ଦିଲ୍ଲୀର ଏହି ମାର୍କେଟରେ ଲାଗିଛି ବମ୍ପର ଅଫର, ମିଳୁଛି 1 ଟଙ୍କାରେ ଟି- ସାର୍ଟ ଏବଂ 10 ଟଙ୍କାରେ ପ୍ୟାଣ୍ଟ

ଆଜିକାଲିର ମହଙ୍ଗା ଯୁଗରେ ପ୍ରତିଟି ଜିନିଷର ଦର ଦେଖି ଲୋକମାନେ କିଛି କିଣିବା ଆଗରୁ 100 ଥର ଭାବୁଛନ୍ତି। କିନ୍ତୁ ଯେତେବେଳେ କୌଣସି ଜିନିଷ ଉପରେ ଅଫର ଲାଗିଯାଏ ସେତେବେଳେ ଲୋକଙ୍କ ଖୁସିର କୌଣସି ସୀମା ନଥାଏ। ତେବେ ଆଜି ବି ଆମେ ଏହିପରି ଏକ ବଡ଼ ଅଫର୍‌ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ 1 ଟଙ୍କାରେ ମିଳୁଛି ଟି ସାର୍ଟ ଏବଂ 10 ଟଙ୍କାରେ ମିଳୁଛି ପ୍ୟାଣ୍ଟ।

ତେବେ ଏପରି ବମ୍ପର ଅଫର ଦେଶର ରାଜଧାନୀ ଦିଲ୍ଲୀରେ ପ୍ରାୟ ଦେଖିବାକୁ ମିଳେ। ଏବଂ ଏହି ବମ୍ପର ଅଫରର ଲାଭ ଉଠାଇବା ପାଇଁ କେବଳ ଦିଲ୍ଲୀର ଲୋକ ନୁହଁନ୍ତି ବରଂ ବାହାର ରାଜ୍ୟର ଲୋକମାନେ ମଧ୍ୟ ଏଠାକୁ ଆସନ୍ତି। ତେବେ ଦିଲ୍ଲୀର ଲାଜପତ୍ ନଗର ମାର୍କେଟ୍, ସରୋଜିନୀ ନଗର ମାର୍କେଟ୍ ଏବଂ କମଳା ମାର୍କେଟ୍ ପରି ବଡ଼ ବଡ଼ ମାର୍କେଟ୍‌ରେ ଶସ୍ତା ଏବଂ ଭଲ କ୍ଵଲିଟିର ପୋଷାକ ମିଳିଥାଏ।

କିନ୍ତୁ ଆଜି ଆମେ ଦିଲ୍ଲୀର ଏପରି ଏକ ମାର୍କେଟ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଟି-ସାର୍ଟ ମାତ୍ର 1 ଟଙ୍କାରେ ମିଳୁଛି। କଥାଟି ଅବିଶ୍ୱସନୀୟ ହୋଇଥିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ। ତେବେ ଏହି ମାର୍କେଟଟି ପଶ୍ଚିମ ଦିଲ୍ଲୀର ରଘୁବୀର ନଗରରେ ଅବସ୍ଥିତ। ଯାହା ଘୋଡ଼ାମଣ୍ଡି ନାମରେ ପରିଚିତ।

ଏହି ମାର୍କେଟରେ 20 ଟଙ୍କାରେ ସ୍ବେଟର, 120 ଟଙ୍କାରେ କୋଟ ଏବଂ 60 ଟଙ୍କାରେ ଲେହେଙ୍ଗା ମିଳୁଛି। କେବଳ ସେତିକି ନୁହେଁ 20 ଟଙ୍କାରେ ଶାଢୀ, 1 ଟଙ୍କାରେ ଟି-ସାର୍ଟ ଏବଂ 10 ଟଙ୍କାରେ ପ୍ୟାଣ୍ଟ୍‌ ମଧ୍ୟ କିଣିପାରିବେ। ତେବେ ପୋଷାକ ଗୁଡିକ ଏତେ କମ ମୂଲ୍ୟରେ ମିଳିବାର କାରଣ ହେଉଛି ଏହି ମାର୍କେଟରେ ରିସାଇକେଲିଂ ଜିନିଷ ବହୁତ ମିଳେ।

ପୁରୁଣା ପୋଷାକକୁ ନୂଆ କରି ବିକ୍ରି କରାଯାଇଥାଏ। ଯାହାଫଳରେ ଗରିବଲୋକମାନେ ଅତ୍ୟନ୍ତ କାମ ମୂଲ୍ୟରେ ଭଲ ପୋଷାକ କିଣିପାରିବେ।ତେବେ ପୋଷାକ ଗୁଡିକ କମ୍‌ ମୂଲ୍ୟର ହୋଇଥିବାରୁ ବହୁତ ଶୀଘ୍ର ସବୁ ବିକ୍ରି ହୋଇଯାଏ। କାରଣ ଏଠାର ବ୍ୟବସାୟୀମାନେ ଦିଲ୍ଲୀର ବିଭିନ୍ନ କଲୋନୀ ଏବଂ ସୋସାଇଟି ବୁଲି ବୁଲି ପୁରୁଣା ପୋଷାକ ସଂଗ୍ରହ କରନ୍ତି।

ଏହାପରେ ସେହି ପୋଷାକଗୁଡିକ ଧୁଆହୋଇ ଆଇରନ୍‌ ଦିଆଯାଇ ସେସବୁ ବିକ୍ରି କରାଯାଏ। କେବଳ କିଣିବା ପାଇଁ ଲୋକ ଏଠାକୁ ଆସନ୍ତି ନାହିଁ ବରଂ ଯେଉଁମାନେ ପୋଷାକ ବିକ୍ରି କରିବାକୁ ଚାହାନ୍ତି ସେମାନେ ମଧ୍ୟ ଏଠାକୁ ଆସି ନିଜର ପୋଷାକ ବିକ୍ରି କରିପାରିବେ। ତେବେ ଏଠାର ଜଣେ ବ୍ୟବସାୟୀଙ୍କ କହିବା ଅନୁସାରେ ସେ ପୁରୁଣା ପୋଷାକକୁ 50 ଟଙ୍କାରେ କିଣି ପାଖାପାଖି 150 ରୁ 200 ଟଙ୍କାରେ ବିକ୍ରି କରନ୍ତି।

Leave a Reply

Your email address will not be published. Required fields are marked *