ଅଶ୍ୱିନୀ-ପ୍ରେରଣାଙ୍କ ରିସେପସନକୁ ଆସି ଗିପ୍ଟ ଦେଲେ ଅନୁଭବ ମହାନ୍ତି, ଗତ କାଲି ଅନୁଷ୍ଠିତ ହୋଇଥିଲା ରିସେପସନ।:-

ଓଡ଼ିଆ ସିନେମା ଜଗତର ଦୁଇଜଣ ପରିଚିତ ଚେହେରା ଅଶ୍ୱିନ ଏବଂ ପ୍ରେରଣାଙ୍କର ଗତକାଲି ରିସେପସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଠାକୁ ଅନେକ ପ୍ରସିଦ୍ଧ କଳାକାର ଏବଂ ବଡ଼ବଡ଼ିଆ ଲୋକ ଯୋଗ ଦେଇଥିଲେ। ଏପରିକି ଓଲିଉଡ଼ର ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଯୋଗ ଦେଇଥିଲେ। ସେ ଅଶ୍ୱିନୀଙ୍କୁ ଗିପ୍ଟ ଦେବା ସହ ତାଙ୍କ ସହ ଫଟୋ ଉଠାଇ ଖାଇପିଇ ଖୁସିରେ ଘରକୁ ଫେରିଥିଲେ।

ତେବେ ଏହି ପ୍ରେମୀଙ୍କର ସଫଳ ପ୍ରେମ କାହାଣୀରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଅନ୍ୟମାନଙ୍କୁ ପ୍ରେମର ଟିପ୍ସ ଦେଉଥିବା ଏହି ପ୍ରେମ ଗୁରୁ ଆଜି ନିଜ ପ୍ରେମରେ ସଫଳତା ହାସଲ କରିଛନ୍ତି। ଆପଣ ମାନେ ଅଶ୍ୱିନୀ ଏବଂ ପ୍ରେରଣାଙ୍କୁ ପ୍ରାୟତଃ ଆକରିଙ୍ଗ ଏବଂ ଆଲବମ ଗୀତରେ ଦେଖିଥିବେ।

ଅଶ୍ୱିନୀ ଯେତେବେଳେ ଟିଭି ତଥା ସିନେମା ଜଗତରେ ପ୍ରବେଶ କଲେ ସେତେବେଳେ ସେ ନିଜ ଆକ୍ଟିଂଗ ଏବଂ ମିଠା ମିଠା କଥା ମାଧ୍ୟମରେ ଖୁବ କମ୍ ଦିନରେ ଦର୍ଶକଙ୍କ ମନ ଜିତିଥିଲେ। ସେହିପରି ଅଭିନେତ୍ରୀ ପ୍ରେରଣାଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ। ପ୍ରେରଣା ମଧ୍ୟ ଖୁବ କମ ଦିନରେ ଲୋକଙ୍କ ହୃଦୟ ଜିତିଥିଲେ।

ତେବେ ଅଶ୍ୱିନୀ ଏବଂ ପ୍ରେରଣାଙ୍କ ମଧ୍ୟରେ ପ୍ରଥମେ ଖୁବ ନିବିଡ ବନ୍ଧୁତ୍ୱର ସମ୍ପର୍କ ଗଢି ଉଠିଥିଲା। ବନ୍ଧୁତ୍ୱର ସମ୍ପର୍କ ଖୁବ କମ୍ ଦିନ ମଧ୍ୟରେ ପ୍ରେମରେ ବଦଳିଗଲା।ଏହାପରେ ଦୁହେଁ ମିଶି ଆଇଡଲ ଓଡ଼ିଶା ନାମକ ଏକ ସଂସ୍ଥା ନିର୍ମାଣ କରିଥିଲେ।
ବିଜ୍ଞାପନ, ମ୍ୟୁଜିକ ଭିଡିଓ ସମେତ ଆହୁରି ଅନେକ ପ୍ରୋଜେକ୍ଟରେ ଧୀରେ ଧୀରେ ସଫଳତା ହାସଲ କଲେ।

ଏହା ମଧ୍ୟରେ ଅଶ୍ୱିନୀ ମଧ୍ୟ କିଛି ସିନେମାରେ ନିର୍ଦ୍ଦେଶନା କରି ସଫଳତା ପାଇଲେ। ତେବେ ଉଭୟ ନିଜ ପ୍ରେମ ସଂପର୍କକୁ ଜନସାଧାରଣଙ୍କ ଆଗରେ ପୂର୍ବରୁ ପ୍ରକାଶ କରିନଥିଲେ। ନିର୍ବନ୍ଧ ପରେ ହିଁ ସାଧାରଣ ଲୋକେ ଏମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ନିଶ୍ଚିତ ହୋଇଥିଲେ।

ଦୁଇ ପରିବାର ସହମତିରେ ଗତ 9 ତାରିଖ ଦିନ ଅଶ୍ୱିନୀ ଏବଂ ପ୍ରେରଣାଙ୍କର ବିବାହ ହୋଇସାରିଛି। ଏହାସହ 11 ତାରିଖ ରବିବାର ଦିନ ଭୁବନେଶ୍ୱରର ଏକ ମଣ୍ଡପରେ ଅଶ୍ୱିନୀଙ୍କ ରିସେପସନ ପାର୍ଟି ମଧ୍ୟ ହୋଇଥିଲା। ନିଜ ସମ୍ପର୍କୀୟ ଏବଂ ପରିବାରଲୋକଙ୍କ ସମେତ ଓଲିଉଡର ଅନେକ କଳାକାର, ପ୍ରତିଷ୍ଠିତ ବ୍ୟବସାୟୀ ଆଦି ଅଶ୍ୱିନୀ ଏବଂ ପ୍ରେରଣାଙ୍କ ବିବାହ ଏବଂ ରିସେପସନରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *