ନିଜ ବ୍ରେକଅପ୍ ବିଷୟରେ କ’ଣ କହିଲେ ଓଡ଼ିଆ ଟିଭି ସିରିଏଲର ଜଣା ଶୁଣା ଏକ୍ଟର ରାଜ ରାଜେଶ।

ବନ୍ଧୁଗଣ ଦୁନିଆ ରେ ଅନେକ ପ୍ରକାର ସମ୍ପର୍କ ରହିଛି।ବାପା ମାଁ ଙ୍କ ସମ୍ପର୍କ,ଭାଇ ଭଉଣୀ ସମ୍ପର୍କ,ସ୍ବାମୀ ସ୍ତ୍ରୀ ର ସମ୍ପର୍କ,ଏମିତି ଆହୁରି ଅନେକ ସମ୍ପର୍କ।ସବୁ ସମ୍ପର୍କରେ ଭଲ ପାଇବା ଆଉ ବିଶ୍ୱାସ ରହିବା ଦରକାର। ଯେଉଁଠି ଭଲ ପାଇବା ଆଉ ବିଶ୍ୱାସ ନାହିଁ ସେ ସମ୍ପର୍କ ଭାଙ୍ଗିଯାଏ।ଆମେ ଅନେକ ସମୟରେ ବହୁତ୍ ସମ୍ପର୍କ ଭାଙ୍ଗିବାର ଦେଖିଥାଉ।

ବର୍ତ୍ତମାନ ସମାଜରେ ଏକ ସମ୍ପର୍କ ଜୀବନସାରା ଚାଲିବାର ବହୁତ୍ କାମ ଦେଖାଯାଉଛି। କାରଣ ଏବେ ସମସ୍ତେ ନିଜର କଥା ରହୁ ବୋଲି ଚାହାନ୍ତି ଯାହା ଫଳରେ ପରସ୍ପର ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗିଯାଉଛି।ସାଧାରଣ ଲୋକର କୌଣସି ସମ୍ପର୍କ ଭାଙ୍ଗିଲେ କେହି ଏତେ ଧ୍ୟାନ ଦିଅନ୍ତି ନାହିଁ କିନ୍ତୁ ଜଣେ ସେଲେବ୍ରିଟିର କୌଣସି କାରଣରୁ ସମ୍ପର୍କ ଭାଙ୍ଗିଲେ ତାହା ବଡ଼ କଥା ବନିଯାଏ।

 

ତାହା ପୁଣି ଆଉ ଜଣେ ସେଲିବ୍ରିଟି ଯଦି ସେ ସମ୍ପର୍କରେ ଯୋଡ଼ି ହୋଇ ଥାଏ ତେବେ ତାହାଲେ ସମସ୍ତଙ୍କ ଆଖି ସେଇ ଖବର ଉପରେ ଥାଏ।ସମସ୍ତେ ସେଇ କଥାକୁ ନେଇ ନିଜ ନିଜ ମତ ରଖିଥାନ୍ତି।ତେବେ ଏପରି ଏକ ବ୍ରେକ୍ଅପ୍ ଯାହା ସମସ୍ତଙ୍କର ନଜରକୁ ଆସିଥିଲା ତାହା ହେଉଛି ଓଡ଼ିଆ ଟେଲିଭିଜନ ଜଗତର ଜଣା ଶୁଣା ଅଭିନେତା ଅଭିନେତ୍ରୀ ରାଜ ରାଜେଶ ଓ ଶ୍ରଦ୍ଧା ପାଣିଗ୍ରାହୀଙ୍କ ମଧ୍ୟରେ।

କାରଣ ଦୁଇ ଜଣଙ୍କ ସମ୍ପର୍କ ଏପରି ମୋଡ଼ରେ ଆସି ଭାଙ୍ଗିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଥିଲା। ରାଜ ଓ ଶ୍ରଦ୍ଧାଙ୍କ ନିର୍ବନ୍ଧ ପରେ ରାଜ ନିର୍ବନ୍ଧ ଭାଙ୍ଗି ଦେଇଥିଲେ।ଆଜି ଆସନ୍ତୁ ଜାଣିବା ରାଜେଶ କ’ଣ କହିଛନ୍ତି ତାଙ୍କର ଏହି ବ୍ରେକ୍ ଅପ୍ ବିଷୟରେ।ରାଜ ରାଜେଶ ଏକ ସାକ୍ଷାତକାରରେ ତାଙ୍କର ଏହି ବ୍ରେକ ଅପ୍ ବିଷୟରେ କହିଥିଲେ।ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଆପଣ ତୋ ସବୁ ପ୍ରକାର ରୋଲ୍ ନେଗେଟିଭ ରୋଲ୍ ଓ ପୋଜିଟିଭ ରୋଲ୍ ରେ ଅଭିନୟ କରିଛନ୍ତି, ଆପଣଙ୍କୁ କେଉଁ ରୋଲରେ ଅଭିନୟ କରିବାକୁ ଭଲ ଲାଗେ।ଏହାର ଉତ୍ତରରେ ସେ କହିଥିଲେ ଯେ ତାଙ୍କୁ ସବୁଥିରେ ଅଭିନୟ କରିବାକୁ ଭଲ ଲାଗେ।

ତାଙ୍କୁ ଯେଉଁ ପ୍ରକାରର ରୋଲ୍ ଦିଆଯାଏ ସେ ସେଥିରେ ନିଜକୁ ଢାଳି ଭଲ ଭାବରେ କରିବାକୁ ଚେଷ୍ଟା କରନ୍ତି।ସେ ଏବେ ଯେଉଁ ସେରିଏଲ୍ ଅଭିନୟ କରୁଛନ୍ତି ସେଠାରେ ତାଙ୍କୁ ଭିଲିଆନ, ହିରୋ, କମେଡି ସବୁ ପ୍ରକାର ରୋଲରେ ଅଭିନୟ କରିବାକୁ ପଡ଼ୁଛି ଆଉ ସେ କରୁଛନ୍ତି ମଧ୍ୟ।ତାଙ୍କୁ ଯେତେବେଳେ ତାଙ୍କୁ ତାଙ୍କ ବ୍ରେକ ଅପ୍ ବିଷୟରେ ପ୍ରଶ୍ନ କରାଗଲା ସେତେବେଳ ସେ କହିଥିଲେ ସେ କିଛି ଭୁଲ୍ କରିନାହାନ୍ତି ତେଣୁ ସେ କିଛି ସଫେଇ ଦେଉନାହାନ୍ତି।

ସେ ଜାଣିଛନ୍ତି ସମସ୍ତେ ତାଙ୍କୁ ଭୁଲ୍ ବୋଲି ଭାବୁଛନ୍ତି,କିନ୍ତୁ ସେ ଯାହା କରିଛନ୍ତି ତାହା ସମସ୍ତଙ୍କର ଭଲ ପାଇଁ କରିଛନ୍ତି।ତାଙ୍କ ବାପା ମା ତାଙ୍କୁ ନାରୀମାନଙ୍କୁ ସମ୍ମାନ କରିବାକୁ ଶିଖାଇଛନ୍ତି,ତେଣୁ ସେ ତାଙ୍କ ନାଁରେ କିଛି ଖରାପ କଥା କହିବେନି।ଆଉ ସେ ଏହା ମଧ୍ୟ କହିଛନ୍ତି ଆଗକୁ ଯାଇ ଡିଭୋର୍ସ ହେବା ଅପେକ୍ଷା ପ୍ରଥମରୁ ବ୍ରେକ ଅପ୍ ହେଇଗଲେ ଭଲ।ସେ କହିଛନ୍ତି ଇଣ୍ଡଷ୍ଟ୍ରି ତାଙ୍କୁ ଯେଉଁମାନେ ଜାଣିଛନ୍ତି ଭଲ ଭାବରେ ସେମାନେ ଜାଣିଛନ୍ତି ସେ କିପରି ମଣିଷ।ତେଣୁ ସମୟ ଆସିଲେ ଜଣା ପଡ଼ିବ କାହାର ଭୁଲ୍ ଅଛି।

Leave a Reply

Your email address will not be published. Required fields are marked *