4 ପିଲାଙ୍କୁ ଛାଡି ପ୍ରେମିକ ସହ ଫେ-ରାର ହୋଇଗଲା ମାଆ, ଏବେ ବୁଢ଼ିମାଆର ସାହାରାରେ ବଂଚିଛନ୍ତି ପିଲା

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ମହୁଖଣ୍ଡି ଗାଁରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା। ଏଠାରେ ପ୍ରେମିକ ସହ ଚାଲିଗଲା ମାଆ। ବାପା ମଧ୍ୟ କାହାକୁ କିଛି ନ କହି କୁଆଡେ଼ ଚାଲିଗଲେ। 70 ବର୍ଷୀୟା ବୁଢ଼ୀ ମାଆର ସାହାରାରେ ଜୀବନ କାଟୁଛନ୍ତି 4 ଜଣ ନାତି- ନାତୁଣୀ। ଚାରି ଜଣ ପିଲାଙ୍କୁ ଚଳାଇବା ପାଇଁ ଏବେ ବୁଢ଼ୀ ମାଆ ପାଇଁ ବହୁ କଷ୍ଟକର ହୋଇପଡିଛି।

ତେବେ ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହୁଖଣ୍ଡି ଗାଁରେ ନନ୍ଦ ମୁଣ୍ଡା ନାମକ ବ୍ୟକ୍ତିଙ୍କ ପରିବାର କହିବାକୁ ଗଲେ ତାଙ୍କ ମାଆ ନିରାଶ, ପତ୍ନୀ ପୂର୍ଣ୍ଣେନ୍ଦୀ ଏବଂ ଚାରି ଜଣ ପୁଅଝିଅ। ବ୍ୟକ୍ତି ଜଣକ ଦିନରେ ଖଟି ଖଟି ଯାହା ଆଣୁଥିଲେ, ସେଥିରେ ଚଳୁଥିଲା ସମ୍ପୁର୍ଣ୍ଣ ପରିବାର।

4 ଜଣ ପିଲାଙ୍କ ଭିତରୁ 3 ଜଣ ପିଲା ପାଠ ପଢ଼ୁଥିବା ବେଳେ ସାନ ପୁଅକୁ ବର୍ଷେ ମଧ୍ୟ ପୁରି ନଥିଲା। ଆଉ ଠିକ ଏତିକିବେଳେ ଯୁବକଙ୍କ ପତ୍ନୀ ଅନ୍ୟ ଏକ ପୁରୁଷର ପ୍ରେମରେ ପଡିଗଲା। ଏହାପରେ ନିଜ 4 ପିଲାଙ୍କୁ ଛାଡ଼ି ପ୍ରେମିକ ସହିତ ଫେ-ରାର ହୋଇଗଲା।

ପତ୍ନୀ ପର ପୁରୁଷ ସହ ପଳାଇବା କାରଣରୁ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଥିଲେ ସ୍ୱାମୀ। କିନ୍ତୁ ତଥାପି ଦିନ ମଜୁରି କରି ନିଜର ପରିବାର ଚଳାଉଥିଲେ। କିନ୍ତୁ ହଠାତ ସେ ମଧ୍ୟ କାହାକୁ କିଛି ନକହି କୁଆଡେ ଚାଲିଗଲେ। ମାଆ ପରେ ଶେଷକୁ ବାପା ବି କୁଆଡେ ଚାଲିଯିବାରୁ ଏବେ ଚାରିଜଣ ପିଲା ବୁଢ଼ୀ ମାଆର ଶାହାରାରେ ବଂଚିଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟ ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଏହି ପରିବାର ପାଖରେ ସରକାରଙ୍କର କୌଣସି ସାହାଯ୍ୟ ପହଁଞ୍ଚି ନାହିଁ। ତାଙ୍କୁ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳିନାହିଁ। ସେ ରାସନ୍‌ ଚାଉଳ ମଧ୍ୟ ପାଉନାହାନ୍ତି।

ଘରର ଅବସ୍ଥା କହିବାକୁ ଗଲେ ଭଙ୍ଗା ଚାଳ ଛପର ଘରେ ପଲିଥିନ୍‌ ପକାଇ ହାଡ ଭଙ୍ଗା ଶୀତରେ ରାତି କାଟୁଛନ୍ତି ଏହି ବୁଢ଼ୀ ମାଆ ଏବଂ ଚାରି ପିଲା। ସେମାନଙ୍କ ପ୍ରତି ପ୍ରଶା-ସନ କିମ୍ୱା ଜନ ପ୍ରତିନିଧିଙ୍କର ନଜର ନାହିଁ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତଥାପି ବୁଢ଼ୀ ମାଆ ଜଣକ ଏତେ କଷ୍ଟପରେ ବି ଖୁସିରେ 4 ପିଲାଙ୍କୁ ନେଇ ଘର ଚଳାଉଛନ୍ତି।

ତେବେ ବୁଦ୍ଧିମାଆଙ୍କର ଦୁଃଖ ଜାଣିବା ପରେ ଜିଲ୍ଲା ସାମାଜିକ ସୁ-ରକ୍ଷା ଅଧିକାରୀ କହିଛନ୍ତି ଯେ ସେ ପେନ୍‌ସନ୍‌ ଦେବା ପାଇଁ ବ୍ୟବସ୍ଥା କରିବେ। ଯାହା 2 ରୁ 3 ଦିନ ଭିତରେ ମଞ୍ଜୁର ହୋଇଯିବ। ତାପରେ ତାଙ୍କୁ ପେନ୍‌ସନ୍‌ ମିଳିବା ଆରମ୍ଭ ହୋଇଯିବ। ରାସନ୍‌ ଚାଉଳ ପାଇବା ପାଇଁ ମଧ୍ୟ ଯଦି ସେ ଯୋଗ୍ୟ ହୋଇଥିବେ ତେବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।

Leave a Reply

Your email address will not be published. Required fields are marked *