ଅର୍ଚ୍ଚନାଙ୍କୁ ଇଡି ଗିରଫ କରିବା ପରେ ନିଜର ପ୍ରତିକ୍ରିୟା ରଖିଲେ ଅର୍ଚ୍ଚନାଙ୍କ ବାପା।:-

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଏବେ ଗିରଫ କରିସାରିଛି ଇଡି। 7 ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ପରେ ଅର୍ଚ୍ଚନାଙ୍କୁ ଇଡି ଗିରଫ କରିଛି। ଅର୍ଚ୍ଚନାଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିବା ପରେ ତାଙ୍କୁ ଗିରଫ କରାଯାଇଛି।ସେହିପରି ତଦନ୍ତରେ ଅର୍ଚ୍ଚନା ସହଯୋଗ କରୁ ନଥିବାରୁ ତାଙ୍କୁ ଆଉ 7 ଦିନ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିବାବେଳେ କୋର୍ଟ ମାତ୍ର 6 ଦିନର ଅନୁମତି ଦେଇଛନ୍ତି। ସେପଟେ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ 9 ଦିନିଆ ରିମାଣ୍ଡରେ ନେଇ ଜେରା କରିବ ଇଡି।

ତେବେ ଅର୍ଚ୍ଚନାଙ୍କୁ ଇଡି ଗିରଫ କରି ନେଇଯାଇଥିବା ବେଳେ କୋର୍ଟଏ ଅନୁମତି ମାଗି ମାଆକୁ ଭେଟିଥିଲା ପୁଅ। ଆଜି ସକାଳେ ଅର୍ଚ୍ଚନାଙ୍କୁ ଭେଟିବା ପାଇଁ ଉଭୟ ପୁଅ ଏବଂ ବାପା ସକାଳେ ଅଫିସ କୁ ଆସିଥିଲେ। ତେବେ କୋର୍ଟଙ୍କ ଅନୁମତି ପରେ ମାଆ ପୁଅଙ୍କର ଭେଟ ଘାଟ ହୋଇଛି। ନିଜ ପୁଅକୁ ଦେଖି ସେହି ସମୟରେ ହଠାତ ଭାବବିହୁଳ ହୋଇଗଲେ ଅର୍ଚ୍ଚନା।

ତେବେ ଅର୍ଚ୍ଚନାଙ୍କ ବାପା ସେହି ସମୟରେ ମିଡିଆରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,” ଆମ ପୂର୍ବ ପୁରୁଷଙ୍କର ବହୁତ ଏକର ଜମି ରହିଛି। ସେହି ଜମିରୁ କିଛି ଅଂଶ ବିକି ଅର୍ଚ୍ଚନାଙ୍କୁ ଘର କରିବା ପାଇଁ 50-60 ଲକ୍ଷ ଟଙ୍କା ଦେଇଥିଲେ।କିଛି ନଜାଣି ନ ବୁଝି ମୋ ଝିଅକୁ ଫସାଇ ଦିଆଯାଇଛି ଏବଂ ଏପରି ବଦନାମ କରାଯାଉଛି। ସମୟ ଆସିଲେ ସବୁ ସତ କଥା ବହାରିଯିବ।”

ଏହାସହ ଆହୁରି ମଧ୍ୟ କହିଛନ୍ତି ଯେ,” ଯେଉଁ ଶ୍ରଦ୍ଧାଞ୍ଜଳୀ ନାମକ ଝିଅ ମୋ ଅର୍ଚ୍ଚନାଙ୍କୁ ଫସାଇଛି ସେହି ହିଁ ଅନେକ ବ୍ୟବସାୟୀ ଏବଂ ଫିଲ୍ମ ଲୋକଙ୍କ ସହ ସଂପର୍କ ରଖିଛି। ସେ ଅତ୍ୟନ୍ତ ଖରାପ ପ୍ରକୃତିର ଝିଅ। ଲୋକଙ୍କ ଆଗରେ ବଦନାମ ହେବା ତା ପାଇଁ ବଡ କଥା ନୁହେଁ।”

Leave a Reply

Your email address will not be published. Required fields are marked *