ଫିଲ୍ମ ଷ୍ଟାଇଲରେ ଚୋରି କରି ଫସିଗଲେ ଫିଲ୍ମ ପ୍ରଯୋଜକ । ପିକଅପ୍ ଭ୍ୟାନରେ ଉଠାଇ ନେଲେ ମିକ୍ସଚର୍ ମେସିନ ।

ଫିଲ୍ମ ଷ୍ଟାଇଲରେ ଚୋରି କରି ଫସିଗଲେ ଫିଲ୍ମ ପ୍ରଯୋଜକ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳରେ । କିନ୍ତୁ ଧରାପକାଇଦେଲା ଫୋନ୍ ପେ । ଖଲ୍ଲିକୋଟ ଫରେଷ୍ଟ ଅଫିସ ଆଗରୁ ଖଲିକୋଟରୁ ମିକ୍ସଚର ମେସିନ ଚୋରି କରିଥିଲେ ଫିଲ୍ମ ପ୍ରଯୋଜକ ସୁତାଂଶୁ ମହାନ୍ତି ଆଉ ଏହାକୁ ଭୁବନେଶ୍ୱରରେ କରିଥିଲେ ବିକ୍ରି । ଏହାପରେ ଏତଲାକୁ ଆଧାର କରି ଖଲ୍ଲିକୋଟ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଆଉ ସିସିଟିଭି ଫୁଟେଜ ଆଧାରରେ ଯାହା ପ୍ରମାଣ ପାଇଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଖଲ୍ଲିକୋଟ ବନବିଭାଗ ଅଫିସ ଆଗରେ ଥିବା ମିକ୍ସର ମେସିନକୁ ଏକ ପିକଅପ ଭ୍ୟାନ ଟାଣି ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମିକ୍ସର ମେସିନକୁ ଚୋରି କରିନେଉଛନ୍ତି ଜଣେ ଫିଲ୍ମ ପ୍ରଯୋଜକ ସୁତାଂଶୁ ମହାନ୍ତି । ମେସିନ ମାଲିକଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଯେଉଁ ତଥ୍ୟ ହାସଲ କରିଛି ତାହା ଆପଣଙ୍କୁ ଚମକାଇଦେବ । ଘଟଣାରେ ଫିଲ୍ମ ପ୍ରଯୋଜକ ସୁତାଂଶୁ ମହାନ୍ତି ଓ ଜଣେ କବାଡିବାଲା ଗିରଫ ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡାର ସୁତାଂଶୁ ମହାନ୍ତି ଏହି ମିକ୍ସର ମେସିନକୁ ଚୋରି କରିବା ପାଇଁ ପୁରା ଯୋଜନା ବନାଇଥିଲେ । ଏଥିପାଇଁ ସେ ପୋଲସରାରର ପିକଅପ ଭ୍ୟାନ ମାଲିକଙ୍କୁ ଯୋଗାଯୋଗ କରିଥିଲେ । ସଂପୃକ୍ତ ପିକଅପ ଭ୍ୟାନ ମାଲିକ ମିକ୍ସର ମେସିନକୁ ଭୁବନେଶ୍ୱର ଯାଏଁ ନେଇଥିଲେ । ଏଥିପାଇଁ ସୁତାଂଶୁ ଫୋନପେରେ ଭଡା ଦେଇଥିଲେ । ସୀତାଂଶୁ ଏହି ଗାଡିକୁ ମଞ୍ଚେଶ୍ୱର ଅଞ୍ଚଳର ଜଣେ ଅଣଓଡିଆ କବାଡିବାଲାଙ୍କୁ ବିକ୍ରି କରିଦେଇଥିଲେ । ପୁଲିସ ତଦନ୍ତ ବେଳେ ସିସିଟିଭି ଫୁଟେଜ ଆଧାରରେ ପ୍ରଥମେ ପିକ ଅପ ଭ୍ୟାନ ମାଲିକଙ୍କୁ ଧରିଥିଲା ।

ଆଉ ତାଙ୍କ ସୂଚନା ଆଧାରରେ ଅନ୍ୟମାନଙ୍କୁ କାବୁ କରିଛି । ଉଦ୍ଧାର ହୋଇଥିବା ମେସିନକୁ ମାଲିକଙ୍କୁ ଫେରାଇଦିଆଯାଇଛି । ଗିରଫ ସୁତାଂଶୁଙ୍କ ପୂର୍ବରୁ ଏକ ଫିଲ୍ମ ରିଲିଜ ହୋଇସାରିଛି । ଏବେ ଆଉ ଏକ ଫିଲ୍ମ ରିଲିଜ ଅପେକ୍ଷାରେ ଅଛି । ଫିଲ୍ମ ନିର୍ମାଣରେ ହୋଇଥିବା କ୍ଷତିଭରଣା ପାଇଁ ମିକ୍ସର ମେସିନକୁ ସୁତାଂଶୁ ଚୋରି କରିଥିବା ଜଣାପଡିଛି । ମିକ୍ସର ମେସିନକୁ ଏଭଳି ଢଙ୍ଗରେ ଚୋରି କରିନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *