ବହୁ ଚର୍ଚ୍ଚିତ ଦୀପିକା ଦିନେଶଙ୍କ ଘଟଣାକୁ ନେଇ ଏବେ ମିଡିଆରେ ଲୋକ ଦେଉଛନ୍ତି ନିଜ ପ୍ରତିକ୍ରିୟା, 10ମିନିଟର ସୁଖ ଏହାପରେ ଜୀବନ ସାରା ଦୁଃଖ

ଏବେ ବି ମଧ୍ୟ ଚର୍ଚ୍ଚାରେ ରହୁଥିବା ଦୀପିକା ଦିନେଶଙ୍କ ମାମଲା ଶାନ୍ତ ପଡ଼ିନାହିଁ। ସେହିପରି ଘର ଆଗରେ ଧାରଣା ଦେଇ ବସିରହିଛନ୍ତି ଦୀପିକା। ନିଜକୁ ଏବଂ ନିଜ ପୁଅକୁ ନ୍ୟାୟ ଦେବା ପାଇଁ ସେ ଯେତେଦିନ ବଂଚିଥିବେ ସେତେଦିନ ଲଢ଼ିବେ ବୋଲି କହିଥିଲେ।

ନ୍ୟାୟ ପାଇବା ଆଶାରେ ସେ ଅନେକ ଥର ମହିଳା କମିଶନ ଅଫିସକୁ ଯିବା ସହ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଘଟଣାକୁ ଏତେ ମାସ ବିତିଗଲାଣି କିନ୍ତୁ କିଛି ସମାଧାନ ମିଳୁନାହିଁ। ଶେଷକୁ ଏବେ ମହିଳା କମିଶନ ମଧ୍ୟ ଏହି ମାମଲାକୁ ପୂର୍ଣ୍ଣଛେଦ ପକାଇଛି।

ଏହାସହ ମହିଳା କମିଶନ କହିଛି ଯେ ଯେହେତୁ ଏହି ମାମଲାକୁ କୋର୍ଟ ସମ୍ଭାଳୁଛି ସେଥିପାଇଁ କୋର୍ଟ ଏବେ ଯାହା ନିଷ୍ପତି ନେବ ତାହାହିଁ ଶେଷ ନିଷ୍ପତି ହେବ। ତେବେ ଶେଷକୁ ଦିନେଶ ମଧ୍ୟ ଏବେ ନିଜ ପିଲାକୁ ଆପଣାଇବା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଦୀପିକାକୁ ଆପଣାଇବା ପାଇଁ ରାଜି ହେଉ ନାହାନ୍ତି।

ତେବେ ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିବା ପରେ ଲୋକମାନେ ନିଜର ପ୍ରତିକ୍ରିୟା ମିଡିଆ ମାଧ୍ୟମରେ ଦର୍ଶାଇଛନ୍ତି। କହିଛନ୍ତି ଯେ ଏଥିରେ ଦିନେଶଙ୍କର ଯେତିକି ଭୁଲ ଦୀପିକାଙ୍କର ମଧ୍ୟ ସେତିକି ଭୁଲ। ବିବାହ ନକରି ଶାରୀରିକ ସମ୍ପର୍କ ରଖି ଛୁଆ ଜନ୍ମ କଲେ ଏହିପରି ସମାୟ ଭୋଗିବାକୁ ପଡେ।

ଲିଭିଙ୍ଗ ରିଲେସନସିପରେ ରହିବା, ନିଜ ଇଚ୍ଛାରେ ଶାରୀରିକ ସମ୍ପର୍କ ରଖିବା ଏବଂ ନିଜ ଇଚ୍ଛାରେ ଗର୍ଭପାତ କରିବା କୁ ସରକାର ବେଆଇନି ନୁହେଁ ବୋଲି ସ୍ୱୀକୃତି ଦେବା ପରେ ମଧ୍ୟ ଲୋକମାନେ ଏହାକୁ ଭାବିବା ଉଚିତ ଯେ ଏପରି କାର୍ଯ୍ୟ କେତେ ଦୂରରୁ ଠିକ। ନିଜ ବାପାମାଆଙ୍କ କଥା ନମାନି ଏପରି ଘରୁ ପଳାଇ ନିଜ ପ୍ରେମିକ ତଥା ପ୍ରେମିକା ସହ ଏକାଠି ରହିବାର ପରିଣାମ ଏହିପରି ହିଁ ଭୋଗିବାକୁ ପଡ଼ିବ।

ଦୁନିଆରେ ଏହିପରି ଅନେକ ଘଟଣାକୁ ଶୁଣିବା ପରେ ମଧ୍ୟ ଲୋକଙ୍କ ମନରେ ସଚେତନତା ପଶୁ ନାହିଁ। ଯାହାଫଳରେ କେବେଳ 10 ମିନିଟର ସୁଖ ପାଇବା ପାଇଁ ସାରା ଜୀବନକୁ ବର୍ବାଦ କରିଦେଉଛନ୍ତି। ଆଜି ଦୀପିକା ଦିନେଶଙ୍କ ଘଟଣା ମଧ୍ୟ କିଛି ଏହିପରି ଘଟୁଛି।

ବିବାହ ନକରି ଶାରୀରିକ ସମ୍ପର୍କ ରଖିବା କାରଣରୁ ଆଜି କେତେ ଦୁଃଖ ଦୀପିକାଙ୍କୁ ସହିବାକୁ ପଡୁଛି ସେ ନିଜେ ହିଁ ଜାଣିଛନ୍ତି। ସେଥିପାଇଁ କେବେ ହେଲେ ମଧ୍ୟ ନିଜ ବାପାମାଆଙ୍କ କଥାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଆପଣଙ୍କ ଛୋଟିଆ ଭୁଲ ହୁଏତ ଆପଣଙ୍କୁ ସାରାଜୀବନ ଭୋଗିବାକୁ ବାଧ୍ୟ କରିଦେଇପାରେ।

Leave a Reply

Your email address will not be published. Required fields are marked *