ସ୍ୱାମୀ ହଠାତ ହୋଇଗଲା ନିଖୋଜ, ଖୋଜି ଖୋଜି ଶେଷକୁ ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ଭରତପୁର ଥାନା ନିକଟରେ ସ୍ୱାମୀ ନିଖୋଜ ଥିବାର ଅଭିଯୋଗ କରି ବସିରହିଛନ୍ତି ଜଣେ ମହିଳା। କହିଛନ୍ତି ଯେ ପର୍ଯ୍ୟନ୍ତ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି ଏବଂ ତାଙ୍କ ସ୍ୱାମୀ ନ ମିଳିଛନ୍ତି ସେ ପର୍ଯ୍ୟନ୍ତ ସେ ଥାନା ନିକଟରେ ବସି ରହିବେ।

ତେବେ ମହିଳା ଜଣକ ମିଡିଆ ମାଧ୍ୟମରେ କହିଛନ୍ତି ଯେ ସେ 16 ଏପ୍ରିଲ 2022 ରେ ଵିଵାହ କରିଥିଲେ। ସବୁକିଛି ଠିକଠାକ ଚାଲିଥିଲା। ନଭେମ୍ବର 30 ତାରିଖ ଦିନ ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ବାହାରକୁ ଖାଇବାକୁ ଆସିଥିଲେ ଏବଂ ସକାଳ ଖାଇବା ଖାଇ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ନେଇ ଘରେ ଛାଡିଥିଲେ।

କିନ୍ତୁ ହଠାତ ଘର ଦୁଆର ମୁହଁରୁ ହିଁ ସ୍ୱାମୀ ନିଖୋଜ ହୋଇଗଲେ। ସ୍ତ୍ରୀ ଜଣକ ଯେତେ ଖୋଜିଲେ ସ୍ୱାମୀଙ୍କୁ ପାଇଲେ ନାହିଁ। ଏହାପରେ ମହିଳା ଜଣକ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୋଲିସ ମହିଳାଙ୍କୁ ଅପେକ୍ଷା କରିବାକୁ କହିଥିଲା।

ଆଜିକୁ 17 ଦିନ ହୋଇଗଲାଣି କିନ୍ତୁ ସ୍ୱାମୀଙ୍କ ବିଷୟରେ କୌଣସି ସୁରାଗ ମିଳୁନାହିଁ। ସ୍ୱାମୀଙ୍କ ଫୋନ ମଧ୍ୟ ସୁଇଚ ଅଫ ରହିଛି।ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ସେ 5 ମାସର ଗର୍ଭବତୀ ଅଟନ୍ତି। ଏପରି ପରିସ୍ଥିତିରେ ମଧ୍ୟ ସେ ସ୍ୱାମୀଙ୍କୁ ଖୋଜିବା ପାଇଁ ଡିସିପି ଅଫିସରୁ ଭରତପୁର ଥାନା ଯିବା ଆସିବା କରୁଛନ୍ତି।

ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ତାଙ୍କ ସ୍ବାମୀ ନ ମିଳିଛନ୍ତି ଏବଂ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି ସେ ପର୍ଯ୍ୟନ୍ତ ସେ ଥାନା ନିକଟରେ ବସିରହିବେ।

Leave a Reply

Your email address will not be published. Required fields are marked *