ବାହାଘର ପରେ କିପରି ଅନୁଭବ କରୁଛନ୍ତି ଏବଂ ତାଙ୍କର ଏବଂ ଅଶ୍ୱିନୀ ଙ୍କ ସମ୍ପର୍କରେ କିଛି କହିଛନ୍ତି ଷ୍ଟାର୍ ଆଙ୍କୋର୍ ପ୍ରେରଣା।ଆସନ୍ତୁ ଜାଣିବା ଏହି ବିଷୟ ରେ।

ପାଠକ ବନ୍ଧୁ ଗଣ ଆପଣମାନେ ତ ଏବେ ନୂଆ ନୂଆ ବିବାହ ଭଳି ଏକ ପବିତ୍ର ବନ୍ଧନ ରେ ବାନ୍ଧି ହୋଇଥିବା ଓଲିଉଡ ର ଷ୍ଟାର୍ ଆଙ୍କୋର୍ ତଥା ଅଭିନେତା ଅଶ୍ୱିନୀ ଏବଂ ଷ୍ଟାର୍ ଆଙ୍କୋର୍ ପ୍ରେରଣା ଙ୍କ ବିବାହ ସମ୍ପର୍କ ରେ ଜାଣିଥିବେ ନିଶ୍ଚୟ।ତେବେ ବିବାହ ପୂର୍ବରୁ ପ୍ରେରଣା ନିଜର ଏବଂ ଅଶ୍ୱିନୀ ସାଙ୍ଗରେ କାମ ଏବଂ ବିବାହ ପରେ ନିଜର ଅନୁଭୂତି ସମ୍ପର୍କରେ ସମ୍ପର୍କରେ କହିଛନ୍ତି କିଛି ଆସନ୍ତୁ ଜାଣିବା।

ପ୍ରେରଣା ତାଙ୍କର ଶୁଭେଚ୍ଛୁ ଏବଂ ଦର୍ଶକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ତାଙ୍କୁ ଏବଂ ଅଶ୍ୱିନୀ ଙ୍କୁ ଏତେ ଭଲ ପାଇବା ଦେଇଥିବାରୁ।କ୍ୟାରିଅର ରେ ସେମାନଙ୍କର ପ୍ରଶଂସକ ମାନେ ଯେପରି ତାଙ୍କୁ ଭଲ ପାଇବା ଦେଇଛନ୍ତି ସେହିପରି ସେମାନଙ୍କର ଏହି ନୂଆ ଜୀବନ ଆରମ୍ଭ ରେ ମଧ୍ୟ ସେପରି ଭଲ ପାଇବା ଦେବେ ବୋଲି ସେ ଆଶା କରିଛନ୍ତି ବୋଲି ପ୍ରେରଣା କହିଛନ୍ତି।ସେ ଅଶ୍ୱିନୀ ଙ୍କୁ କିପରି ଜାଣିଲେ ବୋଲି ପଚାରିବାରୁ ସେ କହିଲେ ଯେ ସମସ୍ତେ ତାଙ୍କୁ ଯେମିତି ମୋର୍ନିଂ ୱିଥ ମ୍ୟୁଜିକ୍ ରୁ ଜାଣିଛନ୍ତି ସେହିପରି ସେ ବି ଅଶ୍ୱିନୀ ଙ୍କୁ ସେହି ଶୋ ରୁ ଜାଣିଥିଲେ।

ପ୍ରେରଣା ଙ୍କ ବାପା ମା ମଧ୍ୟ ଟିଭି ରେ ଅଶ୍ୱିନୀ ଙ୍କୁ ଦେଖି ପ୍ରେରଣା ଙ୍କୁ କୁହନ୍ତି ଯେ ଏହି ପିଲା ର କହିବା ଶୈଳୀ ଭଲ ଏବଂ ତାଙ୍କୁ ଫୋଲୋ କରିବା ପାଇଁ ମଧ୍ୟ କହିଥିଲେ।ସେହି ସମୟ ରେ ପ୍ରେରଣା ଙ୍କ କ୍ୟାରିଅର ଟିକେ ଟିକେ ଆରମ୍ଭ ହୋଇଥିଲା।ମୋର୍ନିଂ ୱିଥ ମ୍ୟୁଜିକ୍ ଶୋ ରୁ ଥରେ ତାଙ୍କ ପାଖକୁ ଫୋନ୍ ଆସିଥିଲେ ତାଙ୍କ ଜନ୍ମ ଦିନ ରେ ସର୍ପ୍ରାଇଯ ଫୋନ୍ ଆସିଥିଲା।ସେଇଠି ସେ କଥା ହୋଇଥିଲେ ଅଶ୍ୱିନୀ ଙ୍କ ସହ। ସେଠି ବି ସେ ଏମିତି କିଛି ବେଶି କଥା ହୋଇନଥିଲେ।ଏମିତି ଶୋ ତାଙ୍କୁ ଫୋନ୍ କରିବା ପାଇଁ କହିଥିଲେ ସେଥି ପାଇଁ ଅଶ୍ୱିନୀ ଫୋନ୍ କରିଥିଲେ ବୋଲି କହିଲେ ପ୍ରେରଣା।କିନ୍ତୁ ବ୍ୟକ୍ତିଗତ ଭାବରେ ସେମାନେ ପରସ୍ପର କୁ ଚିହ୍ନି ନଥିଲେ।

ଅଶ୍ୱିନୀ ଙ୍କ ସହ ପ୍ରେରଣା ଙ୍କର ପ୍ରଥମ ଦେଖା ଏକ ଚାନେଲ୍ ରେ ପ୍ରଫେସନାଲ ମିଟିଂ ରେ ହୋଇଥିଲା।କିନ୍ତୁ ସେହି ମିଟିଂ ଟି ପ୍ରେରଣା ଙ୍କ ପାଇଁ ଅସଫଳ ମିଟିଂ ଥିଲା।ସେଥିରେ ପ୍ରେରଣା ବି କାମ କରିନଥିଲେ କୁ ଅଶ୍ୱିନୀ ମଧ୍ୟ କାମ କରିନଥିଲେ ବୋଲି କହିଥିଲେ ପ୍ରେରଣା।ତାପରେ ଦେଢ଼ ବର୍ଷ ପର୍ଯ୍ୟନ୍ତ କିଛି ଶୋ ଏକାଠି କରିନଥିଲେ ପରେ ସେମାନେ ପୁଣି ଶୋ ଏକାଠି କରିବା ଆରମ୍ଭ କରିଥିଲେ।

ପ୍ରେରଣା ଙ୍କ ବାପା ଷ୍ଟେଜ ହୋଷ୍ଟିଙ୍ଗ କରନ୍ତି ଏବଂ ତାଙ୍କ ମାଆ ଓଡ଼ିଶୀ ଡାନ୍ସର ତ ସେ ମଧ୍ୟ ଆଙ୍କୋରିଂ କରନ୍ତି,ତ ପ୍ରେରଣା ଙ୍କ ମଧ୍ୟ ରେ ଏହି ପ୍ରତିଭା ସେଇଠୁ ଆସିଛି ବୋଲି ସେ କହିଲେ।ତାଙ୍କ ପରିବାର ରେ ସମସ୍ତେ କଳା କୁ ଭଲ ପାଆନ୍ତି।ସେ ଖାଇବା ପ୍ରତି ଏତେ ବାଛ ବିଚାର କରନ୍ତି ନାହିଁ।ଯାହା ମିଳିଲେ ସେ ଖାଆନ୍ତି,ଏମିତି ନୁହେଁ କି ଖାଲି ଆମିଷ ହେଲେ ହିଁ ଖାଇବେ ସେ।

କିନ୍ତୁ ଅଶ୍ୱିନୀ ବହୁତ ଖାଇବା ପ୍ରିୟ।ସେ ବେଶି ଖାଆନ୍ତି ନାହିଁ କିନ୍ତୁ ଯେତିକି ଖାଆନ୍ତି ଭଲ ଖାଆନ୍ତି।ବାହାଘର ପରେ ଏତେ ପର୍ଯ୍ୟନ୍ତ ସେ ରୋଷେଇ କରିନାହାନ୍ତି,କିନ୍ତୁ ରୋଷେଇ କରିବା କଥା ଆସିଲେ ସେ ରୋଷେଇ ମଧ୍ୟ କରିବେ ବୋଲି କହିଛନ୍ତି ପ୍ରେରଣା।ବିବାହ ପରେ ସମସ୍ତେ ତାଙ୍କୁ ଖାଲି ଖାଇବା ପାଇଁ କହୁଛନ୍ତି,କେହି ଖାଇବା ରାନ୍ଧିବା କଥା କହିନାହାନ୍ତି ଏତେ ପର୍ଯ୍ୟନ୍ତ ବୋଲି ପ୍ରେରଣା କହିଛନ୍ତି।ଆଉ ସେ ବହୁତ ଚେଷ୍ଟା କରିବେ ଯେ ଅଶ୍ୱିନୀ ଙ୍କୁ ଭଲ ଖାଦ୍ୟ ରାନ୍ଧି ଖାଇବାକୁ ଦେବା ପାଇଁ।

ଆଉ ତାଙ୍କ ଶାଶୁ ଘର ଲୋକ ଙ୍କ ବିଷୟ ରେ କିଛି କହିବା ପାଇଁ କହିବାରୁ ସେ କହିଲେ କି ତାଙ୍କ ଶାଶୁ ଘର ଲୋକ ବହୁତ ଭଲ।ତାଙ୍କ ଶାଶୁ ଙ୍କ ସହ ତାଙ୍କର ଭଲ ବୋଣ୍ଡିଂ ହୋଇଛି ଆଉ ତାଙ୍କ ଶ୍ୱଶୁର ଙ୍କ ସହ ବୋଣ୍ଡିଙ୍ଗ ଧିରେ ଧିରେ ଆରମ୍ଭ ହେଉଛି।ଆଉ ତାଙ୍କ ନଣନ୍ଦ ଅଙ୍କିତା ବହୁତ ଭଲ।ସେ ଅଶ୍ୱିନୀ ଙ୍କୁ ଧନ୍ୟବାଦ ଦେଇଛନ୍ତି ଯେ ତାଙ୍କୁ ଏତେ ଭଲ ପରିବାର ଦେଇଥିବାରୁ।ପ୍ରେରଣା ଅଶ୍ୱିନୀ ଙ୍କ ପାଇଁ ସିନ୍ଦୂର ଗୀତ ର କିଛି ଧାଡ଼ି ମଧ୍ୟ ଗାଇଥିଲେ।ସେ ଏବେ କାମ କରିବା କଥା କିଛି ଚିନ୍ତା କରିନାହାନ୍ତି,ଏବେ ସେ ୧୫ ଦିନ ପାଖା ପାଖି ଗ୍ୟାପ୍ ରଖିବେ ପରେ ଚିନ୍ତା କରିବେ କାମ କରିବା କଥା ବୋଲି କହିଛନ୍ତି ପ୍ରେରଣା।

Leave a Reply

Your email address will not be published. Required fields are marked *