ମୁଁ ଟଙ୍କା ଫେରାଇ ପାରିବିନି । ତୁ ମୋ ଦେହକୁ ଉପଭୋଗ କରେ । ଦେହ ଦେବି ସିନା କିନ୍ତୁ ୨ଲକ୍ଷ ଟଙ୍କା ଦେବିନି ।

ବନ୍ଧୁଗଣ ଏବେ କିନ୍ତୁ ସାମ୍ନାକୁ ଆସିଛି କଟକରେ ଏଲଆଇସି ଏଜେଣ୍ଟଙ୍କୁ ନୃଂଶସ ହତ୍ୟାରେ ନୂଆ ଟ୍ଵିଷ୍ଟ । ସୁଧ ପାଇଁ କରାଯାଇଥିଲା ଶୈଳେନ୍ଦ୍ରଙ୍କୁ ହତ୍ୟା । ଏଲଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନା ଓରଫ ଶିବ ହତ୍ୟା ମାମଲାରେ ସାମ୍ନାକୁ ଆସୁଛି ସତ । ମୁହଁ ଖୋଲିଲେ ପାଟକୁରାରେ ଥିବା ପରିବାର ଲୋକ ।

ପରକ୍ରିୟା ପ୍ରୀତି ନୁହଁ ବରଂ ସୁଧ ଟଙ୍କା ନେଣଦେଣକୁ ନେଇ ହତ୍ୟା ହୋଇଛି ବୋଲି ଶୈଳେନ୍ଦ୍ରଙ୍କ ସ୍ତ୍ରୀ ସଂଘମିତ୍ରl ଜେନା, ଭିଣେଇ ଓ ପଡୋଶୀ ଅଭିଯୋଗ କରିଛନ୍ତି । ଶୈଳେନ୍ଦ୍ର ୧୫ବର୍ଷ ହେବ କଟକ ମହାନ୍ତିପଡାରେ ରହୁଥିଲେ । ଏଲଆଇସି ଏଜେଣ୍ଟ ଥିବା ସହ ଏକ ୱେବ୍ ଚ୍ୟାନେଲରେ ସାମ୍ବାଦିକତା କରୁଥିଲେ ।

ଏହା ସହ ସେ ଘରୋଇ ସୁଧ କାରବାର ମଧ୍ୟ କରୁଥିଲେ ।ଛୋଟ ବ୍ୟବସାୟୀଙ୍କୁ ସୁଧରେ ଟଙ୍କା ଦେଉଥିଲେ ଶୈଳେନ୍ଦ୍ର । ଭିଣେଇ ତଥା ଅବସରପ୍ରାପ୍ତ ସାମରିକ କର୍ମଚାରୀ ଶୁଚିଶୁଭ୍ର ସାହୁଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ସୁଧରେ ଲଗାଉଥିଲେ । ମୁଖ୍ୟ ଅଭିଯୁକ୍ତ ଦହିବରା ବେପାରୀ ଏବଂ ତା ସ୍ତ୍ରୀ ଠାରୁ ଦହିବରା ଖାଉ ଖାଉ ଚିହ୍ନା ହୋଇଥିଲା ତାପରେ ଶୈଳେନ୍ଦ୍ର ୨ ଲକ୍ଷ ଟଙ୍କା ଋଣ ଦେଇଥିଲେ । ସୁଧମୂଳ ବଢ଼ିଯାଇଥିଲା, ହେଲେ ଟଙ୍କା ଦେଉନଥିଲା ଦୀପୁ।

ଉଭୟଙ୍କ ମଧ୍ୟରେ ବାରମ୍ବାର ବଚସା ବି ହୋଇଥିଲା । ଦୀପୁର ସ୍ତ୍ରୀ ମଧ୍ୟ କହୁଥିଲା ଶାରୀରିକ ସମ୍ପର୍କ ରଖିବା ପାଇଁ କିନ୍ତୁ ଟଙ୍କା ଫେରାଇବାକୁ ରାଜି ନଥିଲେ । ଅନ୍ୟପକ୍ଷେ ଦୀପୁ ଜାଣି ମଧ୍ୟ ଚୁପ୍ ରହୁଥିଲା । କିନ୍ତୁ ସେଇ ୨ଲକ୍ଷ ଟଙ୍କା କେବେ ନ ଫେରାଇବାକୁ ଏମିତି କିଛି ପ୍ଲାନ୍ ବନାଇ ଗୋଟେ ଦିନ ଦୀପୁ ଓ ତା ସ୍ତ୍ରୀ ଚକ୍ରାନ୍ତ କରି ଶୈଳେନ୍ଦ୍ରଙ୍କୁ ଟଙ୍କା ଫେରାଇବାକୁ ନୟାଗଡ ଡକାଇଥିଲେ । ଆଉ ପୂର୍ବ ଯୋଜନା ଅନୁସାରେ ହତ୍ୟା କଲେ ଆଉ ପରେ ଶୈଳେନ୍ଦ୍ରଙ୍କ ଶବକୁ ପୋଡି ଦେଇଥିଲେ ପୋଡିବା ପରେ ଶରୀର ବଳକା ଅଂଶକୁ ପୋଖରୀରେ ଫିଙ୍ଗି ଦେଇଥିଲେ ।

ତେବେ ନୟାଗଡ଼ ଯିବା ଦିନ ଶୈଳେନ୍ଦ୍ର ସ୍ତ୍ରୀଙ୍କୁ ଜଣାଇ ଯାଇଥିଲେ । ହେଲେ ରାତି ୯ଟା ୪୦ ପରଠୁ ଶୈଳେନ୍ଦ୍ରଙ୍କ ଫୋନ ଅଫ୍ ହୋଇ ଯାଇଥିଲା । ତାପରେ ଶୈଳେନ୍ଦ୍ରଙ୍କ ପତ୍ନୀ ଅଭିଯୋଗ ଆଣିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଅନ୍ୟପକ୍ଷରେ ନୂଆଗାଁ ପୋଲିସ ଏବଂ ସାଇଣ୍ଟିଫିକ ଟିମକୁ ମିଳିଛି ସବୁ ପ୍ରମାଣ ।

ପ୍ରମାଣ ଆଧାରରେ ଗତକାଲି ଦୁଇ ଜଣ ଅଭିଯୁକ୍ତ ସୁନିତା ସାହୁ ଏବଂ ସହଯୋଗୀ ସୁରୀକୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ସେପଟେ ମୁଖ୍ୟ ଅଭିଯୁକ୍ତ ସୁନିତାର ସ୍ବାମୀ ଦିପୁ ସାହୁ ଫେରାର୍ ଥିବା ବେଳେ ଜଲ୍ଦୀ ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *