ଆଜିକାଲିର ପିଲାମାନଙ୍କୁ ସୁଧାରିବା କଥା ଏବଂ ସେକ୍ସ ପ୍ରତି ଥିବା ଆକର୍ଷଣ ଉପରେ ନିଜର ମତ ରଖିଛନ୍ତି ମିଷ୍ଟର୍ ଗଜପତି।

ଏହି ଜଗତ ହେଉଛି ଈଶ୍ୱରଙ୍କ ର।ଏହି ଜଗତ ର ପ୍ରତ୍ୟେକ ପ୍ରାଣୀ, ଚାରୁ,ଲତା ,ବୃକ୍ଷ ଏବଂ ସମସ୍ତ ଜିନିଷ ହେଉଛି ଈଶ୍ୱରଙ୍କର।ଈଶ୍ୱରଙ୍କ ଦ୍ଵାରା ନିର୍ମିତ ସବୁ ପ୍ରାଣୀ ଙ୍କ ମଧ୍ୟ ରୁ ମଣିଷ ହେଉଛି ଶ୍ରେଷ୍ଠ।ତେବେ ଏବେ ଯୁଗ ପରିବର୍ତ୍ତନ ହେବା ସହ ମଣିଷମାନେ ବି ପରିବର୍ତ୍ତନ ହେବାରେ ଲାଗିଛନ୍ତି।ବିଶେଷ କରି ପିଲାମାନଙ୍କ ଉପରେ ଏହି ପ୍ରଭାବ ଦେଖିବାକୁ ମିଳୁଛି।

ଆଗ କାଳରେ ପିଲା ମାନେ ନିଜ ମର୍ଯ୍ୟାଦା ଭିତରେ ରହୁଥିଲେ,ବଡ଼ ମାନଙ୍କ କଥା ମାନୁଥିଲେ।କିନ୍ତୁ ଆଜିକାଲି ପିଲାମାନେ ସେ ସବୁକୁ ଭୁଲିଗଲେଣି।ଏବେ ପିଲା ମାନଙ୍କର ବେଶି ସେକ୍ସ୍ ପ୍ରତି ଆକର୍ଷଣ ରହୁଛି।ତେବେ ଏହି ବିଷୟ ରେ ନିଜ ମତ ରଖିଛନ୍ତି ମିଷ୍ଟର ଗଜପତି।

ଆଜିକାଲିର ପିଲାମାନଙ୍କର ସେକ୍ସ ପ୍ରତି ଥିବା ଆକର୍ଷଣ ବିଷୟ ରେ ପଚାରିବାରୁ ସେ କହିଲେ କି ଏଥି ପ୍ରତି ବାପା ମାଙ୍କୁ ମଧ୍ୟ ସଚେତନ ରହିବା ଦରକାର।କାରଣ ବାପା ମା ମାନେ ପିଲା କୁ ସାଇଡ୍ ରେ ଶୁଆଇ ତାକୁ ମୋବାଇଲ୍ ଧରାଇ ଏପଟେ ନିଜ କାମ ଆରମ୍ଭ କରିବେ।ପିଲା ଆଉ କେତେ ସମୟ ମୋବାଇଲ୍ ଦେଖିବ ସେ ଏପଟେ ବାପା ମା କଣ କରୁଛନ୍ତି ନଜର ଗଲା,ସେ ସବୁ ଦେଖିଲା।

ତାପରେ ଘରେ ଥିବା ସମୟରେ ପିଲା ଆଗରେ ବାପା ଯାଇ ମାଆଙ୍କୁ କିସ୍ କରିବେ,ମାଆଙ୍କ ରିଏକ୍ସନ ଦେଖି ପିଲା ଭାବିବ ମୁଁ ତ କିସ୍ କରିଲେ ମାଆ ଏପରି ରିଏକ୍ସନ ଦିଅନ୍ତନି।ତାପରେ ସେ ସବୁ ଶିଖି ପରେ ଯାଇ ସେ ଗୁଡ଼ିକ କରିବାକୁ ଚେଷ୍ଟା କରିବ।ସେଥିପାଇଁ ବାପା ମା ଙ୍କୁ ମଧ୍ୟ ସଚେତନ ହେବା ଦରକାର।

ଆଉ ବାପା ମା ମାନେ ଯେ ଭାବୁଛନ୍ତି ମୋ ପିଲା ସମାଜ ରେ ରହିଲେ ସୁଧୁରିଯିବ।ସେମିତି କିଛି ବି ନୁହେଁ।କାରଣ ଏବେ ସମାଜରେ କେହି ଅନ୍ୟ ଜଣଙ୍କର ଖୁସି କି ଉନ୍ନତି ଦେଖିପାରୁ ନାହିଁ।ସମାଜ ବରଂ ପିଲାକୁ ଆହୁରି ଖାଲକୁ ପକାଇ ଦେବ କିନ୍ତୁ ତାକୁ ସୁଧାରିବ ନାହିଁ।ଏମିତି କହିଛନ୍ତି ମିଷ୍ଟର ଗଜପତି।

ସେ ଆହୁରି କହିଛନ୍ତି ଯେ କଥା ଯେଉଁ ଥିଲା “ମଧୁବାବୁ ପରି ପଢ଼ିବି,କାଳିଆ ଘୋଡ଼ାରେ ଚଢ଼ିବି।”ସେ ଢଗ ଆଉ ନାହିଁ,ସେ ଘୋଡ଼ା ମରିଗଲାଣି। କାରଣ ଆଜିକାଲି ପିଲାମାନେ ପାଠ ପଢ଼ୁଛନ୍ତି ତାପରେ ପ୍ରେମ କରୁଛନ୍ତି।ପ୍ରେମ ପରେ ପାର୍କକୁ ଯାଉଛନ୍ତି ତାପରେ ହୋଟେଲ ରୁମ୍ କୁ ଯାଉଛନ୍ତି।

ଆଉ ପିଲାମାନଙ୍କର ପାଠପଢ଼ି ଆଗକୁ ଉନ୍ନତି କରିବାର ଇଚ୍ଛା ନାହିଁ।ସେମାନେ ପାଠ କମ୍ ପଢ଼ି ପଳାଇଲେ ସୁରଟକୁ ନେଇ ଦାଦନ ଖଟିବା ପାଇଁ।ଆମ ରାଜ୍ୟରେ ଯେଉଁ ବେକାର ପିଲାମାନେ ବସିଛନ୍ତି ସେମାନଙ୍କୁ ଚାକିରି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁନାହାନ୍ତି ବୋଲି ସେ କହିଛନ୍ତି।

ପିଲା ମାନେ ଭଲ ପାଠ ପଢ଼ି ମଧ୍ୟ ଚାକିରି ପାଉନାହାନ୍ତି କାରଣ ଆମ ରାଜ୍ୟରେ ସେତିକି ସୁବିଧା ନାହିଁ।ଆଉ ଏବେ ରାଜ୍ୟ ସରକାର ଠିକା କାମକୁ ଉଠାଇଛନ୍ତି ଏବଂ କିଛି ପିଲା ରାଜ୍ୟରେ ଚାକିରି ପାଇଛନ୍ତି ସେଥିପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *