5 ବର୍ଷ ବିତିଗଲାଣି ଧରାପଡୁନାହିଁ ଦୋ-ଷୀ, ଅର୍ପିତା ତିୱାରୀଙ୍କ ହ-ତ୍ୟା ମାମ-ଲା ଏବେ ବି ରହିଛି ରହସ୍ୟ

ଏକ ସମୟରେ ଟିଭିରେ ଆଂକରିଙ୍ଗ କରି ଲୋକଙ୍କୁ ହସାଉଥିଲେ ଅର୍ପିତା। ଯାହା ଫଳରେ ତାଙ୍କର ଏକ ପ୍ରତିଷ୍ଠିତ ଚେହେରା ମଧ୍ୟ ତିଆରି ହୋଇଯାଇଥିଲା। ଯେମିତି ଦେଖିବାକୁ ସୁନ୍ଦର ଥିଲେ ସେହିପରି ତାଙ୍କର କଥାବାର୍ତା ମଧ୍ୟ ସୁନ୍ଦର ଥିଲା। କାହାକୁ ମଧ୍ୟ ସେ ଖରାପ ବ୍ୟବହାର ଦେଖାଉନଥିଲେ।

କିନ୍ତୁ ହଠାତ ଛାତ ଉପରୁ ତାଙ୍କର ଏପରି ମୃତଦେହ ଝୁଲି ରହିଥିବ, ତାହାକୁ କେହି ବିଶ୍ୱାସ କରିପାରିନଥିଲେ। ତେବେ ଅର୍ପିତା ତିୱାରୀଙ୍କର ଏହି ମ-ର୍ଡର କେ-ସକୁ 5 ବର୍ଷ ବିତିଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଧରା ପଡ଼ିନାହିଁ ଦୋ-ଷୀ। ତେବେ ଘଟ-ଣାଟି ରେ କଣ ଏପରି ରହସ୍ୟ ରହିଛି ଯେ ଯେଉଁଥିପାଇଁ ଅର୍ପିତାଙ୍କ ଜୀବନ ଚାଲିଗଲା ଏବଂ ଦୋ-ଷୀ ମଧ୍ୟ ଧରାପଡୁନାହିଁ।

ସୂଚନା ଅନୁସାରେ ସେଦିନ ରାତିରେ ରୁମରେ ହୋଇଥିଲା ଏକ ପାର୍ଟି। ଯେଉଁଥିରେ ଅର୍ପିତାଙ୍କ ସାଙ୍ଗସାଥି ସମସ୍ତେ ସାମିଲ ଥିଲେ। ଏହାପରେ ପାର୍ଟି ସରିବା କ୍ଷଣି ଦେଖିବାକୁ ମିଳିଥିଲା ଅର୍ପିତାଙ୍କ ମୃ-ତ ଶରୀର। ଯାହା ନଗ୍ନ ଅବସ୍ଥାରେ ଛାତ ଉପରେ ଝୁଲି ରହିଥିଲା।

ତେବେ ନିଜ ବଏଫ୍ରେଣ୍ଡ ପଙ୍କଜଙ୍କ ସାଙ୍ଗରେ ମିଶି ଅର୍ପିତା ଯାଇଥିଲେ ଅମିତ ହଜରାଙ୍କ ରୁମକୁ। ତେବେ ଏହି ରୁମ ମଲାଡ଼ର ଏକ ହୋଟେଲ ରେ ରହିଛି। ସେଦିନ ସେହି ରୁମରେ ପାର୍ଟି ଚାଲୁଥିବା ବେଳେ ଅର୍ପିତାଙ୍କୁ ଅମିତ କପଡା ଚେଞ୍ଜ କରିବାକୁ କହିଥିଲେ। କିନ୍ତୁ ଅର୍ପିତା ଚେଞ୍ଜ ନ କରିବାରୁ ଅମିତ ତାଙ୍କୁ ବାର୍ ବାର୍ ବାଧ୍ୟ କରିଥିଲେ।

ଏହାପରେ ବଏଫ୍ରେଣ୍ଡ ପଙ୍କଜ ମଧ୍ୟ ଅମିତକୁ ସନ୍ଦେହ କରିବାକୁ ଲାଗିଲେ। କିନ୍ତୁ ସେଠାରେ ପ୍ରକୃତ ସତ୍ୟଟି ଥିଲା ଯେ ଅର୍ପିତାଙ୍କୁ ଅମିତ ବହୁତ ପସନ୍ଦ କରୁଥିଲେ। ସେଥିପାଇଁ ସେ ଅର୍ପିତାଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲା। ଘଟଣାକୁ ସମ୍ପୂର୍ଣ୍ଣ ଜାଣିବା ପରେ ପଙ୍କଜ ଏବଂ ଅମିତଙ୍କ ଭିତରେ ଝ-ଗଡା ହୋଇଥିଲା। କିନ୍ତୁ ଝଗ-ଡ଼ାଟି ବେଶି ସମୟ ରହିଲା ନାହିଁ।

ସମସ୍ତେ ନି-ଶାରେ ଥିବାରୁ ସେହିଠାରେ ହିଁ ସମସ୍ତେ ସୋଇପଡିଥିଲେ। କିନ୍ତୁ ସକାଳୁ ଉଠି ଦେଖିଲା ବେଳକୁ ଅର୍ପିତାଙ୍କ ନ-ଗ୍ନ ଶରୀର ଛାତରେ ଝୁଲୁଛି। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଛାନବିନ କରିଥିଲା। ଏହାପରେ ପୋ-ଲିସ ପ୍ରଥମେ ବଏଫ୍ରେଣ୍ଡ ପଙ୍କଜଙ୍କୁ ଧରିଥିଲା।

ତାପରେ ପଙ୍କଜ ପୋ-ଲିସକୁ ସେଦିନ ରାତିର ସବୁକିଛି କଥା ଗୋଟି ଗୋଟି କରି କହିଦେଇଥିଲା। କଥା ଶୁଣିବା ପରେ ପୋଲିସ ଅମିତଙ୍କୁ ସଂଗେ ସଂଗେ ଗି-ରଫ କରିଥିଲା। କିନ୍ତୁ ଅମିତ ମଧ୍ୟ କିଛି ଦିନ ପରେ ଜେ-ଲରୁ ବାହାରି ଯାଇଥିଲେ। ତେବେ ଆଜିକୁ ଘଟ-ଣାଟି 5 ବର୍ଷ ବିତିଗଲାଣି କିନ୍ତୁ ପ୍ରକୃତ ଦୋ-ଷୀ କିଏ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଯାହାଫଳରେ ଅର୍ପିତାଙ୍କୁ ଏପର୍ଯ୍ୟନ୍ତ ନ୍ୟା-ୟ ମିଳିପାରିଲା ନାହିଁ।

Leave a Reply

Your email address will not be published. Required fields are marked *