“ପିଲା ଙ୍କ ଆଗରେ ମ୍ୟାଡ଼ାମ୍ ଯଦି ତାଙ୍କ ପ୍ରେମିକ ଙ୍କ ସହ କଥା ହେବେ,ତାହେଲେ ପିଲା କ’ଣ ଶିଖିବେ” – ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ।

ଭଗବାନ ତାଙ୍କ ଦ୍ଵାରା ପରିଚାଳିତ ଏହି ଦୁନିଆରେ ଅନେକ ଲୋକଙ୍କୁ ତିଆରି କରିଛନ୍ତି ଯେଉଁମାନେ ତାଙ୍କର ଛାଇ ଅଟନ୍ତି।ଅର୍ଥାତ୍ ସେମାନଙ୍କ ଦ୍ଵାରା ହିଁ ମଣିଷ ସମାଜ ଶିକ୍ଷିତ ହୋଇଥାଏ।ଏଥିରେ ସର୍ବ ପ୍ରଥମେ ଅଛନ୍ତି ମାଆ ଯିଏ ଗୋଟେ ପିଲା ପ୍ରଥମ ଶିକ୍ଷକ ଥାଏ,ତାପରେ ଆସ୍ତେ ପିଲା ବଡ଼ ହେଲେ ଶିକ୍ଷକ ଶିକ୍ଷୟତ୍ରୀ ହେଉଛନ୍ତି ତାଙ୍କର ଦ୍ଵିତୀୟ ଭଗବାନ ଯିଏ ଜୀବନ ରେ ଅନେକ ଶିକ୍ଷା ଦେଇଥାନ୍ତି।ଆଗରୁ ଶିକ୍ଷକ ମାନଙ୍କୁ ଲୋକ ମାନେ ଭଗବାନ ଭାବୁଥିଲେ।ଯାହା ବି ସମସ୍ୟା ହେଲେ ଶିକ୍ଷକ ପାଖକୁ ଆସୁଥିଲେ କାରଣ ସେମାନେ ହିଁ ଅଧିକ ଶିକ୍ଷିତ ଆଉ ଜ୍ଞାନବାନ୍ ଥିଲେ,ସବୁ ସମସ୍ୟା ର ସମାଧାନ କରିଦେଉଥିଲେ।

କିନ୍ତୁ ଆଜିକାଲି ଆଉ ଶିକ୍ଷକ ମାନଙ୍କର ସମ୍ମାନ କେହି କରୁନାହାନ୍ତି।ଆଉ ଆସ୍ତେ ଆସ୍ତେ ଶିକ୍ଷକ ମାନଙ୍କର ପରିଭାଷା ମଧ୍ୟ ବଦଳି ଗଲାଣି।କିଛି କିଛି ଏପରି ଅଛନ୍ତି ଯେଉଁ ମାନଙ୍କର ଖରାପ କାମ ଯୋଗୁଁ ପୁରା ଶିକ୍ଷକ ସମାଜ କଳୁଷିତ ହେଉଛି।ଏପରି କିଛି ଘଟଣା ଘଟିଛି ଆମ ରାଜ୍ୟ ରେ ଯେଉଁଠାରେ ଟ୍ୟୁସନ ପଢ଼ାଉଥିବା ଜଣେ ମ୍ୟାଡ଼ାମ୍ ଙ୍କ ଖରାପ କାର୍ଯ୍ୟ କଳାପ ପାଇଁ ପିଲା ଜଣକ ଖରାପ କଥା ଟେ କହିଲା।ଏହି ବିଷୟରେ ପୂର୍ଣ୍ଣଚନ୍ଦ୍ର ହୀଷ୍ଟ୍ରିଆ ଯିଏ ରାଜ୍ୟ ର ଅନେକ ଘଟଣା ଉପରେ ନିଜର ମତ ରଖିଥାନ୍ତି,ସେ କିଛି କହିଛନ୍ତି।

ଯେତେବେଳେ ତାଙ୍କୁ ଏହି ଘଟଣା ବିଷୟରେ କୁହାଗଲା ସେତେବେଳେ ସେ ସେହି ମ୍ୟାଡ଼ାମ୍ ଙ୍କୁ ଧନ୍ୟବାଦ ଦେଲେ କାରଣ ସେ ଏପରି କାର୍ଯ୍ୟ କରିଥିବାରୁ କଥା ବାହାରକୁ ଆସିଲା।ଆଉ ସେ ପିଲା କୁ ମଧ୍ୟ ଯିଏ ଖରାପ କଥା କହିଛି।ତାଙ୍କ ମତରେ ଟ୍ୟୁସନ୍ ପଢ଼ାଉଥିବା ମ୍ୟାଡ଼ାମ୍ ଙ୍କ ଭୁଲ୍ ବୋଲି କହିଛନ୍ତି।କାରଣ ପିଲା ତାଙ୍କ ପାଖକୁ ପଢ଼ିବା ପାଇଁ ଆସନ୍ତି।ସେ ଯଦି ତାଙ୍କ ଆଗରେ ତାଙ୍କ ପ୍ରେମିକ ସହ କଥା ହେବେ ତେବେ ପିଲା ତାଙ୍କ ଠାରୁ ସେୟା ମଧ୍ୟ ଶିଖିବେ।ସେ କହିଛନ୍ତି ଆଜିକାଲିର ପିଲା ବହୁତ୍ ଚାଲାକ୍ ସେମାନଙ୍କୁ ଗୋଟେ କଥା କହିଲେ ସେ ତୁମକୁ ଚାରିଟା କଥା କହିଦେବେ।

ତେଣୁ ତାଙ୍କ ଆଗରେ ଏଭଳି କଥା ବାର୍ତ୍ତା ହେଲେ ସେ ମଧ୍ୟ ସେପରି କହିବେ।ସେ ଆହୁରି ମଧ୍ୟ କହିଛନ୍ତି ପିଲା ମାନଙ୍କୁ ଭଲ କଥା ଶିଖିବା ଦରକାର କାରଣ ଆଗକୁ ସେମାନେ ହେଉଛନ୍ତି ଏ ଦେଶ ର ଭବିଷ୍ୟତ।ତାଙ୍କ ଆଗରେ ଏଭଳି କିଛି କଥା ବା କାମ କରିବା କଥା ନୁହେଁ ଯାହା ସେମାନଙ୍କୁ ଖରାପ ବାଟକୁ ନେଇଯିବ। ତାଙ୍କ ଅନୁସାରେ ସେ ପିଲାଟି ଯାହା କହିଲା ସେଥିରେ ତାଙ୍କ ବାପା ମାଙ୍କ କିଛି ଭୁଲ ନାହିଁ କାରଣ ସେମାନେ ଟଙ୍କା ପିଲା ପାଠ ପଢ଼ିବ ବୋଲି ଟ୍ୟୁସନକୁ ଛାଡ଼ିଥାନ୍ତି।

ସେମାନେ କିପରି ଜାଣିବେ ପିଲା ପାଠ ସିଖୁଛିକୁ ଅଲଗା କଥା ଶିଖୁଛି।ପୂର୍ଣ୍ଣଚନ୍ଦ୍ର କହିଛନ୍ତି ଯେ ଏପରି କାମ ହେଉଛି ବୋଲି ଆମ ଭଳି ଲୋକ ଏହାକୁ ବିରୋଧ କରି ଏଭଳି କଥା କହୁଛୁ।କିନ୍ତୁ ଏଥିରେ ବି କିଛି କିଛି ଲୋକ ଥାନ୍ତି ଯେଉଁମାନେ ଆମକୁ ଗଳି କରନ୍ତି କୁହନ୍ତି ତୁମ ଘରେ ମା ଭଉଣୀ ନାହାନ୍ତି ନା କ’ଣ। ଅହୁରି ଆମ ଘର ନାମରେ ଅନେକ ଖରାପ କଥା କୁହନ୍ତି।କିନ୍ତୁ ସେ କହିଛନ୍ତି ଯେ ତାଙ୍କୁ ବିରୋଧ କଲେ କ’ଣ ହେବ ଯିଏ ଖରାପ କାମ କରୁଛି ତାକୁ ବିରୋଧ କର ତାହେଲେ ଏପରି ଭୁଲ୍ ଆଉ କାହା ଦେଇ ହବନି।

Leave a Reply

Your email address will not be published. Required fields are marked *