ମୋତେ ଧରିକି ଶୋଇଲା, କାମ ସରିଗଲା ଖତମ୍, ମୁଁ କଣ ଏତେ ଶସ୍ତା କହିଲେ ଯୁବତୀ।

ସତରେ ଆଜିକାଲି ଏହି ସୃଷ୍ଠିରେ ବିଭିନ୍ନ ପ୍ରକାର ବିଚିତ୍ର ଘଟଣା ମାନ ଘଟୁଛି।ସ୍ବାମୀ ସ୍ତ୍ରୀ ର ସମ୍ପର୍କକୁ କିଛି ଦମ୍ପତି କଳୁଷିତ କରିସାରିଲେଣି।କେଉଁଠି ସ୍ବାମୀ ଧୋକା ଦେଉଛି ତ କେଉଁଠି ସ୍ତ୍ରୀ ଧୋକା ଦେଉଛି।ଆଉ ଏବେ ତ ବେଶି ଖବର ମିଳୁଛି ଯେ ବାହାଘର ର କିଛି ମାସ ପରେ ସ୍ତ୍ରୀକୁ ଛାଡ଼ିଦେଉଛି ସ୍ବାମୀ।ଏମିତି କିଛି ଘଟଣା ଘଟିଛି ଯେଉଁଠି ଗୋଟେ ପୁଅ ଝିଅ ଘରୁ ପଳାଇ ଆସି ପ୍ରେମ ବିବାହ କରିଲେ।ହେଲେ ବାହାଘର ର କିଛି ମାସ ପରେ ଏବେ ସ୍ବାମୀ ଏବଂ ତା’ର ପରିବାର ଲୋକ ତା’ର ସ୍ତ୍ରୀ କୁ ଘରୁ ବାହାର କରିଦେଇଛନ୍ତି।

ଏବେ ସ୍ତ୍ରୀ ଜଣଙ୍କ ସ୍ବାମୀର ଘର ଆଗରେ ବସିଛି ଏବଂ କହୁଛନ୍ତି ଯେ ତାଙ୍କ ଶାଶୁଘର ଲୋକ ତାଙ୍କୁ ବୋହୂ ରୂପେ ଗ୍ରହଣ କରନ୍ତୁ ବୋଲି।ବନ୍ତଳ ଥାନା ଅନ୍ତର୍ଗତ ପୋକଟୁଙ୍ଗା ଗ୍ରାମ ର ଜ୍ୟୋତ୍ସ୍ନା ସାହୁ ଗତ ୮ ମାସ ତଳେ ରାଣୀକଡ଼ା ଗ୍ରାମ ର ମାନସ ବାରିକ୍ ଙ୍କୁ ପ୍ରେମ ବିବାହ କରିଥିଲେ। ଏପରିକି ସେ ଦୁହେଁ ନୋଟାରି ପାଖରେ ଉଭୟ ସତ୍ୟପାଠ କରିଥିଲେ।

ଜ୍ୟୋତ୍ସ୍ନା ତାଙ୍କ ରୋଗିଣା ବାପା ମାଆଙ୍କୁ ଛାଡ଼ି ମାନସ ଙ୍କ ହାତ ଧରିଥିଲେ।ବିବାହ ତ ତିନି ମାସ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା।ହେଲେ ତାପରେ ଜ୍ୟୋତ୍ସ୍ନାଙ୍କ ଶାଶୁ ଶ୍ଵଶୁର ଏବଂ ଦେଢ଼ ଶାଶୁ ମିଶି ତାଙ୍କୁ ଯୌତୁକ ଆଣିବା ପାଇଁ କହି ମାଡ଼ ମାରୁଥିଲେ।

ସ୍ବାମୀ ମାନସ ଏହି ସବୁ ବିଷୟରେ ଜାଣି ମଧ୍ୟ କିଛି ପ୍ରତିବାଦ କରୁନଥିଲେ।କେବେ କେବେ ତାଙ୍କୁ ଘରୁ ମଧ୍ୟ ବାହାର କରିଦେଉଥିଲେ।ସହି ନପାରି ଜ୍ୟୋତ୍ସ୍ନା ଅନୁଗୁଳ ଥାନା ରେ ଅଭିଯୋଗ କରିଥିଲେ। ଆରକ୍ଷୀ ଅଧିକାରୀ ଏହାର ଏକ ମୋକଦ୍ଦମା ରୁଜୁ କରି ମାନସ ଙ୍କୁ ଗିରଫ କରିଥିଲା।

ହେଲେ ମାନସ ଏବେ ଜାମିନ୍ ରେ ଆସିବା ପରଠାରୁ ଜ୍ୟୋତ୍ସ୍ନା ଙ୍କ ସହ ତାଙ୍କୁ ଦେଖା କରିବାକୁ ଦେଉନାହାନ୍ତି ଶାଶୁ ଘର ଲୋକ।ଜ୍ୟୋତ୍ସ୍ନା କହିବା ଅନୁସାରେ ମାନସ ତାଙ୍କ ଶାଶୁ ଘର ଏବଂ ସେହି ପାଖା ପାଖି କୋଉଠି ଲୁଚି କି ରହିଛନ୍ତି ବୋଲି।ଏବେ ଜ୍ୟୋତ୍ସ୍ନା ଦାବି କରୁଛନ୍ତି ଯେ ତାଙ୍କୁ ପୁଣି ବୋହୂର ମାନ୍ୟତା ଦିଅନ୍ତୁ ତାଙ୍କ ଶାଶୁ ଘର ଲୋକ।

ସେ ଆହୁରି କହିଛନ୍ତି ଯେ କୁଆଡେ଼ ତାଙ୍କୁ ଶାଶୁ ଘର ଲୋକ ତାଙ୍କ ସାନପୁଅ ଏବଂ ଆଉ ଗୋଟେ ପିଲାକୁ ପଠାଇ ଥିଲେ ତାଙ୍କୁ ଜୋରଜବରଦସ୍ତି କରିବା ପାଇଁ।ହେଲେ ସେଥିରେ ସେମାନେ ସଫଳ ହୋଇପାରିନଥିଲେ।ସେ ଏ ନେଇ ପୋଲିସ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ହେଲେ କିଛି ସୁଫଳ ମିଳିନଥିଲା।ସେଥିପାଇଁ ସେ ଏବେ ମିଡ଼ିଆର ସାହାରା ନେଇଛନ୍ତି।ତେବେ ଦେଖିବା ପାଇଁ ବାକି ରହିଲା ଯେ ଘଟଣାଟି କେଉଁ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *