ଜାଣନ୍ତୁ ବାହାଘର ପୂର୍ବରୁ ଷ୍ଟାର ଏଙ୍କୋର୍ ପ୍ରେରଣାଙ୍କର ଅଶ୍ୱିନୀ ଙ୍କ ସହ କାମ କରିବାର ଅନୁଭୂତି ସମ୍ପର୍କରେ।

ଏହି ବିଚିତ୍ର ଦୁନିଆରେ ସବୁଠୁ ବଡ଼ ବିଚିତ୍ର ପ୍ରାଣୀ ହେଉଛି ମଣିଷ।ମଣିଷ ଏହି ଦୁନିଆ ରେ ଜନ୍ମ ନେଇଥାଏ ଏବଂ ଏହି ଦୁନିଆ ରୂପୀ ମଞ୍ଚରେ ନିଜର ଅଭିନୟ ସାରି ପୁଣି ଫେରିଯାଏ ଶୂନ୍ୟତାକୁ।ତେବେ ମଣିଷ ତାର ଜୀବନ ଯାତ୍ରା ମଧ୍ୟ ରେ ଏକଲା ଚାଲି ନଥାଏ,ବୟସ ଆସିବା ପରେ ସେ ନିଜ ପାଇଁ ଖୋଜିଥାଏ ଏକ ଜୀବନସାଥି,ଯାହା ସହ ସେ ନିଜର ପୁରା ଜୀବନ ବିତାଇଥାଏ।ତେବେ ବିବାହ ଭଳି ଏକ ପବିତ୍ର ବନ୍ଧନ ରେ ନୂଆ ନୂଆ ବାନ୍ଧି ହୋଇଛନ୍ତି ଓଲିଉଡ ର ଷ୍ଟାର୍ ଏଙ୍କୋର୍ ତଥା ଅଭିନେତା ଅଶ୍ୱିନୀ ତ୍ରିପାଠୀ ଏବଂ ଷ୍ଟାର୍ ଏଙ୍କୋର୍ ପ୍ରେରଣା ପ୍ରତୀକ୍ଷା।

ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଏହି ନବଦମ୍ପତି ଅଶ୍ୱିନୀ ଏବଂ ପ୍ରେରଣାଙ୍କ ସାଙ୍ଗରେ କାମ କରିବା ଅନୁଭୂତି ସମ୍ପର୍କରେ।ଏହି ବିଷୟରେ ପ୍ରେରଣା ଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା ଏବଂ ସେ ତାର ଉତ୍ତର ମଧ୍ୟ ଦେଇଥିଲେ।ଆସନ୍ତୁ ଜାଣିବା ସେହି ସମ୍ପର୍କରେ।ପ୍ରେରଣା ଙ୍କୁ ଯେତେବେଳେ ପଚରାଯାଇଥିଲା କି ଅଶ୍ୱିନୀ ତାଙ୍କୁ ପ୍ରଥମେ କଣ ଉପହାର ଦେଇଥିଲେ ବୋଲି,ସେ କହିଲେ କି ସେମିତି ତାଙ୍କ ଜନ୍ମଦିନରେ ଦେଇଥିବେ କଣ ମାନେ ନାହିଁ।କିନ୍ତୁ ତାଙ୍କର ଯେତେବେଳେ ପ୍ରଥମେ ପ୍ରଥମେ ବନ୍ଧୁତା ଆରମ୍ଭ ହୋଇଥିଲା,ସେତେବେଳେ ଅଶ୍ୱିନୀ ସବୁବେଳେ ତାଙ୍କ ପାଇଁ କିଟକାଟ ଚକୋଲେଟ୍ ଆଣୁଥିଲେ।.

ଅଶ୍ୱିନୀ ଜାଣିଥିଲେ ଯେ ପ୍ରେରଣା ଚକୋଲେଟ୍ ଏତେ ଖାଆନ୍ତି ନାହିଁ କି ଭଲ ପାଆନ୍ତି ନାହିଁ ଖାଇବାକୁ ତଥାପି ତାଙ୍କ ପାଇଁ ନେଇକି ଆସୁଥିଲେ।ପ୍ରେରଣା କହିଲେ କି ଚକୋଲେଟ୍ ସେ କାହା ପାଇଁ ଆଣୁଥିଲେ ତାପରେ ମତେ ଦେଇଦେଉଥିଲେ ଜଣା ନାହିଁ,କିନ୍ତୁ ଆଣୁଥିଲେ ଚକୋଲେଟ୍।ଏତେ ପୁଅ ଥିବା ପରେ ମଧ୍ୟ ପ୍ରେରଣା କାହିଁକି ଅଶ୍ୱିନୀଙ୍କୁ ଚୟନ କରିଲେ ବୋଲି ପଚାରିବାରୁ ସେ କହିଲେ ଯେ ଅଶ୍ୱିନୀ ଙ୍କ ବହୁତ ଭଲ ଗୁଣ ରହିଛି।ସେ କଣ ଆଉ କୋଉ ଝିଅ ହୋଇଥିଲେ ମଧ୍ୟ ସେ ମାନିଯାଇଥାନ୍ତେ।ଆଉ କଥା ଅଛି ନା ଯେ ଭଗବାନ୍ ହିଁ ଯୋଡ଼ି ବନାନ୍ତି ସେମିତି ଆମର ଯୋଡ଼ି ମଧ୍ୟ ଭଗବାନ୍ ବନାଇ ଛନ୍ତି ବୋଲି କହିଲେ ପ୍ରେରଣା।

ଝିଅ ମାନଙ୍କ ମଧ୍ୟରେ ଅଶ୍ୱିନୀଙ୍କ କ୍ରେଜ ବହୁତ ରହିଛି ବୋଲି କହିଲେ ପ୍ରେରଣା।କାରଣ ସେମାନେ ଥରେ ବାଲେଶ୍ଵର ଆସିଥିଲେ ଏକ କଲେଜ ଇଭେଣ୍ଟ କୁ ମିଶି କରି।ପ୍ରଥମେ ଅଶ୍ୱିନୀ ମଞ୍ଚ ଉପରକୁ ଯାଇଥାନ୍ତେ ଏବଂ ପରେ ପ୍ରେରଣା ଯାଇଥାନ୍ତେ।ଅଶ୍ୱିନୀ ଭିଡ଼ ଦେଇ ମଞ୍ଚ ଉପର କୁ ଗଲା ବେଳକୁ ତାଙ୍କ ଦେହ ରେ ସାର୍ଟ ପୁରା ଛିଡ଼ିଯାଇଛି।ମାନେ ଝିଅ ମାନେ ପୁରା ଛିଡେଇଦେଇଛନ୍ତି ବୋଲି କହିଥିଲେ ପ୍ରେରଣା।ସେମାନେ କେବେ ନିଜ ନିଜ ଭିତରେ କାମକୁ ନେଇ ଈର୍ଷା ଭାବନା ଆସେ ନାହିଁ ପଚାରି ଵାରୁ ସେ କହିଲେ ସେମିତି କିଛି ଭାବନା ଆସେ ନାହିଁ ବୋଲି।

Leave a Reply

Your email address will not be published. Required fields are marked *