ବଡ ଭଉଣୀର ବିବାହକୁ ମିମନ୍ତ୍ରଣ କରି ଜୋର ଜବରଦସ୍ତି ବାହା ହେଲା ସାନ ଭଉଣୀ, ଶେଷକୁ ଉପାୟ ନପାଇ ଥାନାର ଦ୍ୱାରସ୍ଥ ହେଲେ ଯୁବକ।:-

ଭଦ୍ରକ ଜିଲ୍ଲା ନଳାଙ୍ଗ ଗ୍ରାମରୁ ଶୁଣିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବଡ ଭଉଣୀ ବାହାଘରକୁ ଅତିଥି ଭାବେ ଡାକି ବିବାହ କଲା ସାନ ଭଉଣୀ। ଏବେ ବିବାହର 6 ମାସ ପରେ ଛାଡପତ୍ର ମାଗୁଛନ୍ତି ମହିଳା।

ତେବେ ସୂଚନା ଅନୁସାରେ ହାଇଦ୍ରାବାଦରେ କମରଦା ଜଳଦ ଅଂଚଳର ମିଥୁନ ରାଉତ ନାମକ ଜଣେ ଯୁବକ ନିଜର ଏକ ହୋଟେଲ କରି ଚଳେଇ ଆସୁଥିଲେ। ତେବେ 2020ରେ ଭଦ୍ରକ ଜିଲ୍ଲା ନଳାଙ୍ଗ ଗ୍ରାମର ଜଣେ ଯୁବତୀ ପ୍ରମିଳା ସାହୁ ଘରୁ ପଳାଇ ଯାଇ ହାଇଦ୍ରାବାଦର ସେହି ଯୁବକଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ କାମ ଦେବାପାଇଁ ଗୁହାରି କରିଥିଲେ।

ମିଥୁନ ଏ ବାବଦରେ ଯୁବତୀଙ୍କ ପରିବାର ସହ କଥାବାର୍ତା ହୋଇ ତାଙ୍କୁ କାମରେ ରଖିଥିଲେ। ତେବେ ପ୍ରାୟ 2 ବର୍ଷ ଧରି ମିଥୁନଙ୍କ ପାଖରେ କାମ କରି ଯୁବତୀ ଜଣକ ତାଙ୍କର ବିଶ୍ୱାସର ପାତ୍ର ହୋଇଯାଇଥିଲେ। ଦିନେ ହଠାତ ପ୍ରମିଳା ନିଜ ବଡ଼ ଭଉଣୀର ବାହାଘର ପାଇଁ ମିଥୁନଙ୍କ 5 ଲକ୍ଷ ଟଙ୍କା ମାଗିଥିଲେ।

https://www.youtube.com/watch?v=j1biNmBMnHA

ଏହି ବିଷୟରେ ମହିଳାଙ୍କ ପରିବାର ସହ ମିଥୁନ କଥାବାର୍ତା ହୋଇ 5 ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ମହିଳାଙ୍କ ପରିବାର ଲୋକ ମଧ୍ୟ ସବୁ ଟଙ୍କା ସୁଧ ସହ ଫେରାଇ ଦେବେ ବୋଲି କହିଥିଲେ। ଏହାପରେ ଯେତେବେଳେ ମିଥୁନ ବିବାହ କୁ ଆସିଥିଲେ ସେ ଦେଖିଲେ ଯେ ବଡ ଭଉଣୀ ସହ ସାନ ଭଉଣୀ ମଧ୍ୟ ବିବାହ ବେଦୀରେ ବସିଛି।

ଏହାପରେ ହଠାତ ପରିବାର ଲୋକ ମିଥୁନଙ୍କୁ ଜୋର ଜବରଦସ୍ତି ପ୍ରମିଳାଙ୍କ ସହ ବିବାହ କରାଇଥିଲେ। ବିବାହ ପରେ ଶେଷକୁ ମିଥୁନ ଏବଂ ପ୍ରମିଳା ଏକାଠି ରହିବାକୁ ଲାଗିଲେ। କିନ୍ତୁ ସମ୍ପର୍କଟି ଆଉ ବେଶୀଦିନ ରହିଲା ନାହିଁ। ବିବାହର 6 ମାସ ପରେ ହଠାତ ମହିଳା ଜଣକ ପ୍ରମୋଦଙ୍କ ସହ ଝଗଡା କରି ନିଜ ବାପ ଘରକୁ ଚାଲିଗଲେ।

ଏହାପରେ ଛାଡପତ୍ର ମାଗିବା ସହ କୌଣସି ଟଙ୍କା ମଧ୍ୟ ଆଉ ଦେବେ ନାହିଁ ବୋଲି କହିଥିଲେ। ଆଉ ଯଦି ସେ ଟଙ୍କା ମାଗନ୍ତି ତେବେ ରେକର୍ଡ କରାଯାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ଶେଷକୁ ଆଉ କିଛି ଉପାୟ ନପାଇ ଯୁବକ ଜଣକ ଥାନାର ଦ୍ୱାରସ୍ଥ ହୋଇ ନିଜ ସ୍ତ୍ରୀ ଏବଂ ସ୍ତ୍ରୀର ପରିବାର ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *