ହନିଟ୍ରାପରେ ଜଣେ ବ୍ୟବସାୟୀଙ୍କୁ ଫସାଇ ଗି-ରଫ ହେଲେ ଏହି ୟୁଟ୍ୟୁବର, ଲୁ-ଟି ନେଇଛନ୍ତି ପ୍ରାୟ 80 ଲକ୍ଷ ଟଙ୍କା

ଅର୍ଚ୍ଚନା ନାଗଙ୍କ ହନିଟ୍ରାପ୍ ମାମ-ଲା ପରି ଶୁଣିବାକୁ ମିଳୁଛି ଆଉ ଏକ ମା-ମଲା। ଜଣେ ୟୁଟ୍ୟୁବର କରିଛନ୍ତି ଏପରି କାମ। ଜଣେ ବ୍ୟବସାୟୀଙ୍କୁ ନିଜ ହନିଟ୍ରାପରେ ଫ-ସାଇ ଲୁ-ଟିଛନ୍ତି 80 ଲକ୍ଷ ଟଙ୍କା। ସେହି ୟୁଟ୍ୟୁବରଙ୍କ ନାମ ନାମ୍ରା କାଦିର।
ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ଵିଷୟ ପାଲଟିଛି।

ତେବେ ସୂଚନା ଅନୁସାରେ ନାମ୍ରା ଜଣେ ୟୁଟ୍ୟୁବର ଅଟନ୍ତି। ତାଙ୍କର ଇନ୍ସଟାଗ୍ରାମ ଏବଂ ୟୁଟ୍ୟୁବରେ 8 ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି। ତେବେ ନାମ୍ରା କରିଥିବା ଏହି ହନିଟ୍ରାପ୍ ଘ-ଟଣା ରେ ତାଙ୍କ ସ୍ୱାମୀ ମଧ୍ୟ ସାମିଲ ଅଛନ୍ତି। ନାମ୍ରାଙ୍କ ହନିଟ୍ରାପରେ ଫସିଥିବା ସେହି ବ୍ୟବସାୟୀ ଜଣକ ଗୁରୁଗ୍ରାମର ଅଟନ୍ତି।

ଏହି ବ୍ୟବସାୟୀଙ୍କ ଅଭି-ଯୋଗ ପରେ ଏବେ ଗୁରୁଗ୍ରାମର ପୋ-ଲିସ ୟୁଟ୍ୟୁବର ନାମ୍ରାଙ୍କୁ ଗି-ରଫ କରି ପରେ 4 ଦିନିଆ ରିମା-ଣ୍ଡରେ ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି।ପୋ-ଲିସ ଏବେ ନାମ୍ରାଙ୍କ ସ୍ୱାମୀଙ୍କୁ ଖୋଜୁଥିବା ବେଳେ ତାଙ୍କ ଘରେ ଚଢ଼ାଉ ମଧ୍ୟ କରିଛି। ବ୍ୟବସାୟୀ ଜଣକ ଅଭି-ଯୋଗ କରିଛନ୍ତି ଯେ, ସେ ନାମ୍ରାଙ୍କୁ ପୂର୍ବରୁ ଜାଣିଥିଲେ। ସେଥିପାଇଁ ନାମ୍ରା ଯେତେବେଳେ ତାଙ୍କୁ 2 ଲକ୍ଷ ଟଙ୍କା ମାଗିଥିଲେ ସେ ଦେଇଥିଲେ।

ଏହାପରେ ସେ ନାମ୍ରାଙ୍କୁ କିଛି କାମ କରିବାକୁ କହିଥିଲେ। ଯେଉଁଥିରେ ନାମ୍ରା ରାଜି ହୋଇ ଆହୁରି 50,000 ଟଙ୍କା ବ୍ୟବସାୟୀଙ୍କ ଠାରୁ ମାଗିଥିଲେ। କିନ୍ତୁ ନାମ୍ରା ଟଙ୍କା ପାଇବା ପରେ ବ୍ୟବସାୟୀଙ୍କର କାମ କରିନଥିଲେ। ଏହାପରେ ନାମ୍ରା ବ୍ୟବସାୟୀଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ।

ଏହାସହ ନାମ୍ରା ଆହୁରି ମଧ୍ୟ କହିଥିଲେ ଯେ ତାଙ୍କର ଭଉଣୀ ବାହାଘର ସରିଲେ ସେ ସବୁ ଟଙ୍କା ଫେରାଇଦେବେ। ଏହାପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଘନିଷ୍ଠ ସ-ମ୍ପର୍କ ଗଢ଼ିଉଠିଥିଲା। ସେଥିପାଇଁ ବ୍ୟବସାୟୀ ଜଣକ ନାମ୍ରାଙ୍କ ଘରକୁ ମଧ୍ୟ ଯିବା ଆସିବା କରନ୍ତି। ଏହିପରି ଭାବେ ଦିନ କଟୁଥିବା ବେଳେ ଥରେ ନାମ୍ରା ସେହି ବ୍ୟବସାୟୀଙ୍କୁ ଏକ ହୋଟେଲ କୁ ଡାକି ଜୋର-ଜବ-ରଦସ୍ତ ମ-ଦ ପିଆଇଥିଲେ।

ସେଠାରେ ନାମ୍ରାଙ୍କ ସ୍ୱାମୀ ମଧ୍ୟ ପହଞ୍ଚିଥିଲେ। ଏହାପରେ 3 ଜଣ ହୋଟେଲରେ ଏକ ରୁମ୍‌ ବୁକ୍‌ କରି ରହିଥିଲେ। ସକାଳୁ ଉଠିବା ମାତ୍ରେ ନାମ୍ରା ବ୍ୟବସାୟୀଙ୍କୁ ଟଙ୍କା ମାଗିଥିଲେ ଏବଂ କହିଥିଲେ ଯେ ଯଦି ସେ ଟଙ୍କା ନ ଦିଅନ୍ତି ତେବେ ଦୁ-ଷ୍କର୍ମ ମାମ-ଲାରେ ତାଙ୍କୁ ଫସାଇଦେବେ।

ଶେଷକୁ ଆଉ କିଛି ଉପାୟ ନପାଇ ନଭେମ୍ବର 24 ତାରିଖ ଦିନ ଵ୍ୟଵସାୟୀ ଜଣକ ଥା-ନାରେ ଯୁବତୀଙ୍କ ନାମରେ ଅଭି-ଯୋଗ କରିଥିଲେ। ଏହାପରେ ପୋ-ଲିସ ନାମ୍ରାଙ୍କୁ ଗି-ରଫ କରିଥିବା ବେଳେ ସ୍ୱାମୀ ଏବେ ଫେ-ରାର ଅଛନ୍ତି।

Leave a Reply

Your email address will not be published. Required fields are marked *