published. Required fields are marked *