ଆଜିକାଲିର ପ୍ରେମ ସମ୍ପର୍କକୁ ନେଇ ମିଡିଆ ମାଧ୍ୟମରେ ପ୍ରତିକ୍ରିୟା ଦେଉଛନ୍ତି ଲୋକ, କହୁଛନ୍ତି ବୁଲା କୁକୁର ପରି ହେଉଛନ୍ତି ପ୍ରେମୀ ଯୁଗଳ

ଆଜିକାଲିର ସମୟରେ ହେଉଥିବା ପ୍ରେମରେ କୌଣସି ଶୁଦ୍ଧତା ନାହିଁ। କେବଳ ଶାରୀରିକ ସମ୍ପର୍କ ଏବଂ ଟଙ୍କା ପାଇଁ ପ୍ରେମ ସମ୍ପର୍କ ଗଢି ଉଠୁଛି। ତେବେ ଏହି ସମ୍ବନ୍ଧରେ ମିଡିଆ ମାଧ୍ୟମରେ ଲୋକ ଅନେକ ପ୍ରତିକିୟା ଦେଇ କହୁଛନ୍ତି ଯେ
ଆଜିର ଯୁବ ପିଢ଼ିଙ୍କ ଭିତରେ ଆଉ ଧୈର୍ଯ୍ୟ ବୋଲି କିଛି ଜିନିଷ ନାହିଁ।

ପ୍ରେମ କରିବା ମାତ୍ରେ ସେମାନଙ୍କ ମୁଣ୍ଡକୁ କେବଳ ଶାରୀରିକ ସମ୍ପର୍କ ରଖିବା କଥା ଚାଲି ଆସୁଛି। ଆଉ ଏବେ ତ ପ୍ରେମ କେବଳ କଲରେ ଏବଂ ମେସେଜ ଅଟକି ହୋଇ ରହିନାହିଁ। ଏବେ ର ପ୍ରେମୀ ଯୁଗଳ ମାନେ ଲିଭିଙ୍ଗ ରିଲେସନ ସିପରେ ରହୁଛନ୍ତି।

ବାପା-ମାଆ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ସହରକୁ ଛାଡି ଦେଉଛନ୍ତି। କିନ୍ତୁ ଏହାପରେ ପିଲାଟି କଣ କରୁଛି, କାହା ସହ ବୁଲୁଛି , ପାଠ ପଢୁଛି କି ନାହିଁ ସେ ସବୁ କିଛି ଦେଖୁନାହାନ୍ତି। ଯାହାଫଳରେ ପିଲା ମାନେ ପ୍ରେମ କରି ଲିଭିଙ୍ଗ ରିଲେସନସିପ ରେ ରହି ପରସ୍ପର ଭିତରେ ଶାରିରୀକ ସମ୍ପର୍କ ରଖୁଛନ୍ତି।

କେବଳ ଏତିକି ନୁହେଁ ଏପରି ଲିଭିଙ୍ଗ ରିଲେସନସିପରେ ରହି ପରସ୍ପରକୁ ଭଲ ଭାବରେ ଜାଣି ଯିବା ପରେ ଆଉ ବିବାହ ନକରି ବ୍ରେକଅପ କରିଦେଉଛନ୍ତି। ଏପରି ପିଲାଙ୍କ ଜୀବନ ପୁରା ବର୍ବାଦ। କିଛି ପ୍ରେମୀ ଯଦି ହୋଟେଲ ରେ ରହିପାରୁନାହାନ୍ତି ତାହାଲେ ସେମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ପାର୍କ କିମ୍ବା ଜଙ୍ଗଲକୁ ଚାଲି ଆସୁଛନ୍ତି।

ପବ୍ଲିକ ପ୍ଲେସ ରେ ଏପରି ଖରାପ କାର୍ଯ୍ୟ କରିବା ଆଗରୁ ଏମାନେ ଥରେ ମାତ୍ର ନିଜ ଇଜ୍ଜତ କଥା ଭାବୁନାହାନ୍ତି। ସରକାର OYO ହୋଟେଲ କୁ ଜନ ସାଧାରଣଙ୍କ ସୁବିଧା ପାଇଁ କରିଥିଲେ ମଧ୍ୟ ଏପରି ପିଲାଙ୍କ ପାଇଁ ଆଜି OYO ନାମଟି ବଦନାମ ହୋଇଚାଲିଛି। ବୁଲା କୁକୁର ପରି ଯେଉଁଠି ପାରୁଛନ୍ତି ସେଠି ହେଉଛନ୍ତି।

ତେବେ ଶେଷକୁ କହି ରଖୁଛୁ ଯେ ପ୍ରେମ କରିବା କୌଣସି ଅପରାଧ ନୁହେଁ। ପ୍ରତ୍ୟକ ମଣିଷର ପ୍ରେମ କରିବାର ଅଧିକାର ରହିଛି। ପ୍ରେମ କରି ଖୁସିରେ କଥାବାର୍ତା ହୋଇ ବୁଲାବୁଲି କରିବା କୌଣସି ଖରାପ କାର୍ଯ୍ୟ ନୁହେଁ କିନ୍ତୁ ଏହାପରେ ଯେଉଁ ସବୁ କାଣ୍ଡ ଏବେ ଘଟୁଛି ସେଗୁଡିକ କରିବା ଆଗରୁ ନିଜର ସମ୍ମାନ, ଇଜ୍ଜତ କଥା ଭାବନ୍ତୁ।

Leave a Reply

Your email address will not be published. Required fields are marked *