ଅର୍ଚ୍ଚନାଙ୍କୁ ଇଡି ଗି-ରଫ କରି ନେଇଯାଉଥିବା ବେଳେ ଦେଖାକରିବାକୁ ଆସିଲେ ଅର୍ଚ୍ଚନାଙ୍କ ପୁଅ ଏବଂ ବାପା

ଲେଡି଼ ବ୍ଲା-କମେ-ଲର ଅର୍ଚ୍ଚନା ନାଗଙ୍କୁ ଏବେ ଗି-ରଫ କରିସାରିଛି ଇଡ଼ି। 7 ଦିନର ରିମାଣ୍ଡ ଅବଧି ଶେଷ ପରେ ଏପରି ପଦକ୍ଷେପ ନେଇଛି ଇଡ଼ି। ତେବେ ଆଜି ଭୁବନେଶ୍ୱର କୋର୍ଟରେ ହାଜର କରିବା ପରେ ଇଡି ଅର୍ଚ୍ଚନାଙ୍କୁ ଗି-ରଫ କରିଛି। ଏହାସହ ଅର୍ଚ୍ଚନା ତଦ-ନ୍ତରେ ସହଯୋଗ କରୁ ନଥିବା ନେଇ କୋର୍ଟଙ୍କୁ ଜଣାଇଲା ଇଡି।

ଯେଉଁଥିପାଇଁ ଇଡି ଆଉ 15 ଦିନ ରିମା-ଣ୍ଡରେ ନେବାକୁ ଆବେଦନ କରିଛି।ଏହା ସହ ଦେଖିବାକୁ ମିଳିଛି ଯେ ଆଜି ସକାଳେ ଅର୍ଚ୍ଚନାଙ୍କ 5 ବର୍ଷର ପୁଅ ଓ ବାପା ସୁରେନ୍ଦ୍ର ନାଗ କୋର୍ଟଙ୍କ ଅନୁମତିକ୍ରମେ ଇଡି କାର୍ଯ୍ୟାଳୟରେ ଅର୍ଚ୍ଚନା‌ଙ୍କୁ ଭେଟିଛନ୍ତି। ଏହି ସମୟରେ ଅର୍ଚ୍ଚନା ପୁଅକୁ ଧରି କା-ନ୍ଦିଥିବା ଜଣାପଡ଼ିଛି।

କେବଳ ସେତିକି ନୁହେଁ କୋର୍ଟ ପରିସରରେ ସ୍ୱାମୀ- ସ୍ତ୍ରୀ ମଧ୍ୟ ପରସ୍ପର ସହ ଭେଟ ହୋଇଛନ୍ତି। ଅନେକ ଦିନ ପରେ ମୁହାଁମୁହିଁ ହୋଇଥିଲେ ମଧ୍ୟ ପରସ୍ପର କଥା ହୋଇନଥିଲେ। କେବଳ କିଛି ସମୟ ଆଖିରେ ଆଖି ମିଶାଇ ଜଗବନ୍ଧୁ ଜେ-ଲ୍ ଗଲେ ଏବଂ ଅର୍ଚ୍ଚନା କୋର୍ଟ ଭିତରକୁ ଯାଇଥିଲେ।

ମିଡିଆର ଲୋକମାନେ ଅର୍ଚ୍ଚନାଙ୍କୁ ଅନେକ ପ୍ରଶ୍ନ କରିଥିଲେ ମଧ୍ୟ ପୂର୍ବଥର ପରି କିଛି ନକହି ନୀରବ ଥିଲେ ଅର୍ଚ୍ଚନା। ତେବେ ପ୍ରଶ୍ନ ଉଠୁଛି ଯେ ଯେଉଁ ଅର୍ଚ୍ଚନା ପୂର୍ବଥରକ କହିଥିଲେ ଯେ କେବଳ 30 ମିନିଟ ସମୟ ଦିଅନ୍ତୁ ମୁଁ ସବୁକିଛି କହିଦେବି, ଆଜି କେଉଁ କାରଣରୁ ଚୁପ ସେ ହୋଇ ବସିରହିଲେ। ବୋଧ ହୁଏ ନିଜ ପୁଅର ଭବିଷ୍ୟତ ବିଷୟରେ ଚିନ୍ତା କରି ସେ କିଛି କହିନଥିଲେ। କାରଣ ସେ ଜାଣିଛନ୍ତି ଯେ ଯଦି ସେ ସବୁ କଥା ଇଡି ଆଗରେ କହିଦେବେ ତାହାଲେ ବଡ ବଡ଼ିଆ ଲୋକ ତାଙ୍କ ପୁଅର କିଛି କ୍ଷ-ତି କରିଦେଇପାରନ୍ତି।

Leave a Reply

Your email address will not be published. Required fields are marked *