କାମାନ୍ଧ ଯୁବକ ମହିଳାଙ୍କୁ ଧର୍ଷଣ ଉଦ୍ୟମ ପରେ ଘଟାଇଲା ଉନ୍ମକ୍ତ କାଣ୍ଡ।ଘରେ ଲଗାଇଦେଲା ନିଆଁ।

ପାଠକଗଣ ଆମ ସମାଜରେ ଅନେକ ପ୍ରକାରର ଲୋକ ବାସ କରୁଛନ୍ତି।ଏଠାରେ କିଏ ଭଲ ତ କିଏ ଖରାପ। ସମସ୍ତଙ୍କ ଭିତରେ କିଛି ଭଲ ଗୁଣ ରହିଛି ଆଉ କିଛି ଖରାପ ଗୁଣ ମଧ୍ୟ ରହିଛି।ଏହା ସବୁବେଳେ ସେହି ବ୍ୟକ୍ତି ଉପରେ ନିର୍ଭର କରେ କି ସେ ନିଜର ବ୍ୟକ୍ତିତ୍ଵକୁ କେଉଁଥିରେ ପରିପ୍ରକାଶ କରିବ।

ସେ ଜଣେ ଭଲ ମଣିଷ ହେବ ନା ଖରାପ।ଆଜି କାଲି ସମାଜରେ ଅନେକ ଘଟଣା ଘଟୁଛି ଜାଗା ଦ୍ବାରା ମନୁଷ୍ୟ ଜାତି ନିନ୍ଦାର ସାମ୍ନା କରୁଛି। ସବୁଦିନ ଖବରରେ କିଛି କିଛି ଘ-ଟଣା ଏପରି ଥାଏ ଯାହା ଦ୍ଵାରା ଏ ସମାଜରେ ବଞ୍ଚିବା କଷ୍ଟକର ହୋଇପଡ଼େ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ଏରୋସମା ଥା-ନା ଅନ୍ତର୍ଗତ ଗୋଡ଼ ଗ୍ରାମରେ।

ଏହି ଗ୍ରାମରେ ଜଣେ ଯୁବକ ରାତି ଜଣେ ମହିଳାଙ୍କ ସହ ଧ-ର୍ଷଣ ଉଦ୍ୟମ କରିଲା ପରେ ତାଙ୍କ ଘର ଲଗାଇଥିଲା ନିଆ ଓ ତାଙ୍କ ପରିବାର କୁ ମାରିବାକୁ ଧମକ ମଧ୍ୟ ଦେଲା। ବନ୍ଧୁଗଣ କଥାଟି ଏପରି ଏରୋସମା ଥା-ନା ଅନ୍ତର୍ଗତ ଗୋଡ଼ ଗ୍ରାମର ଜଣେ କାମାନ୍ଧ ଯୁବକ ବାଉରୀବନ୍ଧ ନାୟକଙ୍କ ପୁଅ ମିଟୁ ନାୟକ ବିଳମ୍ବିତ ରାତିରେ ବିଜୟ ସାହୁଙ୍କ ପରିବାର ଖାଉଥିବା ସମୟ ଆସି ଘର କବାଟ ବାଡ଼େଇଲା।

ବିଜୟଙ୍କ ସ୍ତ୍ରୀ ସରସ୍ଵତୀ ନାୟକ କିଏ ଆସିଛି ବୋଲି ପଚାରିବାରୁ ମିଟୁ କହିଲା ମୁଁ ତୋର ଘଇତା ଆସିଛି କବାଟ ଖୋଲ ମୁ ରାତି କାମ ରାତିରେ ସାରିବାକୁ ଆସିଛି। ପୀ-ଡ଼ିତା ସରସ୍ଵତୀ ଓ ତାଙ୍କ ସ୍ଵାମୀ ବିଜୟଙ୍କ କହିବା ଅନୁସାରେ ସେମାନେ ଯେତେବେଳେ ରାତିରେ ଖାଇବାକୁ ବସିଥିଲେ ସେତେବେଳେ ତାଙ୍କ ଘର କବାଟ କିଏ ଆସି ଠକ୍ ଠକ୍ କଲା।

ଯେତେବେଳେ ବିଜୟ ପଚାରିଲେ କିଏ ବାହାରୁ ଉତ୍ତର ଆସିଲା ମୁଁ ତୁମର ଭାଇ କହୁଛି ତାପରେ କିଏ ଭାଇ ବୋଲି ସରସ୍ଵତୀ ପଚାରିବାରୁ ସିଏ କହିଲେ ମୁ ତୋର ଘଇତା କହୁଛି କାମ ଅଛି କବାଟ ଖୋଲ।ଏହାପରେ ସରସ୍ଵତୀ ଯାହା କାମ ଅଛି ସକାଳେ ଆସି କରିବୁ କହିବାରୁ ସେ କହିଲା ମୁଁ ରାତି କାମ ରାତି ରେ ସାରିବାକୁ ଆସିଛି।

ଏହା ପରେ ବିଜୟ ରାଗିକି କବାଟ ଖୋଲି ବାରୁ ସେ ଦୌଡ଼ି ପଳାଇଲା।ସେ ଦେଖିଲେ ସେ ଲୋକ ବାଉରୀବନ୍ଧ ନାୟକର ସାନ ପୁଅ ମିଟୁ ନାୟକ ଥିଲା। ଏହାପରେ ଯେହେତୁ ସେ ପଳାଇଥିଲା ସେମାନେ ଖାଇବାକୁ ବସିଲେ। ତାପରେ ଯେତେବେଳ ସରସ୍ଵତୀ ବାସନ ମାଜି ବାହାରକୁ ଆସିଲେ ମିଟୁ ପୁଣି ଥରେ ଆସି ସରସ୍ଵତୀଙ୍କ ସହ ଧ-ର୍ଷଣ କରିବାକୁ ଚେଷ୍ଟା କରିଥିଲା, ତେବେ ବିଜୟ ଆସିବାରୁ ସେ ପଳାଇଲା।

ତାହାପରେ ସେମାନେ ସରପଞ୍ଚଙ୍କ ପାଖକୁ ଗଲେ, ସେଠାକୁ ଯିବାକୁ ମିଟୁ ତାଙ୍କୁ ତରୱାଲ୍ ଦେଖାଇ ପୁରା ପରିବାରକୁ ମାରିଦେବ ବୋଲି ଧ-ମକ ଦେଲା। ତେବେ ସରସ୍ଵତୀଙ୍କ ପରିବାର ଲୋକ ରାତି ଶୋଇଥିବା ବେଳେ ମିଟୁ ବାହାର ପଟୁ କବାଟ ମା-ରି ଘରେ ନିଆ ଲଗାଇଥିଲା। ତେବେ ଘର ହୁତୁ ହୁତୁ ହୋଇ ଜଳୁଥିବା ସମୟରେ ସରସ୍ଵତୀଙ୍କ ପୋଡ଼ିଶା ଲୋକମାନେ ଆସି ତାଙ୍କ ପରିବାରକୁ ଉଦ୍ଧାର କରିଥିଲେ।

ଏହାପରେ ସରସ୍ଵତୀ ଓ ବିଜୟ ଯାଇ ଏରୋସମା ଥା-ନାରେ ମିଟୁ ବି-ରୋଧ ରେ ମାମ-ଲା ରୁଜ୍ଜୁ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଆସାମୀ ଯୁବକ ମିଟୁ ଖୋଲାରେ ବୁଲୁଛି ଯାହା ଦ୍ଵାରା ସରସ୍ଵତୀଙ୍କ ପରିବାର ନ୍ୟା-ୟ ପାଇବା ନିମନ୍ତେ ଗଣମାଧ୍ୟମକୁ ଆକୁଳ ନିବେଦନ କରିଛନ୍ତି।ତେବେ ଦେଖିବାକୁ ବାକି ରହିଲା ଏବେ କ’ଣ କରୁଛି ଏରୋସମା ପୋ-ଲିସ,କିପରି ନ୍ୟା-ୟ ପାଉଛନ୍ତି ସରସ୍ଵତୀ।

Leave a Reply

Your email address will not be published. Required fields are marked *