ପ୍ରଥମ ଥର ମୁଁହ ଖୋଲି ନିଜ ପ୍ରେମିକା ଲୁମ୍‌ରୈନାଙ୍କ କଥା କହିଲେ ଅଭିନେତା ରାଜ ରାଜେଶ।

ଅଭିନେତା ରାଜ ରାଜେଶଙ୍କୁ ଆପଣମାନେ ବହୁତ ଭଲ ଭାବରେ ଜାଣି ଥିବେ । ରାଜେଶ ସାରା ଓଡିଶାର ଲୋକ ମାନଙ୍କ ଆଗରେ ସୁପରିଚିତ ଅଟନ୍ତି । ଆଉ ସେ ତାଙ୍କ ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର୍ ସ୍ଥାନ ବନେଇବାରେ ସଫଳ ମଧ୍ୟ ହୋଇ ପାରିଛନ୍ତି । ସେ ଆଜି ପର୍ଯ୍ୟନ୍ତ ବହୁତ ସିରିଏଲ ଆଉ ସିନେମା ନଜର ଆସିଛନ୍ତି । ଆଉ ସେ ଯେଉଁ ଯେଉଁ ସିରିଏଲରେ ନଜରରେ ଆସିଛନ୍ତି ଏହି ସିରିଏଲ ବହୁତ ଲୋକପ୍ରିୟ ମଧ୍ୟ ହୋଇଛି । ସେ ବହୁତ ସିନେମାରେ ମଧ୍ୟ ସୁନ୍ଦର ଅଭିନୟ କରିଛନ୍ତି ଯାହା ଦର୍ଶକ ମାନଂକୁ ବହୁତ ଭଲ ଲାଗିଛି ।

 

ଗତ କିଛି ଦିନ ତଳେ ତାଙ୍କର ଏକ ସିନେମା ରିଲିଜ ହୋଇଥିଲା ଯାହା କି ହିରୋଇନ ଭୂମିକାଙ୍କ ସହ କରିଛନ୍ତି ଆଉ ସେଥିରେ ତାଙ୍କର ଅଭିନୟ କୁ ତାଙ୍କର ସମସ୍ତ ପ୍ରଶଂସକ ମାନେ ବହୁତ ପ୍ରସଂସା ମଧ୍ୟ କରିଛନ୍ତି ଆଉ ନେଇ ତାଙ୍କୁ ଏକ ଆୱାର୍ଡ ମଧ୍ୟ ମିଳି ଥିଲା । ଆଉ ବର୍ତ୍ତମାନ ସମୟରେ ସେ ଲୋକ ପ୍ରିୟ ସିରିଏଲ ଅପରାଜିତାରେ ନଜର ଆସୁଛନ୍ତି । ନିକଟରେ ଏକ ସାକ୍ଷାତକାର ଦେଇ ରାଜେଶ କହିଛନ୍ତି ଯେ ସେ ସବୁବେଳେ ଆୱାର୍ଡ ବେଶୀ ଚାହାଁନ୍ତି ନାହିଁ ସେ ବେଶୀ ଫୋକସ୍ କରନ୍ତି ଦର୍ଶକ ରିୱାର୍ଡଉପରେ।

କାରଣ ଦର୍ଶକ ମାନଙ୍କ ଠାରୁ ଭଲ ପାଇବା ତା ଅଧିକ ଦରକାର । ରାଜେଶ ଆହୁରି ମଧ୍ୟ କହିଥିଲେ ସେ ତାଙ୍କ ବାପା ମାଆଙ୍କୁ ବହୁତ ଭଲ ପାଆନ୍ତି ଆଉ ସେ ସବୁବେଳେ ଚେଷ୍ଟା କରନ୍ତି ଦିନେ ନା ଦିନେ ସେ ତାଙ୍କ ବାପା ମାଆଙ୍କର ନାଁ ଆଗକୁ ଆହୁରି ନେବେ । ତାପରେ ଯଦି କେହି ଖରାପ ଭାବୁଛନ୍ତି ତାହେଲେ ତାଙ୍କ ର ଭାବନାକୁ ବଦଳାଇ ହେବ ନି କିନ୍ତୁ ଭଲ କାମ କରି ଆଗକୁ ଯିବାର ଅଛି ଏମିତି କିଛି ପ୍ରତିକ୍ରିୟା ଦେଇ ଥିଲେ ରାଜେଶ । ପ୍ରେମ ଉପରେ ପ୍ରଶ୍ନ ପଚାରିବାରୁ ରାଜେଶ କହିଛନ୍ତି କି, ତାଙ୍କର ବର୍ତ୍ତମାନ ହେଉଛନ୍ତି ଲୁମରୋଇନ ଆଉ ସେ ତାଙ୍କ ପାଇଁ ସବୁକିଛି । ସେ ତାଙ୍କୁ ସବୁ ସମୟରେ ସମର୍ଥନ କରନ୍ତି ଏବଂ ତାଙ୍କ ସହ ରହିଥାନ୍ତି ।

ତାଙ୍କୁ ନେଇ ରାଜେଶ ନିଜ ପ୍ରେମ ଜୀବନରେ ବହୁତ ଖୁସିରେ ଆଛନ୍ତି ଆଉ ତାଙ୍କର ସବୁ ସଫଳତାର ଶ୍ରେୟ ମଧ୍ୟ ଲୁମରୈନାକୁ ଦେଉଛନ୍ତି । ଯିଏକି ତାଙ୍କୁ ନିଜ ଜୀବନ ଠାରୁ ବି ଅଧିକ ପ୍ରେମ କରନ୍ତି । ତେବେ ବର୍ତମାନ ରାଜେଶ ତାଙ୍କ ବାହାଘରକୁ ନେଇ କିଛି ପ୍ଲାନ କରି ନାହାନ୍ତି ଏବେ ତାଙ୍କର କ୍ୟାରିଅରକୁ ନେଇ ବେଶୀ ଫୋକସ୍ କରୁଛନ୍ତି । ଆଉ ଏବେ ତାଙ୍କ ଦୁନିଆ ଗେଉଛି ଲୁମରୈନା ଆଉ ସେ ତାଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ ଏବେ ସେ ଅଧିକ ଫୋକସ୍ ଦେଉଛନ୍ତି କ୍ୟାରିଅରକୁ ଯେବେ ସମୟ ଆସିବେ ତାଙ୍କୁ ନିଜର ମଧ୍ୟ କରିବେ ।

Leave a Reply

Your email address will not be published. Required fields are marked *