ବର୍ଷାଙ୍କୁ ନେଇ ଏବେ ଚାଲିଥିବା ମାମଲାରେ ପ୍ରୀତିକ୍ରିୟା ପ୍ରଦାନ କରିଛନ୍ତି ମିଟୁ ମିଥୁନ, କହିଲେ ବର୍ଷାଙ୍କୁ ଲାଗିଯାଇଛି କାହାର ନଜର।:-

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଚାଲିଥିବା ଠକେଇ ମାମଲା ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ। ଯେଉଁଥିରେ ଚାକିରି ଦେବା ନାମରେ ବର୍ଷା ଠକେଇ କରିଥିବା ଅଭିଯୋଗ ହୋଇଛି। ବର୍ଷାଙ୍କ ନାମରେ ଅଭିଯୋଗ ଆଣିଥିବା ମହିଳା ଜଣକ ହେଉଛନ୍ତି କଲ୍ୟାଣୀ ନାୟକ। ସେ ଭୁବନେଶ୍ୱର ସହିଦନଗର ସତ୍ୟକାଳୀ ବସ୍ତିରେ ରୁହନ୍ତି।

ନିକଟସ୍ଥ ସହିଦ ନଗର ଥାନାରେ ମହିଳା ଜଣକ ବର୍ଷାଙ୍କ ନାମରେ ଅଭିଯୋଗ କରିଛନ୍ତି। କଲ୍ୟାଣୀ କରିଥିବା ଅଭିଯୋଗ ଅନୁସାରେ ସୁନା ଦୋକାନରେ ଚାକିରି ଦେବାକୁ କହି ବର୍ଷା ଏବଂ ତାଙ୍କର ଜଣେ ସହଯୋଗୀ ତାଙ୍କ ଠାରୁ 30 ହଜାର ଟଙ୍କା ନେଇଥିଲେ। କିନ୍ତୁ ଟଙ୍କା ନେବା ପରେ ବର୍ଷା କିମ୍ବା ତାଙ୍କର ସହଯୋଗୀ ଫୋନ ଉଠାଉନଥିବା କଲ୍ୟାଣୀ କହିଛନ୍ତି।

ଅଭିଯୋଗ ପରେ ନିଜର ସ୍ପଷ୍ଟୀକରଣ ପାଇଁ ଫେସବୁକରେ ଲେଖା ପୋଷ୍ଟ କରି ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ଏଭଳି ଅଭିଯୋଗ ତାଙ୍କୁ ମାନସିକ ଭାବେ କ୍ଷୁବ୍ଧ କରିଛି। ଏହାସହ ତାଙ୍କ ବିରୋଧରେ ଯେଉଁମାନେ ଏଭଳି ଅଭିଯୋଗ ଆଣିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଆଇନର ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି।

ତେବେ ଏଭଳି ମାମଲାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅଭିନେତା ମିଟୁ ମିଥୁନ କହିଛନ୍ତି ଯେ,” ଏହି ସବୁ ଅଭିଯୋଗ ସମ୍ପୁର୍ଣ୍ଣ ମିଛ ଅଟେ। କାରଣ ଏତେ ବଡ ପ୍ରସିଦ୍ଧ ଅଭିନେତ୍ରୀ କେବେ ହେଲେ ମଧ୍ୟ ମାତ୍ର 30,000 ଟଙ୍କା ପାଇଁ କାହାକୁ ଠକି ପାରିବ ନାହିଁ। ବର୍ଷାଙ୍କର ଗୋଟେ ଦିନର ଖର୍ଚ ପାଖାପାଖି 50,000 ଟଙ୍କା। ସେ ଯଦି ଗୋଟେ ବିଜ୍ଞାପନ କରିବେ ତାହାଲେ ତାଙ୍କୁ ଅତିକମରେ 2 ଲକ୍ଷ ଟଙ୍କାରୁ କମ ମିଳିବ ନାହିଁ।

ତେବେ ମାତ୍ର 30 ହଜାର ଟଙ୍କା ପାଇଁ ସେ କାହିଁକି କାହାକୁ ଠକିବେ। ଏ ସବୁ ଗୋଟେ ଗୋଟେ ଷଡ଼ଯନ୍ତ୍ର। କେବଳ ବର୍ଷାଙ୍କୁ ଫସାଇବା ପାଇଁ ଏପରି କାର୍ଯ୍ୟ କରାଯାଉଛି। ଏଥିରେ କୌଣସି ସତ୍ୟତା ନାହିଁ। ଏବେ ବର୍ଷାଙ୍କୁ ନେଇ ଯେଉଁ ସବୁ ଅଭିଯୋଗ କରାଯାଉଛି ତଥା ମାମଲା ଚାଲିଛି ଏହା କେବଳ ଅନ୍ୟ ଲୋକଙ୍କ ଖରାପ ନଜର କାରଣରୁ ଘଟୁଛି। ବର୍ଷାଙ୍କ ବୈବାହିକ ଜୀବନ ଉପରେ ସେହିପରି କାହାର ଖରାପ ନଜର ପଡିବା କାରଣରୁ ଆଜି ବର୍ଷାଙ୍କର ଏପରି ଅବସ୍ଥା।”

Leave a Reply

Your email address will not be published. Required fields are marked *