“ସେ ଝିଅ ଆଉ ଫିଲ୍ମ ପ୍ରଡ୍ୟୁସର ମାନେ ମିଶିକି ମୋ ଝିଅ ଅର୍ଚ୍ଚନାକୁ ଫସେଇ ଦେଇଛନ୍ତି, ସେ ନିର୍ଦ୍ଦୋଷ” ଏପରି କିଛି ପ୍ରତିକ୍ରିୟା ଦେଲେ ଅର୍ଚ୍ଚନାଙ୍କ ବାପା ।

ଦର୍ଶକବନ୍ଧୁ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ସେ ଗିରଫ ହେବାପରେ ଏବେ ଏକ ନୂଆ ଚେହେରା ସାମ୍ନାକୁ ଆସିଛି ସେ ହେଉଛନ୍ତି ଅର୍ଚ୍ଚନାଙ୍କ ବାପା । ଅର୍ଚ୍ଚନା ଏବେ ଇଡି ରିମାଣ୍ଡରେ ଅଛନ୍ତି । ଇଡି ଏବେ ତାଙ୍କୁ ଲଗାତର ପଚରା ଉଚରା କରୁଛି ଆଉ ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ଅର୍ଚ୍ଚନା ନାଗଙ୍କ କଳା କାର୍ଣ୍ଣମାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ଏମିତିରେ ଗତ କିଛିଦିନ ତଳେ ଅର୍ଚ୍ଚନା ଗଣମାଧ୍ୟମକୁ ପ୍ରଥମଥର ବୟାନ ଦେଇ କହିଥିଲେ ଯେ, ତାଙ୍କୁ କେବଳ ଅଧ ଘଣ୍ଟା ଦରକାର ଅଧ ଘଣ୍ଟାରେ ସେ ଏମିତି ସବୁ ତଥ୍ୟ ପ୍ରମାଣ ଦେବେ ଯାହା ଦ୍ଵାରା ପୁରା ରାଜ୍ୟ ବଦଳି ଯିବ । ଏହି ବୟାନକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା ଆଉ ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସି ଆଉ ଏକ ବଡ ବୟାନ ଦେଇଛନ୍ତି ।

ଦର୍ଶକ ବନ୍ଧୁ ଅର୍ଚ୍ଚନାଙ୍କ ବାପା କହିଛନ୍ତି ଯେ, ‘ଦୁଇ ବର୍ଷରେ ଗୋଟେ ଝିଅ ଏତେ ବଡ ଘର କରିଦେଲା । ଦୁଇ ବର୍ଷରେ ୫ ବର୍ଷର ଛୁଆ ଥାଇ ତା ଉପରେ ସମସ୍ତ ଦୋଷ ଦେଇଦେଲେ ସେଇଟା ମୋତେ ଖରାପ ଲାଗୁଛି।ସେ ପ୍ରକୃତ ଚୋରକୁ ଆପଣ ମାନେ ଲୁଚେଇ ଦେଇକି ମୋ ଝିଅ ଉପରେ ଦୋଷ ଲଦି ଦେଉଛ । ପ୍ରକୃତ ଚୋର ହେଉଛି ଯେଉଁ ଝିଅ ବ୍ଲାକ ମେଲ କରୁଥିଲା ।

ସେ ଝିଅ ଶ୍ରଦ୍ଧାଞ୍ଜଳି ହେଉଛି ଏକ ନମ୍ବର ଡ୍ର-ଗସ ମଦ-ଉଆ ଆଉ ସେ ଫିଲ୍ମ ଡାଇରେକ୍ଟର ମାନେ ବି ସମସ୍ତେ ଚୋର । ନିଜେ ସେମାନେ ବ୍ଲାକ ମେଲର ଆଜ୍ଞା । ମୋ ଝିଅ ନିରୀହ ମୋ ଝିଅକୁ ସେ ଶ୍ରଦ୍ଧାଞ୍ଜଳି ଆଉ ସେ ଅକ୍ଷୟ ପରିଜା ଫସେଇ ଦେଇଛନ୍ତି । ମୁଁ ଜମି ବିକି ଅର୍ଚ୍ଚନାକୁ ଟଙ୍କା ଦେଇଥିଲି ଘର କରିବାକୁ । ମୁଁ ବି ସମାଜସେବୀ ମୁଁ ବି ନେତା ଆଉ ମିଡିଆ ଭାଇ ମାନଙ୍କର ପଛରେ ଆଗରୁ ବୁଲୁଥିଲି ।

 

ମୋ ଝିଅର କୌଣସି ଭୁଲ ଆପଣ ମାନେ ପାଇ ନାହାନ୍ତି । ଆପଣ କାହିଁକି ତା ଉପରେ ଦୋଷ ଲଦୁଛନ୍ତି । ଆଜି ମୋର ୫୦ ବର୍ଷ ହେଲା ମୋର ତିନିଟା ଟ୍ରକ ଥିଲା । ମୁଁ ମୋ ଜାଗା ବିକି ୫୦/୬୦ ଲକ୍ଷ ଟଙ୍କା ଅର୍ଚ୍ଚନାକୁ ଦେଇଛି ଘର କରିବା ପାଇଁ ଆମେ କଣ କରିବା ।  ଆମ ପୂର୍ବ ପୁରୁଷଙ୍କ ୨୨ରୁ ୨୩ ଏକର ଜମି ରହିଛି । ମୁଁ ଜଣେ ସମାଜସେବୀ, ମୋ ଝିଅ ମଧ୍ୟ ବେପାର କରେ । ସେ ପ୍ଲଟିଂ ବିଜନେସ କରେ । ତୋ ଆମେ କଣ ଗରିବ’ ।

Leave a Reply

Your email address will not be published. Required fields are marked *