ଅଶ୍ଵିନୀ-ପ୍ରେରଣା ବାହାଘର।ବାହାଘର ପରେ ଅଷ୍ଟମଙ୍ଗୁଳାରେ ଘରକୁ ବୁଲିବାକୁ ଆସିଲେ ପ୍ରେରଣା।

ଏହି ବିଚିତ୍ର ଦୁନିଆରେ ସବୁଠୁ ବଡ଼ ପ୍ରାଣୀ ହେଉଛି ମଣିଷ।ମଣିଷ ଏହି ଦୁନିଆରେ ଜନ୍ମ ନେଇଥାଏ ଏବଂ ଏହି ଦୁନିଆ ରୂପୀ ମଞ୍ଚରେ ନିଜର ଅଭିନୟ ସାରି ପୁଣି ଫେରିଯାଏ ଶୂନ୍ୟତାକୁ।ମନୁଷ୍ୟ ଜୀବନ ରେ ବିବାହ କରିବା ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟରେ।ବିବାହ ବୟସ ଆସିଲେ ସମସ୍ତେ ବିବାହ କରନ୍ତି

ଆଉ ନିଜ ଜୀବନ ସାଥି ସହ ସାରା ଜୀବନ ଅତିବାହିତ କରନ୍ତି ଏହି ସମୟ ପାଇଁ ପୁଅ ଝିଅ ମାନେ ଚାହିଁ ବସିଥାଆନ୍ତି ଯେ କେତେବେଳେ ଜଣେ ଆସିବ ଯିଏ ତାର ଅପୂର୍ଣ୍ଣ ଜୀବନକୁ ପୂର୍ଣ୍ଣ କରିବ।ତେବେ ଓଲିଉଡର ଷ୍ଟାର୍ ଏଙ୍କର୍ ତଥା ଅଭିନେତା ଅଶ୍ୱିନୀ ତ୍ରିପାଠୀ ଏବଂ ଷ୍ଟାର୍ ଏଙ୍କର୍ ପ୍ରେରଣା ପ୍ରତୀକ୍ଷା,ଏହି ଦୁଇ ଷ୍ଟାରଙ୍କ ଲଭ୍ ଷ୍ଟୋରୀ ସମସ୍ତଙ୍କୁ ଜଣା।

ତେବେ ଏଇ କିଛି ଦିନ ହେବ ସେମାନେ ବିବାହ ଭଳି ପବିତ୍ର ବନ୍ଧନ ରେ ବାନ୍ଧି ହୋଇ ସବୁଦିନ ପାଇଁ ଏକ ହୋଇଯାଇଛନ୍ତି।ବିବାହ ପରେ ଅଷ୍ଟମଙ୍ଗୁଳାରେ ପ୍ରେରଣା ଆସିଛନ୍ତି ତାଙ୍କ ବାପା ଘରକୁ ବୁଲିବାକୁ।ତେବେ ଏହା ସମ୍ପର୍କରେ ଆମ୍ଭେ ଆପଣଙ୍କୁ ଜଣାଇବୁ ଏହି ରିପୋର୍ଟ ରେ।

ବିବାହ ଭଳି ପବିତ୍ର ସମ୍ପର୍କରେ ବାନ୍ଧି ହୋଇଛନ୍ତି ଓଲିଉଡର ଷ୍ଟାର୍ ଏଙ୍କର୍ ତଥା ଅଭିନେତା ଅଶ୍ୱିନୀ ତ୍ରିପାଠୀ ଏବଂ ଷ୍ଟାର୍ ଏଙ୍କର୍ ପ୍ରେରଣା ପ୍ରତୀକ୍ଷା।ବିବାହ ପରେ ଝିଅ ଆଠ ଦିନ ପରେ ଅଷ୍ଟମଙ୍ଗୁଳା ପାଇଁ ଘରକୁ ବୁଲିବାକୁ ଆସେ ଏହା ଆମ ପରମ୍ପରାରେ ରହି ଆସିଛି।

ଏହି ପରମ୍ପରାକୁ ମାନି ପ୍ରେରଣା ଓ ଅଶ୍ଵିନୀ ମଧ୍ୟ ଆସିଛନ୍ତି ପ୍ରେରଣାଙ୍କ ବାପା ଘରକୁ।ତେବେ ସେମାନେ ଆସିବ ପରେ ସେଠାରେ ଖୁସିର ମହୋଲ ସୃଷ୍ଠି ହୋଇଥିଲା।ସମସ୍ତେ ଖୁସିରେ ନବଦମ୍ପତି ଙ୍କୁ ସ୍ଵାଗତ କରିଥଲେ।ପ୍ରଥମେ ତାଙ୍କୁ ଫୁଲ ମାଳ ଦିଆଗଲା ଓ ପରେ ତାଙ୍କୁ ବନ୍ଦାପନା କରି ଘର ଭିତରକୁ ସ୍ଵାଗତ କରାଗଲା।

ସମସ୍ତେ ବହୁତ୍ ଖୁସି ଥିଲେ।ଘରେ ପ୍ରବେଶ କଲା ପରେ ତାଙ୍କ ଘର ମନ୍ଦିରକୁ ଯାଇ ପରମ୍ପରା ଅନୁଯାୟୀ ଅନ୍ୟ ପୂଜା ପାଠ କରି ଭଗବାନଙ୍କ ଆଶୀର୍ବାଦ ନେଇଥିଲେ ପ୍ରେରଣା।ଏହା ସମୟରେ ଅଶ୍ଵିନୀ ଓ ପ୍ରେରଣା ବହୁତ ଖୁସି ଜଣା ପଡ଼ୁଥିଲେ।

Leave a Reply

Your email address will not be published. Required fields are marked *