ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ କେସ ରେ ଏବେ ସାମ୍ନା କୁ ଆସିଛି ନୂଆ ଖେଳାଳୀଙ୍କ ସଂପୃକ୍ତି।

ସମାଜ ମନୁଷ୍ୟ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଏ ସମାଜ ଗର୍ବିତ ଓ କିଛି ଲୋକଙ୍କ ଖରାପ କାମ ପାଇଁ ଏ ସମାଜ କଳଙ୍କିତ।ଏହିପରି କିଛି ଖରାପ କାମ କରି ସମାଜ କୁ କଳଙ୍କିତ କରିଛନ୍ତି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ।ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ମିଶି ଭୁବନେଶ୍ୱର ରେ ସେକ୍ସ ରାକେଟ ଚଲାଇ ବଡ଼ ବଡ଼ିଆ ମାନଙ୍କୁ ନିଜ ମାୟା ଜାଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କମାଇଥିଲେ କୋଟି କୋଟି ଟଙ୍କା।ଏହି ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ କେସ କୁ ଇଡି ଜେରା କରୁଛି

ଜେରା ସମୟ ଅନେକ ତଥ୍ୟ ସାମ୍ନା କୁ ଆସିଛି।ବର୍ତ୍ତମାନ ଏକ ନୂଆ ଚେହେରା ର ସଂପୃକ୍ତି ଥିବା ଜଣା ପଡିଛି। ଆସନ୍ତୁ ଜାଣିବା କିଏ ସେହି ନୂଆ ବ୍ୟକ୍ତି।ପାଠକବନ୍ଧୁ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ କେସ ର ଜେରା ଇଡି ଚଳାଇଛି।ଆଉ ଏହା ମଧ୍ୟ ରେ ଅନେକ ବଡ଼ ବଡ଼ ବ୍ୟକ୍ତି ଙ୍କୁ ଇଡି ଜେରା କରିସାରିଛି।ଏବେ କିନ୍ତୁ ଆଉ ଜଣେ ବ୍ୟକ୍ତି ଙ୍କ ସଂପୃକ୍ତି ରହିଥିବା ଜଣା ପଡ଼ିଛି।ଆଉ ସେହି ବ୍ୟକ୍ତି କୁଆଡେ଼ ପୂର୍ବତନ ରଣଜୀ ଖେଳାଳି।ହଁ ଆଜ୍ଞା ବନ୍ଧୁଗଣ ଶୁଣିବାକୁ ମିଳୁଛି ଏହି ରଣଜୀ ଖେଳାଳି ୩ବର୍ଷ ଧରି ଅର୍ଚ୍ଚନା ଙ୍କ ସହ ସମ୍ପର୍କରେ ଥିଲେ।

ସେ ପଡିଆ ରେ କେତେ ଛକା କେତେ ଚଉକା ମାରିଥିବା ଏହି ଖେଳାଳି ଆଜି ଇଡି ଆଗରେ କ୍ଲିନ୍ ବୋଲ୍ଡ ହୋଇଯାଇଛନ୍ତି।ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।ବନ୍ଧୁଗଣ ଆଗରୁ ଇଡି ଏହି କେସ ରେ ସଂପୃକ୍ତ ଅନେକ ଲୋକ ଙ୍କୁ ଜେରା କରିଛି।ତାଙ୍କ ମଧ୍ୟରେ ଅର୍ଚ୍ଚନା,ଅର୍ଚ୍ଚନା ଙ୍କ ସ୍ବାମୀ ଜାଗା,ତାଙ୍କ ବନ୍ଧୁ ଖଗା,ଅର୍ଚ୍ଚନା ଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି,ବ୍ୟବସାୟିକ ଅମୟ କାନ୍ତ ଦାସ,ବିଧାୟକ ଙ୍କ ଭାଇ ଗଙ୍ଗାଧର ସାମଲ,ଅର୍ଚ୍ଚନା ଙ୍କ ଡ୍ରାଇଭର ଚନ୍ଦୁ,ଖଗା ର ବ୍ୟବସାୟିକ ବନ୍ଧୁ ଚନ୍ଦନ ଓ ଅବିନାଶ, ପ୍ରଜଯୋକ ଅକ୍ଷୟ ପରିଜା,ପ୍ରଜଯୋକ ପ୍ରମୋଦ ସ୍ୱାଇଁ,ହୋଟେଲ ବ୍ୟବସାୟୀ ଶିବସୁନ୍ଦର,ଜାଗା ର ଭାଇ ବଳିଆ,ଠିକାଦାର ପବିତ୍ର ପାତ୍ର, ଆର୍କିଟେକ୍ଟ ରଞ୍ଜିତ ବେହେରା ରହିଛନ୍ତି।

ତେବେ ଏବେ ଆଉ ଏକ ନୂଆ ଚେହେରା ଆସିଛି।କିଏ ସେହି ରଣଜୀ ଖେଳାଳି ଯିଏ ଅର୍ଚ୍ଚନା ଙ୍କ ହନିଟ୍ରାପ୍ ରେ ଫସି ଏବେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି।ଦିନ ଯେତେ ଗଡୁଛି ସେତେ ଏବେ ନୂଆ ଚେହେରା ସାମ୍ନା କୁ ଆସୁଛି। ଦେଖିବାକୁ ବାକି ରହିଲା କିଏ ଏହି ରଣଜୀ ଖେଳାଳି ଯାହାକୁ ଏବେ ଇଡି ଜେରା କରିବ ଓ ଦେଖିବାକୁ ବାକି ରହିଲା ଆଉ କ’ଣ କ’ଣ ରୋଚକ ତଥ୍ୟ ସାମ୍ନା କୁ ଆସୁଛି।

Leave a Reply

Your email address will not be published. Required fields are marked *