“ଏଠି କହି ଭଦ୍ରଲୋକ ନୁହନ୍ତି, ଏମାନେ ସେଲିବ୍ରେଟି ବୋଲି ୟାଙ୍କ ନା ଉଠୁଛି । କିଛି ମିଳିବ ନାହିଁ” । ଏପରି କିଛି କହିଲେ ବ୍ୟୋମକେଶ ତ୍ରିପାଠୀ ଜାଣନ୍ତୁ କଣପାଇଁ ।

ନିକଟରେ ରାଜ୍ୟରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଏକ ସାକ୍ଷାତକାର ଅବସରରେ ବ୍ୟୋମକେଶ ତ୍ରିପାଠୀ ନିଜର ମନ୍ତବ୍ୟ ଦେଇ କହିଥିଲେ ଯେ, “ଏଠି କେହି ଗୋଟେ ଭଦ୍ରଲୋକ ଅଛନ୍ତି କି ଆଜ୍ଞା । ଏଇମାନେ ଖାଲି ମନ୍ତ୍ରୀ ଯାଇ କରି ପକେଇଲେ । ତେଣୁ ଏମାନେ ଯେହେତୁ ସେଲିବ୍ରିଟି ସେଥିପାଇଁ ସେମାନଙ୍କ ନାଆଁ ଟା ଆଲୋଚନା ପ୍ରସଙ୍ଗକୁ ଆସୁଛି ।ଯେତେବେଳେ ଆଜ୍ଞା ଗୋଟେ ବରଗଛ ଉପୁଡ଼ିବ ବିରାଟ ଶବ୍ଦ ହେବ, କିନ୍ତୁ ଯେତେବେଳେ ଗୋଟେ ଦୁବ ଘାସ ଉପୁଡିବ କେହି ଦେଖିବେନି କି ଶୁଣିବେନି । ଆଉ ସେଭଳି ଘଟଣା ବର୍ତମାନ ଘଟୁଛି ।

ଆପଣ କହୁଛନ୍ତି ଯେ ଲୋକମାନେ ଥରହର ହୋଇ ଯାଇଛନ୍ତି । ତାର ଆଉ ଗୋଟିଏ ପାର୍ଟକୁ ଆପଣମାନେ ଦେଖିଲେ ଜାଣିପାରିବେ ସେ ନିଜେ ଥରହର ହୋଇ ଯାଇଛନ୍ତି ନିଜ ଭାଷଣବା ରୁ । ଶାସ୍ତ୍ର କହିଛି ଅଗକୁ ଯେତେବେଳ ଗୋଟେ ଚାଳ ଆସିବ ମୁଣ୍ତରେ ନ ବାଜିବା ପାଇଁ ଆପଣ ଟିକେ ନଇଁ ପଡ଼ିବେ । କିମ୍ଵା ଯେତେବେଳେ ଗୋଟେ ଲହରୀ ଆସିବ ସେତେବେଳ ନଇଁ ପଡ଼ିବେ କାରଣ ଲହରୀ ସାଙ୍ଗରେ ଯୁଦ୍ଧ କରିବା ପାଇଁ ଆପଣମାନେ ସେତେ ସକ୍ଷମ ନୁହଁନ୍ତି ।

ତେଣୁ ଏଭଳି ଘଟଣାରେ ସେ ଶାସ୍ତ୍ରକୁ ଅନୁସରଣ କରିବା ଦରକାର । ମଣିଷ ଉପରକୁ ଯେଉଁ ସମୟରେ ବିପଦ ଆସିବ ସେହି ସମୟରେ ଆପଣ ଶାନ୍ତଶିଷ୍ଟ ଭାବରେ ବିପଦକୁ କିଭଳି ପାର୍ କରିବେ ସେଟାକୁ ଚିନ୍ତା କରିବା ଦରକାର । ଶତ୍ରୁ କେମିତି ଦମନ କରିବେ ସେ ବିଷୟରେ ଚିନ୍ତା କରିବାର ନଥାଏ । ଦେଖିବାକୁ ଗଲେ କେଉଁଠି ନା କେଉଁଠି ଏଇ ଯେଉଁ କାଣ୍ଡ କରୁଛନ୍ତି ତାମାନେ ହେଉଛି କାଚ ଘର ଭିତରେ ଠିଆ ହୋଇ ଟେକା ମାରିବା ଯାହା ନିଜ ଘର ଭାଙ୍ଗିଯିବ କିଭଳି ସେ ସେଇଭଳି ନିଜ ପାଇଁ ସମାନ ବ୍ୟବସ୍ଥା କରୁଛନ୍ତି।

ଜଣେ ପରକ୍ରୀୟା ପ୍ରୀତି କୌଣସି ପ୍ରକାର ବେଆଇନ୍ କାର୍ଯ୍ୟ ନୁହେଁ ଏହାକୁ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି । ଆଉ ଆପଣ କଣ ସୁପ୍ରିମକୋର୍ଟ ଉପରେ । କିଛି ହେବନି । କୌଣସି ଗୋଟେ ନେତାଙ୍କ ନାମ ଆସିଗଲା କି ଗୋଟେ ଅଫିସରଙ୍କ ନାଆଁ ପଳେଇ ଆସିଲା କିମ୍ଵା ଜଣେ ବରିଷ୍ଟ ସାମ୍ବାଦିକଙ୍କ ନାଁ ପଳେଇ ଆସିଲା ତାହା କିଛି ଗୋଟେ ବିରାଟ ଅପରାଧ ନୁହେଁ । ଏଇ ଦୁନିଆରେ କେହି ଗୋଟେ ଭଦ୍ରଲୋକ ଅଛନ୍ତି ଯେ କେବଳ ମନ୍ତ୍ରୀ ଯାଇ ସବୁ କରି ପକାଇଲେ । ସେଲିବ୍ରିଟି ବୋଲି ମିଡ଼ିଆରେ ଗୋଟେ ହୋ ହାଲ୍ଲା କରିକି ଜଣାଉଛନ୍ତି । କିନ୍ତୁ ଲିଗାଲି ତାଙ୍କର କେହି କିଛି କରିପାରିବେନି । କାରଣ ୪୯୭ କେଶ ହେଉଛି ଲିଗାଲ ।

Leave a Reply

Your email address will not be published. Required fields are marked *