ସକାଳୁ ଉଠି ବାସି ମୁହଁରେ ପିଅନ୍ତୁ ଉଷୁମ ଗରମ ପାଣି, ମିଳିବ ବହୁ ରୋଗରୁ ମୁକ୍ତି

ଆଜିକାଲିର ଯୁଗରେ ପ୍ରତ୍ୟକ ମଣିଷ ନିଜ କର୍ମରେ ବ୍ୟସ୍ତ ରହୁଛନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି କାହାର ମଧ୍ୟ ଧ୍ୟାନ ନାହିଁ। 8 ରୁ 10 ଘଣ୍ଟା କାମ କରିବା ପରେ ମଧ୍ୟ ଅନେକ ଲୋକ ଠିକ ଭାବରେ ଶୋଇ ମଧ୍ୟ ପାରନ୍ତି ନାହିଁ। ସେଥିପାଇଁ ଶରୀରରେ ଅନେକ ପ୍ରକାରରେ ରୋଗ ଦେଖାଯାଉଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ପ କହିବୁ ଯାହାକୁ ନିୟମିତ ନିଜ ପାଳନ କଲେ ଆପଣଙ୍କ ଶରୀରେ କିଛି ବି ରୋଗ ଦେଖାଯିବ ନାହିଁ।

ଅନେକ ଲୋକ ସକାଳୁ ଉଠୁ ଉଠୁ ଚାହା ପିଅନ୍ତି, କିମ୍ଭା ସଂଗେ ସଂଗେ ଦାନ୍ତ ଘଷି ଗାଧେଇବା ପରେ ହିଁ କିଛି ଖାଆନ୍ତି। ଯଦି ଆପଣ ମଧ୍ୟ ସକାଳୁ ଉଠୁ ଉଠୁ ଚାହା ପିଅନ୍ତି କିମ୍ବା ସଂଗେ ସଂଗେ ଦାନ୍ତ ଘଷନ୍ତି। ତେବେ ଏହା ସମ୍ପୁର୍ଣ୍ଣ ଭୁଲ କାର୍ଯ୍ୟ ଅଟେ। ଅଧୁଆ ପାଟିର ବାସୀ ଲାଳ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ।

ଏହି ଲାଳକୁ ଯଦି ଆପଣ ନିଜ ଆଖି ତଳେ ଲଗାନ୍ତି ତେବେ ଆପଣଙ୍କ ଆଖିର କଳା ଦାଗ ଗୋଟେ ମାସ ଭିତରେ ଭଲ ହୋଇଯିବ। ଏହି ଲାଳକୁ ବ୍ରଣରେ ଲଗାଇଲେ ବ୍ରଣ ଭଲ ହୋଇଯିବ। କ୍ଷତ ସ୍ଥାନରେ ଲଗାଇଲେ ତାହା ତୁରନ୍ତ ଭଲ ହୋଇଯିବ।କାରଣ ଲାଳରେ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗାଲର ଗୁଣ ରହିଥାଏ। ଯାହା ଆପଣଙ୍କ ଶରୀରରେ ଏକ ଔଷଧ ପରି କାମ କରେ।

ସେଥିପାଇଁ ସକାଳୁ ଉଠି ଦାନ୍ତ ନ ଘଷି ଉଷୁମ ପାଣି ପିଇବା ଉଚିତ। ଖାଲି ପେଟରେ ପାଣି ପିଇଲେ ଏହା ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ। ଆମ ଶରୀରରେ ଜଳ ହିଁ ଏପରି ପଦାର୍ଥ ଯାହା 60-70% ରହିଅଛି। ସେଥିପାଇଁ ପାଣି ସହିତ ଜଡିତ ପ୍ରତ୍ୟକ ନିୟମକୁ ପାଳନ କଲେ ଏହା ଆମ ପାଇଁ ବହୁତ ଲାଭ ଦାୟକ ହେବ।

-ଉଷୁମ ପାଣି ପ୍ରତିଦିନ ପିଇବା ଦ୍ୱାରା ଶରୀରରେ ହଜମ କ୍ରିୟା ଏବଂ ରୋଗ ପ୍ରତିରୋଧକ ଶକ୍ତି ଠିକ୍‍ ରହିଥାଏ।ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ।

– ପ୍ରତଦିନ ସକାଳୁ ଗୋଟିଏ ଗ୍ଲାସ୍‍ ଉଷୁମ ପାଣି ପିଇବା ଦ୍ୱାରା ଶରୀରର ସୁନ୍ଦରତା ମଧ୍ୟ ବୃଦ୍ଧି ପାଇଥାଏ। କାରଣ ଏହା ରକ୍ତକୁ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ। ଯାହା ଫଳରେ ତ୍ୱଚାରେ ଚମକ ଆସେ।

– ମୋଟାପଣ ଦୂରେଇବା ପାଇଁ ସକାଳୁ ଗୋଟିଏ ଗ୍ଲାସ୍‍ ଉଷୁମ ପାଣି ନିୟମିତ ପିଅନ୍ତୁ। ଯଦି ଆପଣ ଅଧିକାଂଶ ସମୟ ଥକାପଣ ଅନୁଭବ କରୁଥାଆନ୍ତି, ତେବେ ପ୍ରତ୍ୟେକ ଦିନ ସକାଳୁ ଗୋଟିଏ ଗ୍ଲାସ୍ ଗରମପାଣି ପିଇବା ନିହାତି ଆବଶ୍ୟକ। ଏହା ଆପଣଙ୍କୁ ତୁରନ୍ତ ଶକ୍ତି ଯୋଗାଇଥାଏ।

Leave a Reply

Your email address will not be published. Required fields are marked *