ମୋ ଜୀବନ ରେ ଯେତେ ଦୁଃଖ ଆସୁ ମୁଁ ଆପଣ ମାନଙ୍କୁ ହସେଇବି । କହିଲେ ଜୟୀଙ୍କ ମିମିକ୍ରି କରୁଥିବା କପିଳାସ ।

ତେବେ ବନ୍ଧୁଗଣ ନିକଟର ଓଲିଉଡ଼ ଜଗତର ମହାନ ହାସ୍ୟ ଅଭିନେତା ଜୟୀଙ୍କ ଅବିକଳ ସ୍ଵର ବାହାର କରି ନକଲ କରି ପାରୁଥିବା କପିଳାସଙ୍କ ସାକ୍ଷାତକାର ହୋଇଥିଲା । ସେଥିରେ ସେ ଜୟୀଙ୍କ ଡ଼ାଇଲଗ୍ କହିଥିଲେ । “ଇଇଁହିଁ ଦେଖିଲ ମାଳତୀ ୟେ ବାହାରକୁ ଯିବାକୁ ଜମା ଇଚ୍ଛା କରୁନି । ମାନେ ଯେଉଁ ରେଟରେ ପ୍ରବଳ ଶୀତ ପଡୁଛି ଦେହ ହାତ ତୋ ଗୋଟା ପଣେ ଥରି ଯାଉଛି ଆଉ । ତାପରେ ମାଳତୀ କହିବେ ବାହାରକୁ ଯାଇକି ଆଗେ ପରିବା ଟା ନେଇକି ଆସ ତାପରେ ଯାଇକି ଯଉ କଥା।

ତାପରେ ଜୟୀଙ୍କ ସ୍ଵରରେ ଆଁ ହାଁ ଗନ୍ଧେଇଲାରେ । ତାପରେ ମାଳତୀ କହିବେ କଣ ହେଲା ମୋ କଥା ତୁମକୁ ଗନ୍ଧାଉଛି । ତାପରେ ପୁଣି ଜୟୀଙ୍କ ସ୍ଵରରେ, ୟେ ନାଇ ନାଇ ତୁମକୁ କାହିଁକି ଗନ୍ଧେଇବ ମୋତେ ଗନ୍ଧଉଛି । ମାନେ ୟେ ଶୀତକୁ ତୋ ବାହାରକୁ ଯିବାକୁ ତୋ ଇଚ୍ଛା ହେଉନି । ଗଦିରୁ ଓହ୍ଲାଇଲେ ସିନା ଯାହା କରିବି । ୟେ ଶୀତ ସବୁ ଯାହା ପଡ଼ିଲାଣି ଜମା ଯାଇ ହେବନି ତୋ” । ଅନ୍ୟ ଏକ ଡ଼ାଇଲଗ୍ କପିଳାସ କହିଥିଲେ ଯେ, ” ୟେ ବୁଝିଲ ବିଜୁଳି କହିଲ ଆଗେ ତୋର କଣ ଭଲ ମନ୍ଦ ଖାଇବାକୁ ଇଚ୍ଛା ହୁଏନି । ହୁଏଟି !

” ହଉ ଆଉ ଗୋଟେ କଥା କହ ତୋର କଣ ଭଲ ଘରେ ରହିବାକୁ ଇଚ୍ଛା ହୁଏନି ହୁଏତି!! ଅଁ ହଁ ତୋର ମନରେ ଏମିତି କେତେ କଥା ଅଛି ମୋତେ ଜମା କହୁନୁ ଆଉ । ଆଉ ୟେ ଭଲ ପ୍ୟାଣ୍ଟ୍ ସାର୍ଟ ପିନ୍ଧିବାକୁ ଇଚ୍ଛା ହୁଏକି ନାହିଁ । ବଢିଆ ସବୁଠୁ ବଢିଆ ତୋ । ୟେ ତୁ କାଇଁକି ଛାନିଆ ହେଉଛୁ । ତୁ ଯଦି ଖାଲି ହଁ କହିଦେ ୟେ ଆମ ରଘୂପତି ସାର୍ ତୁମକୁ କେମିତି ଲାଗନ୍ତି କହିଲ ” । ତାପରେ କପିଳାସ ନିଜ ବିଷୟରେ କହିଥିଲେ କି ଯେତେବେଳେ ସେ ତାଙ୍କ ସାଙ୍ଗ ମାନଙ୍କ ସହ ଖଟିରେ ବସନ୍ତି ସେତେବେଳ କିଛି ନା କିଛି ତାଙ୍କ ମୁଣ୍ଡକୁ ପଳେଇ ଆସେ।

ଯେତେବଳେ ଗୋଟେ ସାଙ୍ଗକୁ ସେ ଡରେଇ ଦିଅନ୍ତି କୁକୁର ସ୍ଵର କଢ଼ିକି ନହେଲେ କେତେବେଳେ କଣ ହୁଳୁ ହୁଳି ପକେଇ ଗୋଟେ ମଜାମସ୍ତି କରନ୍ତି ଆଉ । ତେଣେ କେମିତି ଏତେ ବରିଷ୍ଠ କଳାକାର ମାନଙ୍କର ଭାଏସ୍ କୁ ମିମିକ୍ରି କରିପାରନ୍ତି ସେନେଇ ପ୍ରଶ୍ନ କରିବାରୁ କପିଳାସ ଉତ୍ତର ଦେଇଥିଲେ ଯେଉଁ କଳାକାର ମାନଙ୍କ କମେଡି ମୋତେ ଭଲ ଲାଗେ ମୁଁ ସେମାନଙ୍କ କଥାକୁ ମିମିକ୍ରି କରିବାକୁ ଚେଷ୍ଟା କରିଥାଏ । ଯେମିତି ଜୟୀ ଭାଇ ହୁଅନ୍ତୁ । ତାଙ୍କ ସ୍ବର ମୁଁ କପି କରିଥାଏ ।

Leave a Reply

Your email address will not be published. Required fields are marked *